ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ

କଣିହାଁ, ୩ା୧୨(ଡି.ଏନ.ଏ.)

ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ବାଲିପଶିସାହିର ଏକ କୂଅରୁ ଗତ ୨୮ ତାରିଖରେ ଦୁର୍ଯ୍ୟୋଧନ ତୁଙ୍ଗଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ପରକୀୟା ପ୍ରୀତି ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସ୍ପଷ୍ଟ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ମୃତ ଦୁର୍ଯ୍ୟୋଧନଙ୍କ ପ୍ରେମିକା କୁହାଯାଉଥିବା ରେଙ୍ଗାଳି ଗ୍ରାମର ରିନା ସାମଲ(୪୦), ସ୍ବାମୀ ସୁବାସ ସାମଲ(୪୫) ଏବଂ ରିନାଙ୍କ ଭାଇ କୁନା ସାମଲ(୨୮)।
ରେଙ୍ଗାଳି ଥାନା ଆଇଆଇସି ସରୋଜକାନ୍ତ ସାମଲ କହିଛନ୍ତି, ବାଲିପଶିସାହିର ବିବାହିତ ଯୁବକ ଦୁର୍ଯ୍ୟୋଧନ ତୁଙ୍ଗ(୪୦) ଓ ରିନାଙ୍କ ମଧ୍ୟରେ କିଛିଦିନ ହେଲା ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ଏହା ଜଣାପଡିବା ପରେ ଉଭୟ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ଦୁର୍ଯ୍ୟୋଧନ ଓ ରିନା ଲୁଚାଛପାରେ ମିଳାମିଶା କରୁଥିଲେ। ଏହାକୁ ନେଇ ଦୁର୍ଯ୍ୟୋଧନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏପରିକି ବିବାଦ ଦୁର୍ଯ୍ୟୋଧନଙ୍କ ଶ୍ୱଶୁର ଘର ପର୍ଯ୍ୟନ୍ତ ଯାଇଥିଲା। ଶ୍ୱଶୁର ଘର ଲୋକେ ପହଞ୍ଚି ତାଙ୍କୁ ବୁଝାଶୁଝା ମଧ୍ୟ କରିଥିଲେ। ତେବେ ଏହି ଅନୈତିକ ସମ୍ପର୍କକୁ ନେଇ ବିବାଦ ବଢୁଥିବାରୁ ରିନାଙ୍କ ସ୍ବାମୀ ସୁବାସ ଏବଂ ଭାଇ କୁନା ଦୁର୍ଯ୍ୟୋଧନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ୨୭ ତାରିଖ ବିଳମ୍ବିତ ରାତିରେ ସ୍ବାମୀଙ୍କ କହିବା ଅନୁସାରେ ପ୍ରେମିକା ରିନା ଦୁର୍ଯ୍ୟୋଧନଙ୍କୁ ଫୋନ କରି ଘର ପଛପାଖ କୂଅ ନିକଟକୁ ଡାକିଥିଲେ। ଦୁର୍ଯ୍ୟୋଧନ ସେଠାରେ ପହଞ୍ଚତ୍ବା ପରେ ପୂର୍ବରୁ ପ୍ରସ୍ତୁତ ଥିବା କୁନା ଏବଂ ସୁବାସ ଏକ ରଶିରେ ତାଙ୍କ ବେକକୁ ଚାପି ଧରିବା ସହ କୂଅକୁ ଫିଙ୍ଗି ଦେଇଥିଲେ। କିନ୍ତୁ ଦୁର୍ଯ୍ୟୋଧନ ମୃତ କି ଜୀବିତ ସନ୍ଦେହ ହେବାରୁ ଉଭୟେ ଏକ କଟୁରି ଧରି କୂଅ ଭିତରେ ପଶି ନିସ୍ତେଜ ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲେ। ପରେ ରିନା କୂଅରେ ଦଉଡି ପକାଇ ଉଭୟଙ୍କୁ ବାହାରକୁ ଆସିବାରେ ସାହାଯ୍ୟ କରିଥିଲେ। ପରଦିନ ସକାଳେ ପୋଲିସ ମୃତଦେହ ଉଦ୍ଧାର କରିବା ସହ କୁନା ଓ ସୁବାସଙ୍କୁ ଅଟକ ରଖି ତଦନ୍ତ କରୁଥିଲା। ତେବେ ରିନାଙ୍କୁ ପଚରାଉଚରା ବେଳେ ସେ ସବୁ ସତକଥା ମାନିଯାଇଥିବା ଆଇଆଇସି ସାମଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରଙ୍କ ଉପରେ ଶନି-ରାହୁଙ୍କ ଛାୟା! ୨୮ ଅଗଷ୍ଟରୁ ୪ ରାଶିଙ୍କ ପାଇଁ ବଢ଼ିପାରେ ଅସୁବିଧା, ଲାଗିବ ବଡ଼ ଝଟକା…

ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ରଗ୍ରହଣକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ଜ୍ୟୋତିଷ ଦୃଷ୍ଟିରୁ ପ୍ରଭାବଶାଳୀ ଘଟଣା ଭାବରେ ବିବେଚନା କରାଯାଏ । ୨୦୨୬ ମସିହାର ଶେଷ ଚନ୍ଦ୍ରଗ୍ରହଣ…

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ଘର ଭାଙ୍ଗିଦେଇଛି ପ୍ରଶାସନ, ହସ୍ପିଟାଲରେ ମୃତଦେହ

ବଲାଙ୍ଗୀର,୯।୮(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକର ତବଲବାଞ୍ଜି ଗାଁରେ ବିସ୍ଥାପନର ଏକ କରୁଣ ଚିତ୍ର ଲୋକଲୋଚନକୁ ଆସିଛି। ଦୁର୍ଘଟଣାରେ ଗୁରୁତର ଆହତ…

Mettle Meet 2026: ଆଜି ଗ୍ରାଣ୍ଡ୍‌ ଫିନାଲେ, ମୁହାଁମୁହିଁ ହେବେ ୮ ଲେଖାଏ ଟିମ୍‌

ଭୁବନେଶ୍ୱର,୯।୮(ବନ୍ଦନା ସେଠୀ/ସୁଚିସ୍ମିତା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି…

୩୮ ଏମ୍‌ଓୟୁ ସ୍ବାକ୍ଷରିତ: ଓଡ଼ିଶାକୁ ୬୬,୩୯୨ କୋଟି ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର,୯।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ ଶନିବାର ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି।…

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri