ପଦ୍ଧତିଗତ ନିବେଶ ଯୋଜନା

ଅନନ୍ତ ଚରଣ ସ୍ବାଇଁ

ପଦ୍ଧତିଗତ ନିବେଶ ଯୋଜନାକୁ ନେଇ ଏବେ ଅନେକ ଚର୍ଚ୍ଚା। ଅନେକଙ୍କର ଏ ବିଷୟରେ ଧାରଣା କମ୍‌। ଏହା କ’ଣ? ଏଥିରେ କିଭଳି ସୁବିଧା ସୁଯୋଗ ରହିଛି? କ୍ଷତିହେବାର ଭୟ ବା ରିସ୍କ କେତେ? କେଉଁମାନେ ଏଥିରେ ଟଙ୍କା ଖଟାଇ ପାରିବେ? ଏପରି ଅନେକ ପ୍ରଶ୍ନ ନିବେଶକଙ୍କ ମନକୁ ଆନ୍ଦୋଳିତ କରିଥାଏ। ଏହି ପ୍ରବନ୍ଧ ମାଧ୍ୟମରେ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ, ସଂକ୍ଷେପରେ ଏସ୍‌ଆଇପି(ସିପ୍‌) ବା ପଦ୍ଧତିଗତ ନିବେଶ ଯୋଜନା ବିଷୟରେ ଜାଣିବାର ପ୍ରଯତ୍ନ କରାଯାଇଛି।
ପଦ୍ଧତିଗତ ନିବେଶ ଯୋଜନା (ସିପ୍‌) ହେଉଛି ମ୍ୟୁଚୁଆଲ ଫଣ୍ତରେ ନିବେଶ କରିବାର ଏକ ଅଭିନବ ଉପାୟ। ମ୍ୟୁଚୁଆଲ ଫଣ୍ଡ ହେଉଛି ଏକ ବୃତ୍ତିଗତ ପାଣ୍ଠି ପରିଚାଳକ ଦ୍ୱାରା ପରିଚାଳିତ ଅର୍ଥର ସମାହାର(ପୁଲ୍‌)। ଏହା ଏକ ଟ୍ରଷ୍ଟ, ଯାହା କି ଅନେକ ନିବେଶକଙ୍କଠାରୁ ଟଙ୍କା ସଂଗ୍ରହ କରେ ଏବଂ ସଂଗୃହୀତ ରାଶିକୁ ବିତ୍ତୀୟ ବଜାରରେ ଇକ୍ୱିଟି (ବିଭିନ୍ନ କମ୍ପାନୀର ଅଂଶଧନ) ଓ ଡେବ୍ଟ(ସରକାରୀ ସିକ୍ୟୁରିଟି, କର୍ପୋରେଟ୍‌ ବଣ୍ତ, ଟ୍ରେଜେରି ବିଲ୍‌, ବ୍ୟାଙ୍କ ଜମା, ଅନ୍ୟାନ୍ୟ ସିକ୍ୟୁରିଟି, ଯେଉଁଥିରୁ ଏକପ୍ରକାର ସ୍ଥାୟୀ ରିଟର୍ନ ମିଳିଥାଏ)ରେ ବିନିଯୋଗ କରିଥାଏ।
ମ୍ୟୁଚୁଆଲ ଫଣ୍ତର ଗଠନ ଓ କାର୍ଯ୍ୟକାରିତା ବିଷୟରେ ସମ୍ୟକ୍‌ ଧାରଣା ଦେବା ଆବଶ୍ୟକ। ମନେକର ଦଶଟି ମ୍ୟୁଚୁଆଲ ଫଣ୍ତ ଅଛି। ସମସ୍ତେ ବଜାରରେ ନିବେଶ କରିବା ପାଇଁ ଫଣ୍ତ ଦରକାର କରନ୍ତି। ଏଥିପାଇଁ ନିବେଶକଙ୍କଠାରୁ ଟଙ୍କା ସଂଗ୍ରହ କରିଥାଆନ୍ତି। ମ୍ୟୁଚୁଆଲ ଫଣ୍ତର ପରିଚାଳନାଗତ ଦକ୍ଷତା, ଅତୀତର ପ୍ରଦର୍ଶନ, ଭବିଷ୍ୟତର ରିଟର୍ନ, ଏଥିରେ ଥିବା ବିପଦର ମୂଲ୍ୟାଙ୍କନ, ଇକ୍ୱିଟି ଓ ଡେବ୍ଟର ମିଶ୍ରଣ, ନିଜ ଆବଶ୍ୟକତାର ପ୍ରାଥମିକତା ଆଦି ବିଭିନ୍ନ ଦିଗକୁ ବିଚାରକୁ ନେଇ ନିବେଶ କରିବାର ନିଷ୍ପତ୍ତି ନେଇଥାଏ ନିବେଶକ। ବିଭିନ୍ନ ପ୍ରକାରର ମ୍ୟୁଚୁଆଲ ଫଣ୍ତରେ ସଂଗୃହୀତ ପାଣ୍ଠି ଇକ୍ୱିଟି ଓ ଡେବ୍ଟରେ ପୂର୍ବ ନିର୍ଦ୍ଧାରିତ ଅନୁପାତ ହିସାବରେ ବଜାରରେ ବିଶେଷଜ୍ଞଙ୍କ ଦ୍ୱାରା ବିନିଯୋଗ କରାଯାଏ। ପାଣ୍ଠି ପରିଚାଳନାରେ ବୃତ୍ତିଗତ ଦକ୍ଷତା, ନିବେଶର ବିବିଧୀକରଣ, ମ୍ୟୁଚୁଆଲ ଫଣ୍ତ କାରବାରରୁ ମିଳୁଥିବା ଲାଭ ନିବେଶକଙ୍କୁ ଆକୃଷ୍ଟ କରିଥାଏ।
ପଦ୍ଧତିଗତ ନିବେଶ ଯୋଜନା ବା ଏସ୍‌ଆଇପି(ସିପ୍‌) ହେଉଛି ବ୍ୟାଙ୍କର ଆବର୍ତ୍ତୀ ଜମା ପରି। ଏହା ମ୍ୟୁଚୁଆଲ ଫଣ୍ଡରେ ଅର୍ଥ ବିନିଯୋଗ କରିବାର ଏକ ସହଜ ଓ ଶୃଙ୍ଖଳିତ ମାର୍ଗ। ଏଥିରେ ଜଣେ ନିୟମିତ ବ୍ୟବଧାନରେ, ନିଜ ମନୋନୀତ ମ୍ୟୁଚୁଆଲ ଫଣ୍ଡରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ବିନିଯୋଗ କରିପାରିବ। ଏହାଦ୍ୱାରା ନିବେଶକଙ୍କୁ ନିୟମିତ ବିନିଯୋଗ କରିବା ଅଭ୍ୟାସରେ ପଡ଼ିଯାଏ। ଫଣ୍ତର ନମନୀୟତା, ଅନେକଗୁଡ଼ିଏ କମ୍ପାନୀର ଅଂଶଧନରେ କାରବାର କରିବାର ସୁବିଧା, ବିନିଯୋଗ ରାଶିର ହାରାହାରି ମୂଲ୍ୟରେ ବୃଦ୍ଧି ହିଁ ଏଥିରୁ ମିଳିଥାଏ। ପଦ୍ଧତିଗତ ନିବେଶ ଯୋଜନାରେ ନିବେଶ ବ୍ୟାଙ୍କ ଓ ପୋଷ୍ଟଅଫିସ୍‌ ତୁଳନାରେ ଅଧିକ ଅମଳ ଦେଇଥାଏ। ସିପ୍‌ରେ ନିବେଶ ସମ୍ପୂର୍ଣ୍ଣ ବିପଦମୁକ୍ତ ନୁହେଁ। ଏଥିରେ କିଛିଟା ବିପଦ ରହିଛି। କିନ୍ତୁ ବିପଦ ତୁଳନାରେ ରିଟର୍ନ ବା ଲାଭ ଅଧିକ। ମାସକୁ ଅତି କମ୍‌ରେ ୧୦୦ ଟଙ୍କା ସିପ୍‌ ମାଧ୍ୟମରେ ନିବେଶ କରିହେବ। ଏହା ଛୋଟ ଓ ବଡ଼ ନିବେଶକଙ୍କୁ ସୁହାଇଲା ଭଳି ଯୋଜନା। ଏହାଦ୍ୱାରା ସାଧାରଣ ଲୋକଟି ମଧ୍ୟ ଅକ୍ଳେଶରେ ଧନୀ ହୋଇପାରିବ।
ବିଭିନ୍ନ ଉପାୟରେ ମ୍ୟୁଚୁଆଲ ଫଣ୍ତକୁ ଲାଭ ମିଳିଥାଏ। ପରେ ଏହି ଲାଭ ନିବେଶକମାନଙ୍କ ପାଖକୁ ସେମାନଙ୍କର ନିବେଶାନୁପାତରେ ଆସେ। ସେହି ଉପାୟଗୁଡ଼ିକ ହେଲା:୧. ଟ୍ରେଡିଂ ପ୍ରଫିଟ୍‌ ବା ଶେୟାର କିଣାବିକାରୁ ଲାଭ। ମ୍ୟୁଚୁଆଲ ଫଣ୍ତ ମାଧ୍ୟମରେ ଏକାଠି ହୋଇଥିବା ପାଣ୍ଠିକୁ ବଜାରରେ କିଣାବିକାରେ ଲଗାଇବା ଦ୍ୱାରା ସେଥିରୁ ଲାଭ ମିଳିଥାଏ, ୨. ଯେଉଁ କମ୍ପାନୀର ଅଂଶଧନ ମ୍ୟୁଚୁଆଲ ଫଣ୍ତ କିଣିଥାଏ ସେହି କମ୍ପାନୀ ବ୍ୟବସାୟରୁ ପାଉଥିବା ଲାଭ ମ୍ୟୁଚୁଆଲ ଫଣ୍ତକୁ ଆସେ, ୩. ଶେୟାର ମୂଲ୍ୟ ବୃଦ୍ଧି : ଅନେକ କମ୍ପାନୀର ଅଂଶଧନ(ଶେୟାର)ର ମୂଲ୍ୟ ବୃଦ୍ଧି ହୋଇଥାଏ। ସେହି ବର୍ଦ୍ଧିତ ମୂଲ୍ୟର ପରିମାଣ ମ୍ୟୁଚୁଆଲ ଫଣ୍ତ ଖାତାରେ ମିଶିଥାଏ, ୪. ବୋନସ୍‌ ଶେୟାର : କେତେକ କମ୍ପାନୀ ମଝିରେ ମଝିରେ କମ୍ପାନୀର ଅଂଶୀଦାରମାନଙ୍କୁ କମ୍‌ ମୂଲ୍ୟରେ ବା ବିନାମୂଲ୍ୟରେ କିଛି କିଛି ଶେୟାର ଦେଇଥାଆନ୍ତି। ଏହାଦ୍ୱାରା ନିବେଶକ ପାଖକୁ ଅଧିକ ଶେୟାର ଆସେ ଓ ସେ ବିଶେଷ ଲାଭବାନ୍‌ ହୋଇଥାଏ।
ବିଭିନ୍ନ ସୂତ୍ରରୁ ମିଳୁଥିବା ଲାଭ ମୂଳ ମ୍ୟୁଚୁଆଲ ଫଣ୍ତରେ ମିଶିବା ଫଳରେ ଏହାର ମୂଲ୍ୟ ବଢ଼ିଯାଏ। ମନେକର ଗୋଟିଏ ମ୍ୟୁଚୁଆଲ ଫଣ୍ତରେ ଅନେକ ନିବେଶକ ମିଶି କୋଟିଏ ଟଙ୍କା ନିବେଶ କରିଛନ୍ତି। ପ୍ରତିବଦଳରେ ସେମାନଙ୍କୁ କିଛି କିଛି ୟୁନିଟ୍‌ ମିଳିଥାଏ। ଧରାଯାଉ, ଗୋଟିଏ ୟୁନିଟ୍‌ର ମୂଲ୍ୟ ୧୦ ଟଙ୍କା। ତାହାହେଲେ ନିବେଶକଙ୍କୁ ମୋଟ ୧୦ ଲକ୍ଷ ୟୁନିଟ୍‌ ମିଳିବ। ପରବର୍ତ୍ତୀ ସମୟରେ ୟୁନିଟ୍‌ର ସଂଖ୍ୟା ଅପରିବର୍ତ୍ତିତ ରହିବ। କାରବାରରୁ ମିଳୁଥିବା ଲାଭ ଏଥିରେ ମିଶିବା ଫଳରେ ୟୁନିଟ୍‌ର ମୂଲ୍ୟ ବୃଦ୍ଧି ପାଇଥାଏ। ମନେକର ଉକ୍ତ କୋଟିଏ ଟଙ୍କାର ମ୍ୟୁଚୁଆଲ ଫଣ୍ତର ବ୍ୟବସାୟିକ ଲାଭ ଦଶ ଲକ୍ଷ ଟଙ୍କା। ତା’ହେଲେ ମ୍ୟୁଚୁଆଲ ଫଣ୍ତର ମୋଟ ମୂଲ୍ୟ ବଢ଼ିକରି ହେବ ଏକ କୋଟି ୧୦ ଲକ୍ଷ। ଏଥିରେ ୟୁନିଟ୍‌ ସଂଖ୍ୟାକୁ ଭାଗକଲେ(୧/୧୦କୋଟି/୧୦ଲକ୍ଷ) ପ୍ରତି ୟୁନିଟ୍‌ର ମୂଲ୍ୟ ହେବ ୧୧ ଟଙ୍କା। ଏହି ମୂଲ୍ୟକୁ ଏନ୍‌ଏଭି କୁହାଯାଏ। ଉକ୍ତ ଉଦାହରଣରୁ ଜଣାଯାଏ ଯେ, ପ୍ରତି ୟୁନିଟ୍‌ର ମୂଲ୍ୟ ଏକ ଟଙ୍କା ବୃଦ୍ଧି ପାଇଛି ବା ପ୍ରତି ୟୁନିଟ୍‌୍‌ ପିଛା ଲାଭ ହେଉଛି ଏକ ଟଙ୍କା। ନିବେଶକ ପାଖରେ ଯେତେ ୟୁନିଟ ମ୍ୟୁଚୁଆଲ ଫଣ୍ତ ଥିବ ସେତିକି ଟଙ୍କାର ଲାଭ ପାଇବ।
ପଦ୍ଧତିଗତ ନିବେଶ ଯୋଜନା ହେଉଛି ଧନୀ ହେବାର ଏକ ଅଭିନବ ରାସ୍ତା। ସବୁବର୍ଗର ଲୋକେ ସିପ୍‌ରେ ନିବେଶ କରି ଧନୀ ହୋଇପାରିବେ। ସିପ୍‌ ମାଧ୍ୟମରେ ଦୀର୍ଘମିଆଦୀ ନିବେଶରୁ ପ୍ରାୟ ୧୦ରୁ ୧୫% ରିଟର୍ନ ମିଳିଥାଏ। ମନେକର ବାର୍ଷିକ ବୃଦ୍ଧି ୧୨%। ମାସକୁ ମାତ୍ର ୧୦୦ ଟଙ୍କା ୬୦ ବର୍ଷ ପର୍ଯ୍ୟନ୍ତ ବିନିଯୋଗ କଲେ ବାର୍ଷିକ ୧୨% ବୃଦ୍ଧିରେ ଏହି ନିବେଶର ପରିପକ୍ୱ ମୂଲ୍ୟ ହେବ ୧।୩ କୋଟି। ସେହିପରି ସିପ୍‌ ମାଧ୍ୟମରେ ମାସିକ ୫୦୦ ଟଙ୍କା ୪୫ ବର୍ଷ ରଖିଲେ ବାର୍ଷିକ ୧୨% ବୃଦ୍ଧିରେ ଜଣେ କୋଟିପତି ହୋଇପାରିବ। ନିଜ ଝାଳବୁହା ଧନରୁ ଟଙ୍କା ଟଙ୍କା କରି ସଞ୍ଚୟ ଓ ସଞ୍ଚତ୍ତ ରାଶିର ଦୀର୍ଘମିଆଦୀ ନିବେଶ କରି କୋଟିଏ ଟଙ୍କା କରିବାର କଳା ସମସ୍ତେ ଶିଖିବା ସହ ତାକୁ କାମରେ ଲଗାଇବାର ସମୟ ଆସିଛି।
ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ
ମୋ: ୭୩୮୧୦୪୬୪୭୭


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri