Posted inଖେଳ

ପଦକ ଖାତା ଖୋଲିଲା ଓଡ଼ିଶା: କିଟ୍‌କୁ ୩ ପଦକ, ବ୍ରହ୍ମପୁରକୁ ୧

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାର ୬ଷ୍ଠ ଦିବସରେ ପଦକ ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି କିଟ୍‌ ପ୍ରତିଯୋଗୀ। ଏଥିସହିତ କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ପଦକ ଖାତା ଖୋଲିଛି। ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ରଞ୍ଜିତ ନାୟକ ଆର୍ଚେରୀ ଇଭେଣ୍ଟରୁ ୧ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତି ନିଜ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି। ରିକର୍ଭ ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରି ଅଭିଯାନ ଆରମ୍ଭ କରିଥିଲେ ରଞ୍ଜିତ। ଫାଇନାଲ ମୁକାବିଲାରେ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଉତ୍କର୍ଷଙ୍କ ସହିତ ରଞ୍ଜିତଙ୍କ ମୁକାବିଲା ହୋଇଥିଲା। ଏଥିରେ ରଞ୍ଜିତ ୧୩୨ ପଏଣ୍ଟ ହାସଲ କରି ରୌପ୍ୟ ଏବଂ ଉତ୍କର୍ଷ ୧୩୬ ପଏଣ୍ଟ ସହିତ ସ୍ବର୍ଣ୍ଣ ପଦକ ପାଇଥିଲେ।
ରିକର୍ଭ ପୁରୁଷ ଟିମ୍‌ ଇଭେଣ୍ଟରେ କିଟ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏହାର ସଦସ୍ୟଭାବେ ରଞ୍ଜିତ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏହି ଦଳର ଅନ୍ୟ ଦୁଇ ସଦସ୍ୟ ହେଲେ ସୂର୍ଯ୍ୟମଣି ମାଝି ଓ ଶ୍ରବଣ କୁମାର ମାନ୍ଦାଗି। ଫାଇନାଲରେ କିଟ୍‌ ସହିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ମୁକାବିଲା ହୋଇଥିଲା। ପଓ୍ବନ, ଉତ୍କର୍ଷ ଓ ଲଳିତ ଜୈନ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ସଦସ୍ୟ ଥିଲେ। ସ୍ବର୍ଣ୍ଣ ପଦକ ମୁକାବିଲାରେ କିଟ୍‌ ଦଳ ୧୬୨ ପଏଣ୍ଟ ସ୍କୋର କରିଥିଲା। ପଞ୍ଜାବୀ ବିଶ୍ୱବିଦ୍ୟାଳୟ ୧୫୪ ପଏଣ୍ଟ ସହିତ ରୌପ୍ୟ ପଦକରେ ସୀମିତ ରହିଥିଲା।

କୁମ୍ଭେଶ୍ୱରଙ୍କୁ ବ୍ରୋଞ୍ଜ
ଭାରୋତ୍ତୋଳନ ଇଭେଣ୍ଟକୁ କିଟ୍‌ ତୃତୀୟ ପଦକ ପାଇଛି। କୁମ୍ଭେଶ୍ୱର ମଲିକ ଭାରୋତ୍ତୋଳନର ପୁରୁଷ ୫୫ କେଜି ବିଭାଗରେ ମୋଟ ୨୧୦ କେଜି ଭାର ଉଠାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ସ୍ନାଚ୍‌ରେ ୯୨ ଏବଂ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୮ କେଜି ଭାରୋତ୍ତୋଳନ କରିଥିଲେ। ଶିବାଜୀ ବିଶ୍ୱବିଦ୍ୟାଳୟ, ମହାରାଷ୍ଟ୍ରର ସଙ୍କେତ ମହାଦେବ ସାଗର ୨୪୪(୧୦୬+୧୩୮) କେଜି ସହ ସ୍ବର୍ଣ୍ଣ ଏବଂ କବୟିତ୍ରୀ ବାହିନବାଇ ଚୌଧାରୀ ନର୍ଥ ମହାରାଷ୍ଟ୍ର ବିଶ୍ୱବିଦ୍ୟାଳୟର ପ୍ରଶାନ୍ତ ସୁରେଶ କୋଲି ୨୪୩(୧୧୦+୧୩୩) କେଜି ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି।

ସଙ୍କେତ, ପ୍ରଶାନ୍ତଙ୍କ ଜାତୀୟ ରେକର୍ଡ
ପୁରୁଷ ୫୫ କେଜି ଭାରୋତ୍ତୋଳନରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ଅବସରରେ ସଙ୍କେତ ମହାଦେବ ସାଗର ଓ ପ୍ରଶାନ୍ତ ସୁରେଶ କୋଲି ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ସଙ୍କେତ କ୍ଲିନ୍‌ ଆଣ୍ଡ ଜର୍କରେ ୧୩୮ ଓ ମୋଟ ୨୪୪ କେଜି ଭାର ଉଠାଇବା ସହ ୨ଟି ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ଲିନ୍‌ ଆଣ୍ଡ ଜର୍କରେ ପୂର୍ବରୁ ମହାରାଷ୍ଟ୍ରର ଶୁଭମ୍‌ ତୋଦକର ରେକର୍ଡର ଅଧିକାରୀ ଥିଲେ। ସେହିପରି ମଣିପୁରର ରିଷିକାନ୍ତ ସିଂ ଏହି ଓଜନ ବର୍ଗରେ ମୋଟ ଭାରୋତ୍ତୋଳନରେ ରେକର୍ଡଧାରୀ ଥିଲେ। ସେହିପରି ସ୍ନାଚ୍‌ରେ ୧୧୦ କେଜି ଭାର ଉଠାଇ କୋଲି ପୂର୍ବ ରେକର୍ଡଧାରୀ ପଣ୍ଡିଚେରୀର ଆର. ମାଧବନଙ୍କୁ ପଛରେ ପକାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri