Posted inଖେଳ

ପଦକ ଖାତା ଖୋଲିଲା ଓଡ଼ିଶା: କିଟ୍‌କୁ ୩ ପଦକ, ବ୍ରହ୍ମପୁରକୁ ୧

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାର ୬ଷ୍ଠ ଦିବସରେ ପଦକ ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି କିଟ୍‌ ପ୍ରତିଯୋଗୀ। ଏଥିସହିତ କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ପଦକ ଖାତା ଖୋଲିଛି। ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ରଞ୍ଜିତ ନାୟକ ଆର୍ଚେରୀ ଇଭେଣ୍ଟରୁ ୧ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତି ନିଜ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି। ରିକର୍ଭ ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରି ଅଭିଯାନ ଆରମ୍ଭ କରିଥିଲେ ରଞ୍ଜିତ। ଫାଇନାଲ ମୁକାବିଲାରେ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଉତ୍କର୍ଷଙ୍କ ସହିତ ରଞ୍ଜିତଙ୍କ ମୁକାବିଲା ହୋଇଥିଲା। ଏଥିରେ ରଞ୍ଜିତ ୧୩୨ ପଏଣ୍ଟ ହାସଲ କରି ରୌପ୍ୟ ଏବଂ ଉତ୍କର୍ଷ ୧୩୬ ପଏଣ୍ଟ ସହିତ ସ୍ବର୍ଣ୍ଣ ପଦକ ପାଇଥିଲେ।
ରିକର୍ଭ ପୁରୁଷ ଟିମ୍‌ ଇଭେଣ୍ଟରେ କିଟ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏହାର ସଦସ୍ୟଭାବେ ରଞ୍ଜିତ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏହି ଦଳର ଅନ୍ୟ ଦୁଇ ସଦସ୍ୟ ହେଲେ ସୂର୍ଯ୍ୟମଣି ମାଝି ଓ ଶ୍ରବଣ କୁମାର ମାନ୍ଦାଗି। ଫାଇନାଲରେ କିଟ୍‌ ସହିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ମୁକାବିଲା ହୋଇଥିଲା। ପଓ୍ବନ, ଉତ୍କର୍ଷ ଓ ଲଳିତ ଜୈନ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ସଦସ୍ୟ ଥିଲେ। ସ୍ବର୍ଣ୍ଣ ପଦକ ମୁକାବିଲାରେ କିଟ୍‌ ଦଳ ୧୬୨ ପଏଣ୍ଟ ସ୍କୋର କରିଥିଲା। ପଞ୍ଜାବୀ ବିଶ୍ୱବିଦ୍ୟାଳୟ ୧୫୪ ପଏଣ୍ଟ ସହିତ ରୌପ୍ୟ ପଦକରେ ସୀମିତ ରହିଥିଲା।

କୁମ୍ଭେଶ୍ୱରଙ୍କୁ ବ୍ରୋଞ୍ଜ
ଭାରୋତ୍ତୋଳନ ଇଭେଣ୍ଟକୁ କିଟ୍‌ ତୃତୀୟ ପଦକ ପାଇଛି। କୁମ୍ଭେଶ୍ୱର ମଲିକ ଭାରୋତ୍ତୋଳନର ପୁରୁଷ ୫୫ କେଜି ବିଭାଗରେ ମୋଟ ୨୧୦ କେଜି ଭାର ଉଠାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ସ୍ନାଚ୍‌ରେ ୯୨ ଏବଂ କ୍ଲିନ୍‌ ଆଣ୍ଡ ଜର୍କରେ ୧୧୮ କେଜି ଭାରୋତ୍ତୋଳନ କରିଥିଲେ। ଶିବାଜୀ ବିଶ୍ୱବିଦ୍ୟାଳୟ, ମହାରାଷ୍ଟ୍ରର ସଙ୍କେତ ମହାଦେବ ସାଗର ୨୪୪(୧୦୬+୧୩୮) କେଜି ସହ ସ୍ବର୍ଣ୍ଣ ଏବଂ କବୟିତ୍ରୀ ବାହିନବାଇ ଚୌଧାରୀ ନର୍ଥ ମହାରାଷ୍ଟ୍ର ବିଶ୍ୱବିଦ୍ୟାଳୟର ପ୍ରଶାନ୍ତ ସୁରେଶ କୋଲି ୨୪୩(୧୧୦+୧୩୩) କେଜି ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି।

ସଙ୍କେତ, ପ୍ରଶାନ୍ତଙ୍କ ଜାତୀୟ ରେକର୍ଡ
ପୁରୁଷ ୫୫ କେଜି ଭାରୋତ୍ତୋଳନରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ଅବସରରେ ସଙ୍କେତ ମହାଦେବ ସାଗର ଓ ପ୍ରଶାନ୍ତ ସୁରେଶ କୋଲି ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ସଙ୍କେତ କ୍ଲିନ୍‌ ଆଣ୍ଡ ଜର୍କରେ ୧୩୮ ଓ ମୋଟ ୨୪୪ କେଜି ଭାର ଉଠାଇବା ସହ ୨ଟି ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ଲିନ୍‌ ଆଣ୍ଡ ଜର୍କରେ ପୂର୍ବରୁ ମହାରାଷ୍ଟ୍ରର ଶୁଭମ୍‌ ତୋଦକର ରେକର୍ଡର ଅଧିକାରୀ ଥିଲେ। ସେହିପରି ମଣିପୁରର ରିଷିକାନ୍ତ ସିଂ ଏହି ଓଜନ ବର୍ଗରେ ମୋଟ ଭାରୋତ୍ତୋଳନରେ ରେକର୍ଡଧାରୀ ଥିଲେ। ସେହିପରି ସ୍ନାଚ୍‌ରେ ୧୧୦ କେଜି ଭାର ଉଠାଇ କୋଲି ପୂର୍ବ ରେକର୍ଡଧାରୀ ପଣ୍ଡିଚେରୀର ଆର. ମାଧବନଙ୍କୁ ପଛରେ ପକାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri