ପଥରମୁଣ୍ଡାରେ ରହିବେ ଜରଡ଼ା ବାସିନ୍ଦା

ଅନୁଗୋଳ ଅଫିସ୍‌, ୧୪।୨ – ଅନୁଗୋଳ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର ତଥା ଆର୍‌ପିଡିଏସି ଅଧ୍ୟକ୍ଷ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ୧୧ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି(ଆରପିଡିଏସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ସମ୍ବଲପୁର ଏମପି ନିତିଶ ଗଙ୍ଗଦେବ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଏମ୍‌ସିଏଲ୍‌ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଭୋଳାନାଥ ଶୁକ୍ଳା, ଜିଲା ପରିଷଦ ସଭାପତି ବାସନ୍ତୀ କିଷାନ ଓ ଅନୁଗୋଳ ଏସ୍‌ପି ଜଗମୋହନ ମୀନା ପ୍ରମୁଖ ଯୋଗଦେଇଥିଲେ। ବିସ୍ଥାପିତ ପରିବାରଗୁଡ଼ିକୁ ଥଇଥାନ ପାଇଁ ଆର୍‌ପିଡିଏସି ଏକ ବ୍ୟବସ୍ଥା। ଏହି ବ୍ୟବସ୍ଥା ମଧ୍ୟରେ ଉଭୟ ଏମ୍‌ସିଏଲ୍‌, ପ୍ରଶାସନ ଓ ଲୋକ ପ୍ରତିନିଧି ମିଳିତ ଭାବେ ଆନ୍ତରିକତାର ସହିତ ବିଭିନ୍ନ ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କଲେ ବିସ୍ଥାପିତ ପରିବାର ଉପକୃତ ହେବା ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ଏଥିସହ ଖଣି କ୍ଷତିଗ୍ରସ୍ତ ତାଳଚେର ପଥରମୁଣ୍ଡା ଗ୍ରାମରେ ଜରଡ଼ା ଗ୍ରାମବାସୀଙ୍କୁ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।
ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୪ ମାସ ମଧ୍ୟରେ ପଥରମୁଣ୍ଡା ଗ୍ରାମର ଲୋକଙ୍କୁ ନିଯୁକ୍ତି ଦିଆଯିବା ପରେ ଉକ୍ତ ଗ୍ରାମରେ ଅଧିଗ୍ରହଣ ହୋଇଥିବା ବସ୍ତି ଜମିରେ ଜରଡ଼ାବାସୀଙ୍କୁ ରଖାଯିବ। ଗତ ୧୦ ତମ ଆରପିଡିଏସି ବୈଠକରେ ଏହା ସ୍ଥିର କରାଯାଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନ ଥିଲା। କିନ୍ତୁ ୧୧ତମ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଏକପ୍ରକାର ଚୂଡ଼ାନ୍ତ ହୋଇଥିବା କୁହାଯାଇଥିଲା। ବୈଠକରେ ଉପସ୍ଥିତ ଢେଙ୍କାନାଳ ଏମ୍‌ପି ସାହୁ କହିଥିଲେ ଯେ, ଦୀର୍ଘ ଦିନ ପରେ ୧୧ତମ ଆର୍‌ପିଡିଏସି ବୈଠକ ହେଉଥିବାରୁ ବିସ୍ଥାପିତ ଲୋକମାନଙ୍କ ଥଇଥାନ ନେଇ ଅନେକ ସମସ୍ୟା ରହିଛି। ତେବେ ଏମ୍‌ସିଏଲ୍‌ ସିଏମ୍‌ଡିଙ୍କ ଓଡ଼ିଶାର ଏହି ପ୍ରକଳ୍ପ ପ୍ରତି ଥିବା ସକାରାତ୍ମକ ମନୋଭାବ ନିଶ୍ଚିତ ଭାବେ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସେମାନଙ୍କ ନ୍ୟାଯ୍ୟ ଦାବି ହାସଲ କରିବାରେ ସହାୟକ ହେବ। ରାଜ୍ୟର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଜମିହରା ପ୍ରଜାଙ୍କ ନିଯୁକ୍ତି ଓ ଥଇଥାନକୁ ତ୍ୱରାନ୍ବିତ କରିବା ଉପରେ ଏମ୍‌ପି ସାହୁ ଗୁରୁତ୍ୱାରୋପ କରିଥିଲେ। ସମ୍ବଲପୁର ଏମ୍‌ପି ଗଙ୍ଗଦେବ କହିଥିଲେ, ଦୀର୍ଘଦିନ ଧରି ପଡ଼ିରହିଥିବା ସମସ୍ୟାଗୁଡ଼ିକୁ ଏମ୍‌ସିଏଲ୍‌ ଆନ୍ତରିକତାର ସହ ସମାଧାନ କରୁ। ଜମିହରା ପ୍ରଜାମାନଙ୍କ ନିଯୁକ୍ତି ଓ ଥଇଥାନ ନେଇ ଏମ୍‌ପି ଗଙ୍ଗଦେବ ଏମ୍‌ସିଏଲ୍‌ ସିଏମ୍‌ଡିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏମ୍‌ସିଏଲ୍‌ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ଅଧିଗ୍ରହଣ ହୋଇଥିବା ଜମି ବାବଦରେ ସ୍ବାମୀ ଚାକିରି ପାଇଥିଲେ ବି ଦ୍ୱିତୀୟ ପର୍ଯ୍ୟାୟ ଜମି ଅଧିଗ୍ରହଣ ପରେ ସ୍ତ୍ରୀଙ୍କୁ ଚାକିରି ଦେବା ଉପରେ ଅନ୍ୟ ସଦସ୍ୟମାନେ ଗୁରୁତ୍ୱାରୋପ କରିଥିଲେ। ବିସ୍ଥାପିତ ପରିବାରଗୁଡ଼ିକର ନ୍ୟାଯ୍ୟ ଦାବି ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପୂରଣ କରାଯିବା ନିମନ୍ତେ ସଦସ୍ୟମାନେ ସିଏମ୍‌ଡିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳ ମନୋଜ କୁମାର ମହାନ୍ତି ଏମ୍‌ସିଏଲ୍‌ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ୩ ବର୍ଷ ମଧ୍ୟରେ ସାରିଲେ ବିସ୍ଥାପିତ ପରିବାରଗୁଡ଼ିକର ନିଯୁକ୍ତି ଓ ଥଇଥାନ ଠିକ୍‌ ସମୟରେ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ୪(୧) ବିଜ୍ଞପ୍ତି ପରେ ଅତି କମ୍‌ରେ ୩ ବର୍ଷ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସାରିବା ପାଇଁ ଜିଲାପାଳ ଏମ୍‌ସିଏଲ୍‌ ସିଏମ୍‌ଡି ଶୁକ୍ଳାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ କୋଇଲା ମନ୍ତ୍ରଣାଳୟରେ ପ୍ରସ୍ତାବ ରଖାଯାଇ ବିସ୍ଥାପିତ ପରିବାରର ସମସ୍ତ ଦାବି ଏହି ସମୟ ସୀମା ମଧ୍ୟରେ ଶେଷ କରାଯିବ ବୋଲି ସିଏମ୍‌ଡି ଶୁକ୍ଳା ପ୍ରକାଶ କରିଥିଲେ। ଏଣିକି ଉପଖଣ୍ଡର ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ଖଣିର ଜିଏମ୍‌, ଥାନା ଆଇଆଇସି ଓ ଜମିହରା ପ୍ରଜାଙ୍କ ପ୍ରତିନିଧି ମିଶି ଯେ କୌଣସି ସମସ୍ୟାର ସମାଧାନ କରି ସବ୍‌କମିଟିକୁ ଅବଗତ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ତାଳଚେର ଅଞ୍ଚଳରେ ସୃଷ୍ଟି ହେଉଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତି ଆଧାରରେ ବିସ୍ଥାପିତ ପରିବାରଙ୍କ ଦାବି ପୂରଣ ଉପରେ ଆଇଜି ଭୋଳ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ହିଲୋଇ ଓ ଏକଡ଼ାଳ ଗ୍ରାମର ଲେଫ୍ଟ ଆଉଟ ଜମିହରାପ୍ରଜାଙ୍କୁ ପୁନର୍ବାସ ଓ ଥଇଥାନ, ଜରଡ଼ା ଗ୍ରାମର ସ୍ଥାନାନ୍ତରଣ ସମେତ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ଓ ଖେମେଇ ବିଦ୍ୟାଳୟ, ଗୋପାଳପ୍ରସାଦ ପୋଲିସ ଷ୍ଟେଶନର ସ୍ଥାନାନ୍ତର ସମ୍ପର୍କରେ ଆଲୋଚନା ହୋଇଥିଲା। ଗୋପାଳଜୀ ଓ ସିପିର କଂସମୁଣ୍ଡା ଗ୍ରାମର ଆୱାର୍ଡ ପାସ୍‌, ପଥରମୁଣ୍ଡା ଗ୍ରାମର ବସ୍ତି ଜମି ଅଧିଗ୍ରହଣ, କଣିହଁା ଗ୍ରାମର ୧୦୭ ପରିବାରରୁ ନିଯୁକ୍ତି, ବିସ୍ଥାପିତ ପରିବାରର ଜ୍ୱାଇଁଙ୍କୁ ଚାକିରି ଓ ନାତେଡ଼ି ଗ୍ରାମର ୮୦ଟି ‘ଡି’ କାଟେଗୋରୀକୁ ଚାକିରି ଦେବା ପାଇଁ ସବ୍‌କମିଟିରେ ନିଷ୍ପତ୍ତି ନେବା ସମ୍ପର୍କରେ ଆଲୋଚନା ହୋଇଥିଲା। ଭୂସ୍ଖଳନ ସ୍ଥାନରେ ବାଲି ଭର୍ତ୍ତି ପାଇଁ ଜମି ମାଲିକମାନଙ୍କୁ ୪୦ ହଜାର ଟଙ୍କା ଦେବାକୁ ବୈଠକରେ ସ୍ଥିର କରାଯାଇଥିଲା। ବିସ୍ଥାପିତ ପରିବାରଗୁଡ଼ିକ ପୁନର୍ବାସ ଓ ଥଇଥାନ ସହାୟତା ପାଇବାର ୪ ମାସ ପରେ ଉକ୍ତ ଘର ଭାଙ୍ଗି ଜାଗା ଛାଡ଼ିଲେ ସେଠାରେ ଖଣି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପିଡି ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ଏମ୍‌ସିଏଲ୍‌ ଭୂଅର୍ଜନ ଅଧିକାରୀ ରତନ ଆଚାର୍ଯ୍ୟଙ୍କ ସମେତ ତାଳଚେର, କଣିହଁା ଓ ଛେଣ୍ଡିପଦାର ପଞ୍ଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷ, ସାମାଜିକ କର୍ମୀ, ସ୍ବୟଂସହାୟକ ଗୋଷ୍ଠୀ ଓ ବିସ୍ଥାପିତ ପରିବାରର ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ ଓ ଏମ୍‌ସିଏଲ୍‌ର ବିଭିନ୍ନ ଖଣି ଅଞ୍ଚଳର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri