Posted inଖେଳ

ପଡିଆରେ ପାକିସ୍ତାନ ଖେଳାଳିଙ୍କ ପାଇଁ ଗୀତ ଗାଉଥିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

‘କୌନ ବନେଗା କରୋଡପତି’ ଶୋ’ର ଏକ ଏପିସୋଡ ଭାରତୀୟ ଖେଳାଳିଙ୍କ ନାଁରେ ରହିଛି। ଏହି ଏପିସୋଡରେ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ, ଦୁଇ ଭାରତୀୟ ଆଥ୍‌ଲେଟ ହିମା ଦାସ ଏବଂ ଦୂତି ଚାନ୍ଦ ଯୋଗ ଦେଇଥିଲେ। ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ଆଗରେ ଏହି ଦିନ ଖେଳାଳି ନିଜ ସଂଘର୍ଷର ଦିନ କଥା ମନେପକାଇଥିଲେ। ବିଗ୍‌ ବିଙ୍କ ବିଭିନ୍ନ ପ୍ରଶ୍ନର ମଧ୍ୟ ଉତ୍ତର ଦେଇ ଲକ୍ଷ ଲକ୍ଷ ଟଙ୍କା ଜିତିଥିଲେ। ସେହ୍ବାଗ ବଲିଉଡ ସିଙ୍ଗର କିଶୋର କୁମାରଙ୍କ ବଡ ଫ୍ୟାନ୍‌। ପଡିଆରେ ମଧ୍ୟ ଅନେକଥର ତାଙ୍କୁ କିଶୋର ଦା’ଙ୍କ ଗୀତ ଗାଉଥିବାର ଦେଖାଯାଏ। ଏନେଇ ତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ ଅମିତାଭ। ଉତ୍ତରରେ ସେହ୍ବାଗ କହିଥିଲେ, ବ୍ୟାଟ୍‌କୁ ବଲ୍‌ ଆସିବା ପୂର୍ବରୁ ମନକୁ ଅନେକ କଥା ଆସେ, ତେଣୁ ଏସବୁଥିରୁ ଧ୍ୟାନ ହଟାଇବା ପାଇଁ ପଡିଆରେ କିଶୋର ଦା’ଙ୍କ ଗୀତ ଗାଉଥିଲି। ଏହାଦ୍ୱାରା ମୋତେ ଅନେକ ଲାଭ ମଧ୍ୟ ମିଳୁଥିଲା। ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳାଯାଉଥିଲା ବେଳେ ତାର ଖେଳାଳିମାନେ ବେଳେବେଳେ ମୋତେ ହିନ୍ଦୀ ଗୀତ ଗାଇବାକୁ କହୁଥିଲେ ଏବଂ ମୁଁ ଗାଉଥିଲି ବୋଲି ସେହ୍ବାଗ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ, ହୋଇପାରନ୍ତି ଗିରଫ

ପାରଳାଖେମୁଣ୍ଡି,୯ା୯: ଗଜପତି ଜିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ ଅଡ଼ୁଆ…

ନବଜାତ ଶିଶୁଙ୍କୁ ସୁନାମୁଦି ଦେବେନି ବିଜୟ? ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୯।୯: ତାମିଲନାଡୁରେ କ୍ଷମତା ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନବଜାତ ଶିଶୁମାନଙ୍କୁ ସୁନା ମୁଦି ପ୍ରଦାନ କରିବା ସମ୍ପର୍କିତ ଚର୍ଚ୍ଚିତ ଯୋଜନାର ଶୁଭାରମ୍ଭ ବର୍ତ୍ତମାନ…

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଗଣେଶ ପୂଜାରେ ୫ ରାଶିଙ୍କ ଫିଟିବ ଭାଗ୍ୟ; ଅଚାନକ ମିଳିବ ଧନ, କଟିଯିବ ସବୁ ବିପଦ…

ଗଣେଶ ଚତୁର୍ଥୀ ଅବସରରେ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାତା ପାର୍ୱତୀଙ୍କ ପୂଜା ପାଇଁ ହରତାଳିକା ତୀଜ ବ୍ରତ ରହିଛି। ଶିବଙ୍କ ପୂଜା ପାଇଁ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri