Posted inଫୁରସତ

ପକ୍ଷୀବସା ଭଳି ରେସ୍ତୋରାଁ

ପର୍ଯ୍ୟଟକଙ୍କ ଭ୍ରମଣ କାହାଣୀକୁ ଆଉ ଟିକିଏ ରୋମାଞ୍ଚକର କରିବା ଲାଗି ପୃଥିବୀର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ବିଭିନ୍ନ ଆକର୍ଷଣୀୟ ସ୍ଥାନ ନିର୍ମାଣ କରାଯାଇଛି । ସେଭଳି ଏକ ସ୍ଥାନ ହେଉଛିି ଥାଇଲାଣ୍ଡର ସୋନେଭା କିର୍ଲ ଇକୋ ରିସୋର୍ଟ । ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରା ଏହି ସ୍ଥାନରେ ପର୍ଯ୍ୟଟକମାନେ ସୁସ୍ବାଦୁ ଖାଦ୍ୟପେୟ ସହ ରାତ୍ରି ଯାପନ କରିବାର ସୁବିଧା ମଧ୍ୟ ପାଇପାରିବେ । ଏହି ରିସୋର୍ଟର ଏକ ସ୍ବତନ୍ତ୍ରତା ହେଉଛି ଏଠାକାର ରେସ୍ତୋରଁ। ‘ବାର୍ଡସ୍‌ ନେଷ୍ଟ ରେସ୍ତୋରାଁ’ ଭାବେ ପରିଚିତ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ। ଯେଭଳିକି ଏହାର ନଁା ରହିଛି ବାର୍ଡସ୍‌ ନେଷ୍ଟ, ଏହି ରେସ୍ତୋରାଁ ନିର୍ମାଣ ହୋଇଛି ସୁଉଚ୍ଚ ବିଶାଳ ଗଛ ଉପରେ । କେବଳ ସେତିକି ନୁହେଁ ଏହି ରେସ୍ତୋରାଁ ତଳେ ଏକ ଝରଣା ମଧ୍ୟ ରହିଛି । ଭୂପୃଷ୍ଠରୁ ପ୍ରାୟ ୧୬ ଫୁଟ ଉଚ୍ଚରେ ନିର୍ମିତ ହୋଇଛି କାଠ ଏବଂ ଚମଡାର ବିଭିନ୍ନ ପୋଡ୍‌ । ଏହି ପୋଡ୍‌ରେ ବସି ପର୍ଯ୍ୟଟକମାନେ ସୁସ୍ବାଦୁ ଭୋଜନ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ମଧ୍ୟ ନେଇପାରିବେ । ଏହି ରେସ୍ତୋରାଁର ଆଉ ଏକ ସ୍ବତନ୍ତ୍ରତା ହେଉଛି, ଏଠାରେ ଓ୍ବେଟରମାନେ ଗଛ ସହ ସଂଶ୍ଳିଷ୍ଟ ଜିପ୍‌ ଲାଇନ୍‌ ମାଧ୍ୟମରେ ଉଡି ଆସି ଅର୍ଡର ନେବା ସହ ଖାଦ୍ୟ ମଧ୍ୟ ପରଷିଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri