ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ: ପାସ୍‌ ହାର ୮୪.୫୮ ପ୍ରତିଶତ

ନୟାଗଡ଼ ଅଫିସ,୨ା୬-ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ (ଯୁକ୍ତ ୩ ଶେଷବର୍ଷ) ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ପୂର୍ବାହ୍ନ ୧୦ଟା ୩୦ରେ ଅଧ୍ୟକ୍ଷା ଡ. ବିଜୟଲକ୍ଷ୍ମୀ ପରିଡ଼ା ପରୀକ୍ଷାଫଳ ଘୋଷଣା କରିଛନ୍ତି। କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୭୨୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲା ବେଳେ ସେମାନଙ୍କୁ ମଧ୍ୟରୁ ୬୦୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ ହାର ରହିଛି ୮୪.୫୮ ପ୍ରତିଶତ। ପୂର୍ବବର୍ଷ ପାସ୍‌ ହାର ୯୨ ପ୍ରତିଶତ ଥିଲା ବେଳେ ଚଳିତବର୍ଷ ଏହା ଖସିଆସି ୮୪.୫୮ ପ୍ରତିଶତରେ ପହଞ୍ଚତ୍ଛି। ପଦାର୍ଥ ବିଜ୍ଞାନର ଛାତ୍ରୀ ଜ୍ଞାନପ୍ରଭା ଦାସ ୨୬୦୦ରୁ ୨୩୬୨ ନମ୍ବର ରଖି ଶ୍ରେଷ୍ଠ ସ୍ନାତକ ହୋଇଛନ୍ତି। ଜ୍ଞାନପ୍ରଭା ବିଜ୍ଞାନ ବିଭାଗରେ ମଧ୍ୟ ଶ୍ରେଷ୍ଠ ହୋଇଛନ୍ତି। କଳା ବିଭାଗରେ ମନୋବିଜ୍ଞାନ ଛାତ୍ରୀ ସୁକାନ୍ତି ପରିଡ଼ା ୨୦୮୨ ନମ୍ବର ଓ ବାଣିଜ୍ୟ ବିଭାଗରେ ଛାତ୍ର ହେମନ୍ତ କୁମାର ନାୟକ ୧୯୮୫ ନମ୍ବର ରଖି ଶ୍ରେଷ୍ଠ ହୋଇଛନ୍ତି। କଳା ବିଭାଗରେ ପାସ୍‌ ହାର ୮୭.୩୯ ପ୍ରତିଶତ, ବିଜ୍ଞାନରେ ୮୫.୫ ଓ ବାଣିଜ୍ୟରେ ୭୬.୭୪ ପ୍ରତିଶତ ରହିଛି। କଳା ବିଭାଗରେ ୨୪୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୧୫ ଜଣ ପାସ୍‌ କରିଛନ୍ତି। ସେହିପରି ବିଜ୍ଞାନରେ ୩୪୫ ଜଣଙ୍କ ମଧ୍ୟରୁ ୨୯୫ ଓ ବାଣିଜ୍ୟରେ ୧୨୯ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୯୯ ଜଣ ପାସ୍‌ କରିଛନ୍ତି। ସମସ୍ତ ସମ୍ମାନ ବିଭାଗରେ ଜଣେ ଲେଖାଏ ଶ୍ରେଷ୍ଠ ହୋଇଥିବା ବେଳେ ସମାଜ ବିଜ୍ଞାନ ବିଭାଗରେ ୧୦୬୨ ନମ୍ବର ରଖି ଯୁଗ୍ମଭାବେ ଦୁଇ ଜଣ ଶ୍ରେଷ୍ଠ ହୋଇଛନ୍ତି। ପରୀକ୍ଷା ଫଳ ପ୍ରକାଶନ ବେଳେ ଅନ୍ୟମାନଙ୍କ ମଧ୍ୟରେ ପରୀକ୍ଷା ନିୟନ୍ତ୍ରକ ଜାନକୀ ନାଥ ଦାସ, ପରୀକ୍ଷା ଉପନିୟନ୍ତ୍ରକ ବଂଶୀଧର ଗୌଡ଼, ବଜବ୍ରନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri