ନୟାଗଡ଼ ପୌରପାଳିକା ଅଫିସରେ ରହୁନାହାନ୍ତି ୱାର୍ଡ ଅଫିସର

ନୟାଗଡ଼ ଅଫିସ,୧୧ା୧୨: ବିଭିନ୍ନ ସହରାଞ୍ଚଳରେ ପୌର ପ୍ରଶାସନର ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ସରିଯାଇଥିବା ବେଳେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଅବ୍ୟାହତ ରଖିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଗଷ୍ଟ ମାସରେ ପ୍ରତି ୱାର୍ଡରେ ଅଫିସ ଖୋଲି ୱାର୍ଡ ଅଫିସର ନିଯୁକ୍ତି ଦେବା ପାଇଁ ପୌରାଞ୍ଚଳର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏହି ପରିପ୍ରେକ୍ଷୀରେ ନୟାଗଡ଼ ପୌରପରିଷଦର ୧୩ ୱାର୍ଡରେ ଅଫିସ ଖୋଲାଯାଇ ୧୦ଜଣ ନୋଡ଼ାଲ ଅଧିକାରୀଙ୍କୁ ୱାର୍ଡ ଅଫିସର ଭାବେ ନିଯୁକ୍ତ କରାଯାଇଥିଲା। ଏମାନଙ୍କର କାର୍ଯ୍ୟ ହେଉଛି ପ୍ରତ୍ୟହ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅଫିସରେ ରହି ୱାର୍ଡବାସୀଙ୍କ ଅଭିଯୋଗ ଶୁଣିବେ। ହେଲେ ନୟାଗଡ଼ ପୌରାଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ନିର୍ଦ୍ଧାରିତ ସମୟରେ ୱାର୍ଡ ଅଫିସରେ ତାଲା ଝୁଲୁଥିବାରୁ ଓ୍ବାର୍ଡବାସୀ ଅଭିଯୋଗ କରି ନ ପାରି ହଇରାଣ ହେଉଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୦ଟା ୨୦ ମିନିଟ ସମୟରେ ୧୧ ଓ ୧୨ ନମ୍ବର ୱାର୍ଡ ପାଇଁ ଅଫିସ ହୋଇଥିବା ସିଦ୍ଧେଶ୍ୱରୀ କଲ୍ୟାଣ ମଣ୍ଡପ ଯାଇ ଦେଖିବାବେଳକୁ ସେଠାରେ ତାଲା ଝୁଲୁଥିଲା। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ଟାଉନ ହଲ୍‌ଠାରେ ଖୋଲାଯାଇଥିବା ଅଫିସରେ ମଧ୍ୟ ସମାନ ଅବସ୍ଥା ଦେଖାଯାଇଥିଲା।
ପ୍ରକାଶ ଯେ, ନୟାଗଡ଼ ପୌରପାଳିକାର ୧ ନମ୍ବର ୱାର୍ଡ ପାଇଁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ, ୨ନଂ. ପାଇଁ ସନ୍ତୋଷୀ ମା’ ମନ୍ଦିର, ୩ ନଂ.ର ହାଟପଦା ଅଙ୍ଗନୱାଡ଼ି, ୪ ଓ ୫ନଂ.ର ଟାଉନ ହଲ, ୬ନଂ. ନାଉରିସାହି କ୍ଲବ ଘର, ୭ ଓ ୮ ନମ୍ବର ୱାର୍ଡର ପୁରୁଣା ରାଜବାଟୀ, ୯ ଓ ୧୦ ନମ୍ବର ୱାର୍ଡର ରାମ ମନ୍ଦିର, ୧୧ ଓ ୧୨ ନମ୍ବର ୱାର୍ଡ଼ ଲାଗି ସିଦ୍ଧେଶ୍ୱରୀ କଲ୍ୟାଣ ମଣ୍ଡପ ଓ ୧୩ ନମ୍ବର ୱାର୍ଡ ପାଇଁ ଦିବ୍ୟଜ୍ୟୋତି କ୍ଲବରେ ୱାର୍ଡ ଅଫିସ ଖୋଲାଯାଇଛି। ୱାର୍ଡ ଅଫିସର ପୌରାଞ୍ଚଳର ଜନସାଧାରଣ ଓ ପୌର ପ୍ରଶାସନ ମଧ୍ୟରେ ସମନ୍ବୟକାରୀ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସହରରେ ବସବାସ କରୁଥିବା ଜନସାଧାରଣ ସିଧାସଳଖ ନିଜ ସମସ୍ୟା ୱାର୍ଡ ଅଫିସରଙ୍କୁ ଜଣାଇବେ। ଏହାର ସମାଧାନ ନିମିତ୍ତ ୱାର୍ଡ ଅଫିସର ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେବେ। ହେଲେ ପ୍ରକୃତରେ ଏଭଳି କିଛି ହୋଇପାରୁ ନାହିଁ। ଯେଉଁଠାରେ ୱାର୍ଡ ଅଫିସ ହୋଇଛି ସେଠାରେ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ। ଫଳରେ ଜନସାଧାରଣ କେଉଁଠାରେ ଅଭିଯୋଗ କରିବେ ଜାଣି ପାରୁନାହାନ୍ତି। ସହରୀ ଲୋକଙ୍କୁ ହାତ ପାଆନ୍ତାରେ ସମସ୍ତ ସୁବିଧା ଯୋଗାଇଦେବାକୁ ସରକାର ଚେଷ୍ଟା କରୁଥିଲେ ମଧ୍ୟ ତାହା ଫଳପ୍ରଦ ହେଉ ନ ଥିବା ଦେଖିବାକୁ ମିଳିଛି। ଏ ନେଇ କିଛି ୱାର୍ଡ ଅଫିସର କହନ୍ତି, ଘର ଦେଲେ କ’ଣ ହେବ, ବସିବାକୁ ଚେୟାର ନାହିଁ। ଏହାଛଡା ଅଫିସରେ ରହି କାମ କରିବା ଯୋଗୁ ପୌରାଞ୍ଚଳର ବିଭିନ୍ନ ଟ୍ୟାକ୍ସ ଆଦାୟ କରିବାରେ ବାଧା ସୃଷ୍ଟି ହେଲା। ଫଳରେ ୱାର୍ଡ ଅଫିସରେ ତାଲା ପକାଇ ଟ୍ୟାକ୍ସ ଆଦାୟ କରୁଥିବା ପ୍ରକାଶ କରିଛନ୍ତି। କାର୍ଯ୍ୟନିବାର୍ହୀ ଅଧିକାରୀ ସନ୍ତୋଷ କୁମାର ଜେନା କହନ୍ତି, ୱାର୍ଡ ଅଫିସରମାନେ ୱାର୍ଡରେ ରହୁ ନ ଥିଲେ ସେମାନଙ୍କୁ ଏଥିପାଇଁ ତାଗିଦ୍‌ କରାଯିବ। ଆଗାମୀ ଦିନରେ ଏହା କିଭଳି କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ସ୍ଥାନୀୟ ଲୋକେ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri