ନୟାଗଡ଼ ପୌରପାଳିକା ଅଫିସରେ ରହୁନାହାନ୍ତି ୱାର୍ଡ ଅଫିସର

ନୟାଗଡ଼ ଅଫିସ,୧୧ା୧୨: ବିଭିନ୍ନ ସହରାଞ୍ଚଳରେ ପୌର ପ୍ରଶାସନର ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ସରିଯାଇଥିବା ବେଳେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଅବ୍ୟାହତ ରଖିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଗଷ୍ଟ ମାସରେ ପ୍ରତି ୱାର୍ଡରେ ଅଫିସ ଖୋଲି ୱାର୍ଡ ଅଫିସର ନିଯୁକ୍ତି ଦେବା ପାଇଁ ପୌରାଞ୍ଚଳର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏହି ପରିପ୍ରେକ୍ଷୀରେ ନୟାଗଡ଼ ପୌରପରିଷଦର ୧୩ ୱାର୍ଡରେ ଅଫିସ ଖୋଲାଯାଇ ୧୦ଜଣ ନୋଡ଼ାଲ ଅଧିକାରୀଙ୍କୁ ୱାର୍ଡ ଅଫିସର ଭାବେ ନିଯୁକ୍ତ କରାଯାଇଥିଲା। ଏମାନଙ୍କର କାର୍ଯ୍ୟ ହେଉଛି ପ୍ରତ୍ୟହ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅଫିସରେ ରହି ୱାର୍ଡବାସୀଙ୍କ ଅଭିଯୋଗ ଶୁଣିବେ। ହେଲେ ନୟାଗଡ଼ ପୌରାଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ନିର୍ଦ୍ଧାରିତ ସମୟରେ ୱାର୍ଡ ଅଫିସରେ ତାଲା ଝୁଲୁଥିବାରୁ ଓ୍ବାର୍ଡବାସୀ ଅଭିଯୋଗ କରି ନ ପାରି ହଇରାଣ ହେଉଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୦ଟା ୨୦ ମିନିଟ ସମୟରେ ୧୧ ଓ ୧୨ ନମ୍ବର ୱାର୍ଡ ପାଇଁ ଅଫିସ ହୋଇଥିବା ସିଦ୍ଧେଶ୍ୱରୀ କଲ୍ୟାଣ ମଣ୍ଡପ ଯାଇ ଦେଖିବାବେଳକୁ ସେଠାରେ ତାଲା ଝୁଲୁଥିଲା। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ଟାଉନ ହଲ୍‌ଠାରେ ଖୋଲାଯାଇଥିବା ଅଫିସରେ ମଧ୍ୟ ସମାନ ଅବସ୍ଥା ଦେଖାଯାଇଥିଲା।
ପ୍ରକାଶ ଯେ, ନୟାଗଡ଼ ପୌରପାଳିକାର ୧ ନମ୍ବର ୱାର୍ଡ ପାଇଁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ, ୨ନଂ. ପାଇଁ ସନ୍ତୋଷୀ ମା’ ମନ୍ଦିର, ୩ ନଂ.ର ହାଟପଦା ଅଙ୍ଗନୱାଡ଼ି, ୪ ଓ ୫ନଂ.ର ଟାଉନ ହଲ, ୬ନଂ. ନାଉରିସାହି କ୍ଲବ ଘର, ୭ ଓ ୮ ନମ୍ବର ୱାର୍ଡର ପୁରୁଣା ରାଜବାଟୀ, ୯ ଓ ୧୦ ନମ୍ବର ୱାର୍ଡର ରାମ ମନ୍ଦିର, ୧୧ ଓ ୧୨ ନମ୍ବର ୱାର୍ଡ଼ ଲାଗି ସିଦ୍ଧେଶ୍ୱରୀ କଲ୍ୟାଣ ମଣ୍ଡପ ଓ ୧୩ ନମ୍ବର ୱାର୍ଡ ପାଇଁ ଦିବ୍ୟଜ୍ୟୋତି କ୍ଲବରେ ୱାର୍ଡ ଅଫିସ ଖୋଲାଯାଇଛି। ୱାର୍ଡ ଅଫିସର ପୌରାଞ୍ଚଳର ଜନସାଧାରଣ ଓ ପୌର ପ୍ରଶାସନ ମଧ୍ୟରେ ସମନ୍ବୟକାରୀ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସହରରେ ବସବାସ କରୁଥିବା ଜନସାଧାରଣ ସିଧାସଳଖ ନିଜ ସମସ୍ୟା ୱାର୍ଡ ଅଫିସରଙ୍କୁ ଜଣାଇବେ। ଏହାର ସମାଧାନ ନିମିତ୍ତ ୱାର୍ଡ ଅଫିସର ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେବେ। ହେଲେ ପ୍ରକୃତରେ ଏଭଳି କିଛି ହୋଇପାରୁ ନାହିଁ। ଯେଉଁଠାରେ ୱାର୍ଡ ଅଫିସ ହୋଇଛି ସେଠାରେ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ। ଫଳରେ ଜନସାଧାରଣ କେଉଁଠାରେ ଅଭିଯୋଗ କରିବେ ଜାଣି ପାରୁନାହାନ୍ତି। ସହରୀ ଲୋକଙ୍କୁ ହାତ ପାଆନ୍ତାରେ ସମସ୍ତ ସୁବିଧା ଯୋଗାଇଦେବାକୁ ସରକାର ଚେଷ୍ଟା କରୁଥିଲେ ମଧ୍ୟ ତାହା ଫଳପ୍ରଦ ହେଉ ନ ଥିବା ଦେଖିବାକୁ ମିଳିଛି। ଏ ନେଇ କିଛି ୱାର୍ଡ ଅଫିସର କହନ୍ତି, ଘର ଦେଲେ କ’ଣ ହେବ, ବସିବାକୁ ଚେୟାର ନାହିଁ। ଏହାଛଡା ଅଫିସରେ ରହି କାମ କରିବା ଯୋଗୁ ପୌରାଞ୍ଚଳର ବିଭିନ୍ନ ଟ୍ୟାକ୍ସ ଆଦାୟ କରିବାରେ ବାଧା ସୃଷ୍ଟି ହେଲା। ଫଳରେ ୱାର୍ଡ ଅଫିସରେ ତାଲା ପକାଇ ଟ୍ୟାକ୍ସ ଆଦାୟ କରୁଥିବା ପ୍ରକାଶ କରିଛନ୍ତି। କାର୍ଯ୍ୟନିବାର୍ହୀ ଅଧିକାରୀ ସନ୍ତୋଷ କୁମାର ଜେନା କହନ୍ତି, ୱାର୍ଡ ଅଫିସରମାନେ ୱାର୍ଡରେ ରହୁ ନ ଥିଲେ ସେମାନଙ୍କୁ ଏଥିପାଇଁ ତାଗିଦ୍‌ କରାଯିବ। ଆଗାମୀ ଦିନରେ ଏହା କିଭଳି କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ସ୍ଥାନୀୟ ଲୋକେ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri