ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ରେ ଆଇଏନ୍‌ଆଇଏଫ୍‌ଡିର କମାଲ୍‌

ଭୁବନେଶ୍ୱର,୨୫।।୬(ବ୍ୟୁରୋ): ପ୍ରତିଷ୍ଠା ହେବାର ମାତ୍ର ଏକବର୍ଷ ମଧ୍ୟରେ ଲାକ୍‌ମୀ ଇଣ୍ଡିଆ ଫ୍ୟାଶନ ଓ୍ବିକ୍‌ ଏବଂ ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଫ୍ୟାଶନ ଇଭେଣ୍ଟରେ ଅଂଶଗ୍ରହଣ କରି ବିଶେଷ ସଫଳତା ହାସଲ କରିଛି ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫ୍ୟାଶନ ଡିଜାଇନିଂ(ଆଇଏନ୍‌ଆଇଏଫ୍‌ଡି)। ନିକଟରେ ଇନ୍‌ଷ୍ଟିଚ୍ୟୁଟର ୫ଜଣ ଛାତ୍ରୀଛାତ୍ର ପ୍ରିୟବ୍ରତ ମହାପାତ୍ର, ରିଶିକା ଜେନା, ପଲ୍ଲବୀ ଷଡ଼ଙ୍ଗୀ, ଦିବ୍ୟାଶା ବିଶ୍ୱାଳ ଓ ଆଦିତି କୁମାର ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ ୨୦୧୯ରେ ନିଜ ଡିଜାଇନ୍‌ର ଶୋ’କେସ୍‌ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଆଇଏନ୍‌ଆଇଏଫ୍‌ଡି ଫ୍ୟାଶନ ଡିଜାଇନ୍‌ ଡିପାର୍ଟମେଣ୍ଟର ଏହି ଛାତ୍ରୀଛାତ୍ର ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ର ଭାଇବ୍ରାଣ୍ଟ ଇଣ୍ଡିଆ ବିଭାଗରେ ନିଜ ଡିଜାଇନ୍‌ ପ୍ରଦର୍ଶନ କରିଥିଲେ।
ଲଗାତାର ୩ୟ ଥର ପାଇଁ ଆଇଏନ୍‌ଆଇଏଫ୍‌ଡି ଏବଂ ଲଣ୍ଡନ୍‌ ସ୍କୁଲ ଅଫ୍‌ ଟ୍ରେଣ୍ଡ୍‌ସ(ଏଲ୍‌ଏସ୍‌ଟି) ମିଳିତ ଭାବେ ଭାରତୀୟ ଫ୍ୟାଶନକୁ ବିଦେଶ ମାଟିରେ ପହଞ୍ଚାଇବା ସହ ଭାରତୀୟ ହସ୍ତତନ୍ତକୁ ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ରେ ପ୍ରଦର୍ଶନ କରିଛନ୍ତି। ଏହାସହ ଯୁବ ଛାତ୍ରୀଛାତ୍ରଙ୍କ ହାତରେ ଥିବା ଯାଦୁକୁ ସମଗ୍ର ବିଶ୍ୱ ସମ୍ମୁଖକୁ ଆଣିବାକୁ ଏକ ଉତ୍କୃଷ୍ଟ ପ୍ଲାଟ୍‌ଫର୍ମ ଯୋଗାଇ ଦେଇଛନ୍ତି। ସେଣ୍ଟ୍‌ ମାହ୍ନାଟ୍ଟନ୍‌(Manhattan)ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ନ୍ୟୁୟର୍କରେ ଅବସ୍ଥାପିତ ଭାରତର ଡେପୁଟି କନ୍‌ସୁଲ୍‌ ଜେନେରାଲ୍‌ ଶତ୍ରୁଘ୍ନ ସିହ୍ନା ଓ ଅନ୍ୟ ଅତିଥିମାନେ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ଶୋରେ ଭାରତର ଉତ୍କୃଷ୍ଟ ହସ୍ତତନ୍ତ ଏବଂ ଏହାର ପ୍ରସ୍ତୁତ ପ୍ରଣାଳୀକୁ ପ୍ରଦର୍ଶନ କରାଯାଇଥିଲା। ଆର୍ଟ ଆଣ୍ଡ କ୍ରାଫ୍ଟ, ବ୍ୟାଡ୍‌ ଗର୍ଲସ, ଇଭିନିଙ୍ଗ୍‌ ଓ୍ବେର୍‌ ଏବଂ ଟେଲରିଂ ଏହାର ଚଳିତବର୍ଷ ଥିମ୍‌ ରହିଥିଲା। ସେହିଭଳି ପାରମ୍ପରିକ ଭାରତୀୟ ପୋଷାକରେ ପାଶ୍ଚାତ୍ୟ ଡିଜାଇନ୍‌ର ଛାପ ପ୍ରତିଟି ଡିଜାଇନ୍‌କୁ ଆକର୍ଷଣୀୟ କରିଥିଲା। ଆଗାମୀ ଦିନରେ ଏଭଳି ବିଶ୍ୱସ୍ତରୀୟ ଫ୍ୟାଶନ ଇଭେଣ୍ଟରେ ଅଂଶଗ୍ରହଣ କରିବା ସହ ଆଇଏନ୍‌ଆଇଏଫ୍‌ଡି ନିଜ ଛାତ୍ରୀଛାତ୍ରଙ୍କୁ ଗ୍ଲୋବାଲ୍‌ ମାର୍କେଟ୍‌ରେ ପ୍ରତିଷ୍ଠିତ ହେବାକୁ ସୁଯୋଗ ପ୍ରଦାନ କରିବ ବୋଲି ଶିକ୍ଷାନୁଷ୍ଠାନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଠରେ ରାମଦୋଳି ନିଜେ ପ୍ରସ୍ତୁତ କରନ୍ତି ଗାଁର ଯୁବତୀ-ଯୁବକ, ରଜ କୁଇନ୍‌ ପ୍ରତିଯୋଗିତାରେ ନେଲେ ଖୁବ୍‌ ମଜା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରଜ ମହୋତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଭଞ୍ଜନଗର ପାତ୍ର କଲୋନୀରେ ୩ ଦିନ ବ୍ୟାପି ଚାଲିଥିବା ରଜ କୁଇନ୍‌…

ଗଛରେ ପିଟିହେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ପରଜଙ୍ଗ,୧୭ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ୍‌ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କୁଟୁରିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଗଛରେ…

ଭୁବନେଶ୍ୱରକୁ ଜଗିଛି ଅଦୃଶ୍ୟ ଶକ୍ତି! ଚମକାଇଲା ବିଶେଷଜ୍ଞଙ୍କ ଆକଳନ, ଆଗକୁ ଭୟଙ୍କର…

ଭୁବନେଶ୍ୱର,୧୭।୬: ଭୁବନେଶ୍ୱରବାସୀ ବର୍ଷାକୁ ଚାହିଁ ଚାହିଁ ନିରାଶ। ଆକାଶରେ ମେଘ ଆସୁଛି, ପବନ ବହୁଛି, ବର୍ଷା ହେବ ବୋଲି ଆଶା ଜାଗୁଛି। କିନ୍ତୁ ଠିକ ସେତିକିବେଳେ ମେଘ…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

ରାସ୍ତାକଡ଼ରେ ପଡ଼ିଛି ମୁଣ୍ଡ ନ ଥିବା ମୃତଦେହ, ପାଖରେ ପଡ଼ିଛି ଚପଲ

ରାଜନଗର,୧୭ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ପଟ୍ଟାମୁଣ୍ଡାଇ ମୁଖ୍ୟ ତଳ ରାସ୍ତାର ମଦଭାଟିଠାରୁ କିଛି ଦୂରରେ ରାସ୍ତା ତଳକୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି।…

୩୫ ବର୍ଷ ପରେ ଦେଶରେ ନୂଆ ସାପ ପ୍ରଜାତି ଚିହ୍ନଟ : ସାମ୍ନାକୁ ଆସିଲା ରହସ୍ୟମୟ ଦୋମୁହାଁ ସାପ

ଥର୍‌ ମରୁଭୂମି ବିକାନେରର ଜୋଡ଼ବୀଡ଼ କଞ୍ଜରଭେସନ ରିଜର୍ଭରେ ମିଳିଥିବା ଏକ ବିରଳ ସାପର ଚିହ୍ନଟ ‘ସିସ୍ତାନ ସ୍ୟାଣ୍ଡ ବୋଆ’ (Eryx sistanensis) ଭାବରେ କରାଯାଇଛି। ବୈଜ୍ଞାନିକମାନଙ୍କ ଅନୁଯାୟୀ,…

ଗର୍ଭବତୀଙ୍କ ମୃତ୍ୟୁ ନେଇ ଉତ୍ତେଜନା: ଡାକ୍ତରଙ୍କ ଉପରେ ଆକ୍ରମଣ କଲେ ସମ୍ପର୍କୀୟ

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଏଥିସହ ଉକ୍ତ ମହିଳାଙ୍କ ସମ୍ପର୍କୀୟମାନେ ଚିକିତ୍ସାରେ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri