ନୂତନ ଭିନ୍ନକ୍ଷମ ଅଧିକାର ଆଇନ

ଡ. ବିରଜା ରାଉତରାୟ

୨୦୧୧ ମସିହା ଜନଗଣନା ଅନୁସାରେ ଭାରତବର୍ଷରେ ବାସ କରୁଥିବା ସମୁଦାୟ ଜନସଂଖ୍ୟାର ୨.୧ ପ୍ରତିଶତ ଭିନ୍ନକ୍ଷମ। ଏମାନେ କୌଣସି ନା କୌଣସି ପ୍ରକାର ଏକ ବା ଏକାଧିକ ଭିନ୍ନତାର ଶିକାର ହୋଇଛନ୍ତି। ଭାରତର ଜଣେ ନାଗରିକ ଭାବରେ ସେମାନେ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରକୁ ଉପଭୋଗ କରିଥାନ୍ତି ସତ; ମାତ୍ର ଜୀବନ ନିର୍ବାହରେ ଯାବତୀୟ କଠିନତାର ସମ୍ମୁଖୀନ ହୋଇଥାନ୍ତି। ସେଥିପାଇଁ ପ୍ରଥମକରି ୧୯୯୫ ମସିହାରେ ଏକ ଭିନ୍ନକ୍ଷମ ଆଇନର ପ୍ରଣୟନ କରାଯାଇଥିଲା। ଏହି ଆଇନରେ ଅନ୍ୟ ନାଗରିକଙ୍କ ପରି ଭିନ୍ନକ୍ଷମ ବା ଦିବ୍ୟାଙ୍ଗମାନଙ୍କୁ ସମାନତା ଓ ଆତ୍ମସମ୍ମାନପୂର୍ଣ୍ଣ ଜୀବନ ନିର୍ବାହ କରିବା ପାଇଁ ସୀମିତ ଭାବେ ନିୟମ ପ୍ରଣିତ ହୋଇଥିଲା। ଏତଦ୍‌ ବ୍ୟତୀତ, ଏହି ଆଇନରେ ଦିବ୍ୟାଙ୍ଗମାନଙ୍କ ଅଧିକାରକୁ ସୁନିଶ୍ଚିତ କରାଇବାର କୌଣସି ବଳିଷ୍ଠ ପଦକ୍ଷେପ ନିଆଯାଇ ନ ଥିଲା। ଫଳରେ ବିଭିନ୍ନ ଭିନ୍ନକ୍ଷମ ସଙ୍ଗଠନ ଓ ସାମାଜିକ କର୍ମୀ ଏହାକୁ ବିରୋଧ କରିଥିଲେ। ସେମାନଙ୍କ ମତରେ ଏହି ଭିନ୍ନକ୍ଷମ ଆଇନ ପ୍ରଭାବଶାଳୀ ହୋଇ ନ ଥିବାରୁ ଏହାଦ୍ୱାରା ସେମାନେ ନ୍ୟାଯ୍ୟ ଅଧିକାର ପାଇବାରୁ ବଞ୍ଚିତ ହେବେ। ସେମାନଙ୍କୁ ଏହି ଅଧିକାର ଦେବାକୁ ହେଲେ ଏକ ଉତ୍ତରଦାୟୀ ବଳିଷ୍ଠ ଅଧିନିୟମର ଆବଶ୍ୟକତା ରହିଛି।
୨୦୦୬ ଡିସେମ୍ବର ୧୩ରେ ଅନୁଷ୍ଠିତ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଅଧିକାର ଆଧାରିତ ପ୍ରସ୍ତାବମାନ ଗୃହୀତ ହୋଇଥିଲା। ଭାରତ ଉକ୍ତ ସମ୍ମିଳନୀର ଏକ ସ୍ବାକ୍ଷରକାରୀ ଦେଶ ଭାବେ ଉକ୍ତ ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରାଇବା ଲକ୍ଷ୍ୟରେ ସଂସଦର ଉଭୟ ଗୃହରେ ୨୦୧୬ ରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ ବିଧେୟକକୁ ପାରିତ କରାଯାଇଥିଲା; ଯାହା ଏକ ସ୍ବତନ୍ତ୍ର ଅଧିନିୟମ ରୂପେ ୨୦୧୬ ଡିସେମ୍ବର ୨୭ଠାରୁ ମହାମହିମ ରାଷ୍ଟ୍ରପତିଙ୍କ ସ୍ବୀକୃତିପ୍ରାପ୍ତ ହୋଇ ଆଇନରେ ପରିଣତ ହୋଇଛି।
ଏହି ନୂତନ ଭିନ୍ନକ୍ଷମ ଆଇନରେ ୧୯୯୫ ମସିହାରେ ପ୍ରଦତ୍ତ ଆଇନଠାରୁ ଅଧିକ ବିସ୍ତୃତ ଭାବରେ ପ୍ରତ୍ୟେକ ଦିଗ ଯେପରି ଶିକ୍ଷା, ସାମାଜିକ ସୁରକ୍ଷା, ନିଯୁକ୍ତି ଓ ସ୍ବତନ୍ତ୍ର ଯୋଜନା ତଥା ବିକାଶମୂଳକ କାର୍ଯ୍ୟକ୍ରମ ପ୍ରଭୃତି କ୍ଷେତ୍ରରେ ସୁନିଶ୍ଚିତ ଆରକ୍ଷଣର ବ୍ୟବସ୍ଥା କରାଯାଇ ବିଭିନ୍ନ ବର୍ଗ ପାଇଁ ସଂରକ୍ଷଣର ପ୍ରତିଶତକୁ ସୁନିର୍ଦ୍ଦିଷ୍ଟ କରାଯାଇଛି। ବିଶେଷକରି ଦିବ୍ୟାଙ୍ଗ ମହିଳା ଓ ଶିଶୁଙ୍କ ନିମନ୍ତେ ସ୍ବତନ୍ତ୍ର ପଦକ୍ଷେପର ପ୍ରାବଧାନ କରାଯାଇ ସେମାନଙ୍କର ଅଧିକାରକୁ ସୁରକ୍ଷିତ କରାଯାଇଛି। ସର୍ବୋପରି ଏହି ନୂତନ ଆଇନରେ ଥିବା ଖିଲାପକାରୀ ଓ ଦୋଷୀମାନଙ୍କ ନିମନ୍ତେ ଦଣ୍ଡବିଧାନର ବ୍ୟବସ୍ଥା ଏହାକୁ ଏକ ମଜଭୁତ ଓ ଶକ୍ତିଶାଳୀ ଆଇନରେ ପରିଣତ କରିଛି।
ଯଦି ଦିବ୍ୟାଙ୍ଗ ବ୍ୟକ୍ତିବିଶେଷମାନେ ଏହି ନୂତନ ଭିନ୍ନକ୍ଷମ ଆଇନ ୨୦୧୬ରେ ଥିବା ସେମାନଙ୍କ ଅଧିକାର ସମ୍ପର୍କିତ ପ୍ରାବଧାନ ସମ୍ପର୍କରେ ଅବଗତ ହୋଇପାରିବେ, ତେବେ ସେମାନେ ସେମାନଙ୍କ ନ୍ୟାୟିକ ଅଧିକାର ପାଇବା ସହ ଏହି ଆଇନର ଉଦ୍ଦିଷ୍ଟ ଲକ୍ଷ୍ୟସାଧନ ହୋଇପାରିବ। ଅଧିକନ୍ତୁ, ସରକାରୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ତରଫରୁ ଏହି ନୂତନ ଭିନ୍ନକ୍ଷମ ଅଧିକାର ଆଇନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ସହାୟତା ମଧ୍ୟ ସମାଜର ଏହି ଅବହେଳିତ ତଥା ଅସହାୟ ଭିନ୍ନକ୍ଷମ ବର୍ଗଙ୍କୁ ଏକ ଭେଦଭାବହୀନ ସମ୍ମାନଜନକ ଜୀବନ ନିର୍ବାହର ସୁଯୋଗ ମିଳିବା ସହିତ ଏକ ଯଥାର୍ଥ ଅନ୍ତର୍ଭୁକ୍ତୀ ସମ୍ମିଳିତ ସମାଜର ବାସ୍ତବାୟନ ସମ୍ଭବପର ହୋଇପାରିବ।
୨୦୧୬ ମସିହାରେ ପ୍ରଣିତ ଏହି ଯୁଗାନ୍ତକାରୀ ନୂତନ ଆଇନରେ ସମୁଦାୟ ୧୭ ଗୋଟି ଅଧ୍ୟାୟ ରହିଥିବା ବେଳେ ୧୦୨ ଗୋଟି ଧାରାକୁ ଏଥିରେ ସନ୍ନିବେଶିତ କରାଯାଇଛି। ସଂକ୍ଷେପରେ ସେଗୁଡ଼ିକ ହେଉଛି, ଯଥା – ପ୍ରଥମ ଅଧ୍ୟାୟ – ଭିନ୍ନକ୍ଷମତାର ସଂଜ୍ଞା ଓ ପରିସର ,ଦ୍ୱିତୀୟ ଅଧ୍ୟାୟ – ଅଧିକାର ଓ ହକ୍‌ ,ତୃତୀୟ ଅଧ୍ୟାୟ – ଶିକ୍ଷା,ଚତୁର୍ଥ ଅଧ୍ୟାୟ – ଦକ୍ଷତା ବିକାଶ ଓ ନିୟୋଜନ,ପଞ୍ଚମ ଅଧ୍ୟାୟ – ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ, ପୁନର୍ବାସ ଏବଂ ଅବସର ବିନୋଦନ, ଷଷ୍ଠ ଅଧ୍ୟାୟ – ନିର୍ଣ୍ଣାୟକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା,ସପ୍ତମ ଅଧ୍ୟାୟ – ଅଧିକ ସହାୟତା ଆବଶ୍ୟକ କରୁଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା।,ଅଷ୍ଟମ ଅଧ୍ୟାୟ – ସମୁଚିତ ସରକାରଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ, ନବମ ଅଧ୍ୟାୟ – ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକର ପଞ୍ଜୀକରଣ ଓ ସେପରି ଅନୁଷ୍ଠାନଗୁଡ଼ିକୁ ଅନୁଦାନ।,ଦଶମ ଅଧ୍ୟାୟ – ନିର୍ଦ୍ଦିଷ୍ଟ ଧରଣର ଭିନ୍ନକ୍ଷମମାନଙ୍କ ପ୍ରମାଣୀକରଣ,ଏକାଦଶ ଅଧ୍ୟାୟ – ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ପରାମର୍ଶଦାତା ମଣ୍ଡଳୀ ଓ ଶିକ୍ଷାସ୍ତରୀୟ କମିଟି, ଦ୍ୱାଦଶ ଅଧ୍ୟାୟ – ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟ ଆୟୁକ୍ତ ଓ ରାଜ୍ୟ ଆୟୁକ୍ତ, ତ୍ରୟୋଦଶ ଅଧ୍ୟାୟ – ସ୍ବତନ୍ତ୍ର ନ୍ୟାୟାଳୟ, ଚତୁର୍ଦ୍ଦଶ ଅଧ୍ୟାୟ – ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ପାଣ୍ଠି , ପଞ୍ଚଦଶ ଅଧ୍ୟାୟ – ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ପାଣ୍ଠି, ଷୋଡ଼ଶ ଅଧ୍ୟାୟ – ଅପରାଧ ଓ ଶାସ୍ତି , ସପ୍ତଦଶ ଅଧ୍ୟାୟ – ବିବିଧ।
ଏହି ଆଇନର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏଥିରେ ପୂର୍ବରୁ ଥିବା ଭିନ୍ନକ୍ଷମତାର ପରିସରକୁ ବୃଦ୍ଧି ଓ ବ୍ୟାପକ କରାଯାଇ ୧୯୯୫ ଆଇନରେ ପ୍ରଚଳିତ ୭ ପ୍ରକାରରୁ ୨୧ ପ୍ରକାର ଭିନ୍ନକ୍ଷମତାକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଆବଶ୍ୟକ ସମୟରେ ପରବର୍ତ୍ତୀ କାଳରେ କେନ୍ଦ୍ର ସରକାର କୌଣସି ନୂତନ ଭିନ୍ନକ୍ଷମତାକୁ ଏହି ତାଲିକାରେ ସଂଯୋଗ କରିବାର କ୍ଷମତାଭୁକ୍ତ ହୋଇଛନ୍ତି। ଅଧିକନ୍ତୁ, ୧୯୯୫ରେ ଥିବା ଭିନ୍ନକ୍ଷମ ଆଇନଟି ଜମ୍ମୁ ଓ କଶ୍ମୀର ବ୍ୟତୀତ ସାରା ଭାରତବର୍ଷରେ ପ୍ରଯୁଜ୍ୟ ଥିବାବେଳେ ୨୦୧୬ ମସିହାରେ ପ୍ରଣିତ ଆଇନର ପରିସରରେ ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ ।
ମୁଖ୍ୟ ଉପଦେଷ୍ଟା, ପୁନର୍ବାସ
ମୋ: ୯୬୫୮୮୧୦୨୪୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?