ନୂଆପଡା ପଞ୍ଚାୟତ ସମିତି ବୈଠକ: ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସମୁଚିତ ମର୍ଯ୍ୟାଦା ମିଳୁନାହିଁ; ବୈଠକ ପ୍ରାରମ୍ଭରେ ଝଡ

ନୂଆପଡା ଅଫିସ,୨୭ା୯-ନୂଆପଡା ଜିଲା ସଦର ବ୍ଲକ ସବୁ କ୍ଷେତ୍ରରେ ଅବହେଳିତ। ଏଠାରେ ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧା ରହିଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଏକ ପ୍ରକାର ଭୁଶୁଡି ପଡିିଛି। ବିଭିନ୍ନ ସମୟରେ ଏଠିକାର ଜନପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଉଛି। ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ମଧ୍ୟ ସମୁଚିତ ଦୃଷ୍ଟି ଦେଉନାହାନ୍ତି ବୋଲି ପଞ୍ଚାୟତିରାଜ ପ୍ରତିନିଧିମାନେ ଅଭିଯୋଗ ଆଣିଛନ୍ତି। ଗୁରୁବାର ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ଯୋଗଦେଇ ପ୍ରତିନିଧିମାନେ ଏହି ଅଭିଯୋଗ କରିଛନ୍ତି ।
ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିବା ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ତାରେଶ୍ୱରୀ ସାହୁ ସଭାପତିତ୍ୱ କରିଥିଲେ। ବିଡିଓ ସୁବେଦାର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ଚିନିଲାଲ ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ଭାନୁପ୍ରତାପ ସିଂ ମାଝି, କଳାହାଣ୍ଡି ଏମପିଙ୍କ ପ୍ରତିନିଧି ହୋମସିଂ ମାଝି, ନୂଆପଡା ବିଧାୟକଙ୍କ ପ୍ରତିନିଧି ରାମଲାଲ ହଂସ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ସମିତି ସଭ୍ୟ, ସରପଞ୍ଚ ଏବଂ ଅନ୍ୟାନ୍ୟ ପଞ୍ଚାୟତିରାଜ ପ୍ରତିନିଧି ସମୂହ ଯୋଗଦେଇଥିଲେ। ବୈଠକ ପ୍ରଥମରୁ ହିଁ ସଭ୍ୟାସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷର ଝଡ ଦେଖାଦେଇଥିଲା। ସରପଞ୍ଚମାନଙ୍କୁ ଉଚିତ ମର୍ଯ୍ୟାଦା ଦିଆଯାଇ ନ ଥିବା ନେଇ କକ୍ଷତ୍ୟାଗ କରିଥିଲେ। ସରପଞ୍ଚ ସଂଘ ସଭାପତି ଭରତଲାଲ ରାଉତ ଏବଂ ଉପସଭାପତି ଓମପ୍ରକାଶ କଲାରଙ୍କ ନେତୃତ୍ୱରେ ୨୫ରୁ ଊର୍ଦ୍ଧ୍ୱ ସରପଞ୍ଚ ବିଡିଓଙ୍କ ଚ୍ୟାମ୍ବର ସମ୍ମୁଖରେ ଧାରଣାରେ ବସିଯାଇଥିଲେ। ସେମାନଙ୍କୁ ନିଜର ଅଧିକାର ନ ମିଳିବା ପର୍ଯ୍ୟନ୍ତ ବୈଠକରେ ବସିବେ ନାହିଁ ବୋଲି ଅଡି ବସିଥିଲେ। ପରେ ବ୍ଲକ ଅଧ୍ୟକ୍ଷା, ବିଡିଓ, ଜିଲା ପରିଷଦ ଉପାଧ୍ୟକ୍ଷ ଆସି ବୁଝାଶୁଝା କରିବା ପରେ ବୈଠକରେ ଯାଇ ବସିଥିଲେ । ଏହି ଅବସରରେ ସରପଞ୍ଚ ସଂଘ ସଭାପତି ରାଉତ ବ୍ଲକ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ବ୍ଲକରେ ଦୀର୍ଘ ଦିନ ଧରି ଏବିଡିଓ, ସହକାରୀ ଯନ୍ତ୍ରୀ ପଦବୀ ଖାଲି ପଡିଛି। ବ୍ଲକ କାର୍ଯ୍ୟାଳୟରେ ରୀତିମତ ଅଭିଯୋଗ ଶୁଣାଣି ଶିବିର ହେଉନାହିଁ। ଏନଏଫଏସଏ କିମ୍ବା ସାମାଜିକ ସୁରକ୍ଷା ଯୋଜନାରେ ଠିକ ଭାବେ ପ୍ରତିନିଧିମାନଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉ ନ ଥିବାବେଳେ ହରିଶ୍ଚିନ୍ଦ୍ର ଯୋଜନାରେ ଦୀର୍ଘ ଦିନ ହେଲା ଅନୁଦାନ ଦିଆଯାଉ ନ ଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତ କାର୍ଯ୍ୟାଳୟରେ ଠିକ ଭାବେ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକମାନେ ଉପସ୍ଥିତ ରହୁନାହାନ୍ତି। ଏସବୁ ଉପରେ ବାରମ୍ବାର ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ହେଉ ନ ଥିଲେ ହେଁ ତାରି କୌଣସି ସମାଧାନ ହେଉନାହିଁ। ତେବେ ଏସବୁ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ବ୍ଲକ ଅଧ୍ୟକ୍ଷା ସାହୁ କହିଥିଲେ। ଏହା ପରେ ବ୍ଲକ ଶିକ୍ଷା ଉପରେ ଆଲୋଚନା ହେଲା ବେଳେ ଶିକ୍ଷକ ସହ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଏହିଭଳି କୃଷି, ଖାଦ୍ୟ ଯୋଗାଣ, ମଙ୍ଗଳ ବିଭାଗ ଉପରେ ଆଲୋଚନା ହୋଇଥିଲା। ନୂଆପଡା ବ୍ଲକକୁ କିପରି ସୁସଙ୍ଗଠିତ କରି ଏକ ନମ୍ବର ବ୍ଲକ ଭାବରେ ଗଢାଯାଇ ପାରିବ ସେ ଉପରେ ଅତିଥିମାନେ ମତ ରଖିଥିଲେ। ବିଡିଓ ପ୍ରଧାନ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri