ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି

ନୂଆଗାଁ,୧୮।୨(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଯୋଗାଣ ବିଭାଗର ମନମୁଖି କାର୍ଯ୍ୟ, ମିଲ ମାଲିକଙ୍କ କାଟଛାଣ୍ଟ ନୀତି ଓ ମଣ୍ଡିର ଅବ୍ୟବସ୍ଥା ଯୋଗୁ ଧାନର ଅଭାବୀ ବିକ୍ରି ହେଉଥିବା ଚାଷୀମାନେ କହିଛନ୍ତି।
ସମବାୟ ସମିତି ଅଧୀନରେ ଥିବା ୨୨ ଗୋଟି ଗ୍ରାମର ପ୍ରାୟ ୧୮୦୦ ପଞ୍ଜୀକୃତ ଚାଷୀ ରହିଥିବା ବେଳେ ଗତ ତିନିବର୍ଷ ହେଲା ପ୍ରାୟ ୭ ହଜାରରୁ ୮ ହଜାର କୁଇଣ୍ଟାଲ ଧାନ ମଣ୍ଡିକୁ ଦେଉଥିଲେ । ଗତ ବର୍ଷଗୁଡିକରେ ବହୁ ବିଳମ୍ବରେ ଧାନ ମଣ୍ଡି ଖୋଲିଥିଲେ ମଧ୍ୟ ଧାନ ଦେବା ପାଇଁ ଚାଷୀମାନଙ୍କ ଭିଡ ଲାଗି ରହିଥିଲା । ଏପରି କି ଚାଷୀମାନେ ସମବାୟ ସମିତିକୁ ଧାନ ଦେବା ପାଇଁ ମଣ୍ଡିରେ ଶୀତ କାକର ଖାଇ ପଡି ରହୁଥିଲେ ମଧ୍ୟ ଗାଁ ସମବାୟ ସମିତି ଅଧୀନରେ ଧାନ ମଣ୍ଡି ଖୋଲିଥିବା ଯୋଗୁଁ ଚାଷୀମାନେ ସୁବିଧାରେ ଧାନ ଦେଇପାରୁଥିଲେ । କିନ୍ତୁ ଚଳିତ ବର୍ଷ ନୂଆଗାଁ ସମବାୟ ସମିତିକୁ କାଟି ମହିତମା ସମବାୟ ସମିତି ଅଧୀନରେ ଧାନ ମଣ୍ଡି ରଖିଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଧାନ ମଣ୍ଡିରେ ଚାଷୀମାନଙ୍କ ରହିବା ପାଇଁ ଘରର ବ୍ୟବସ୍ଥା, ପାଣିର ବ୍ୟବସ୍ଥା, ଚାଷୀ ମଣ୍ଡିକୁ ଆଣୁଥିବା ଧାନ ସୁରକ୍ଷିତ ଭାବେ ରଖିବା ବ୍ୟବସ୍ଥା ଯୋଗାଣ ବିଭାଗ କରିବାର ନିୟମ ରହିଥିବା ବେଳେ ମଣ୍ଡିରେ ସେସବୁ କରାଯାଉ ନାହିଁ । ତେଣୁ ଅନ୍ୟ ସମବାୟ ସମିତି ଅଧୀନରେ ଥିବା ମଣ୍ଡିକୁ ଧାନ ନେଇ ହଇରାଣ ହରକତ ହେବା ଅପେକ୍ଷା ବେପାରୀମାନଙ୍କୁ କମ ଦରରେ ଧାନ ବିକ୍ରି କରିଦେବା ଭଲ ବୋଲି ଅନେକ ଚାଷୀ କହିଛନ୍ତି। ସମିତିର କିଛି କର୍ମକର୍ତ୍ତା, କେତେକ ଅସାଧୁ ଧାନ ବ୍ୟବସାୟୀ ଓ ଯୋଗାଣ ବିଭାଗ କର୍ମଚାରୀଙ୍କ ସ୍ବାର୍ଥ ଯୋଗୁଁ ଆଜି ଚାଷୀ ତଥା ସମବାୟ ସମିତିର ସଦସ୍ୟମାନେ ଅଂଶ ଧନ ହରାଇବା ସହ କଷ୍ଟ ଭୋଗୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତବର୍ଷ କିଛି ଅସାଧୁ ଧାନ ବ୍ୟବସାୟୀ ମଣ୍ଡିରେ ଧାନ ରଖିଥିବା ବେଳେ ଯୋଗାଣ ବିଭାଗ ଅଧିକାରୀଙ୍କ ନଜରରେ ପଡିଥିଲା । ତେଣୁ ବିନା ଟୋକନଧାରୀ ଚାଷୀ ଧାନ ଦେଉଥିବା ଜାଣି ଚଳିତବର୍ଷ ନୂଆଗାଁ ଧାନ ମଣ୍ଡି ବନ୍ଦ କରି ଦିଆଯାଇଛି । ଧାନ ବ୍ୟବସାୟୀଙ୍କ ସହ ସଂପୃକ୍ତ ସମିତିର କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ମଣ୍ଡି ବନ୍ଦ କରିଦେବା ଉଚିତ ନୁହେଁ ବୋଲି କହିଛନ୍ତି ଚାଷୀ । ଚାଷୀମାନଙ୍କୁ ଏପରି ହଇରାଣ କରି ଯୋଗାଣ ବିଭାଗ ଅଧିକାରୀମାନେ ପରୋକ୍ଷ ଭାବେ ଅସାଧୁ ଧାନ ବ୍ୟବସାୟୀମାନଙ୍କୁ ସାହାଯ୍ୟ କରୁଛନ୍ତି। ଫଳରେ ଯୋଗାଣ ବିଭାଗର ଏପରି ନୀତିର ଫାଇଦା ଉଠାଉଛନ୍ତି ଅସାଧୁ ଧାନ ବ୍ୟବସାୟୀ । ଏଥିଯୋଗୁ ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଚାଷୀମାନେ ବ୍ୟବସାୟୀମାନଙ୍କୁ କମ ଦରରେ ଧାନ ବିକ୍ରି କରୁଥିବା ଜଣାଯାଇଛି। ଫଳରେ ଧାନର ଅଭାବୀ ବିକ୍ରି ଦେଖାଦେଇଛି। ତେବେ ଯୋଗାଣ ବିଭାଗ ନିରୀକ୍ଷକଙ୍କ ନିକଟରେ ଏହାର ଅଭିଯୋଗ ନ ଥିବା କହିଛନ୍ତି ନୂଆଗାଁ ବ୍ଲକ ଯୋଗାଣ ନିରୀକ୍ଷକ ରଚିତା ପଣ୍ଡା । ଧାନର ଅଭାବୀ ବିକ୍ରି ସମ୍ପର୍କରେ ଯୋଗାଣ ନିରୀକ୍ଷକଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ସମବାୟ ସମିତି ସମ୍ପାଦକଙ୍କୁ ଜଣାଇ ଦେଉଛି । ସେ ଘଟଣା ସ୍ଥଳରେ ପହଞ୍ଚତ୍ ଧାନ ଗାଡିକୁ ଅଟକାଇବା ସହ ଅଭାବୀ ବିକ୍ରି ସୃଷ୍ଟି ନ କରିବା ପାଇଁ ଚାଷୀଙ୍କୁ ବୁଝାଇବେ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri