ନୀଳମାଧବଜୀଉଙ୍କ ଓଢ଼ଣ ଲାଗି ବେଶ

ଖଣ୍ଡପଡା,୩।୧୨(ସ୍ବ.ପ୍ର.)-ସୋମବାର ଓଢଣ ଷଷ୍ଠୀ ତିଥି ଅବସରରେ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ଓଢଣ ଲାଗି ବେଶ ଆରମ୍ଭ ହୋଇଛି । ମନୁଷ୍ୟ ଶୀତ ଦାଉରୁ ରକ୍ଷାପାଇବା ପାଇଁ ଶୀତବସ୍ତ୍ର ବ୍ୟବହାର କରୁଥିବାବେଳେ ଦେବତାମାନଙ୍କୁ ମଧ୍ୟ ଓଢଣ ଷଷ୍ଠୀଠାରୁ ଶୀତ ଲାଗିଥାଏ। ତେଣୁ ଶ୍ରୀଜୀଉମାନେ ଶୀତବସ୍ତ୍ର ପରିଧାନ କରିଥାନ୍ତି। ଶ୍ରୀନୀଳମାଧବଜୀଉଙ୍କ ପାରମ୍ପରିକ ବେଶ ଆସନ୍ତା ବସନ୍ତ ପଞ୍ଚମୀ ପଯର୍‌ୟନ୍ତ ଅନୁଷ୍ଠିତ ହେବ । ଏହି ସମୟରେ ଠାକୁରଙ୍କ ମୁଖ ବ୍ୟତୀତ ସମସ୍ତ ଶରୀରକୁ ଆବୃତ୍ତ କରି ରଖା ଯାଇଥାଏ। ତେଣୁ ଶ୍ରଦ୍ଧାଳୁମାନେ କେବଳ ଠାକୁରଙ୍କ ମୁଖ ଦର୍ଶନ କରିବେ। ଏହି ଅବସରରେ ଭୋର ୫ଟାରେ ଶ୍ରୀଜୀଉଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ମଙ୍ଗଳ ଆଳତି, ଅବକାଶ ନୀତି, ଦୈନିକ ବେଶ, ବଲ୍ଲଭ, ସକାଳ ଧୂପ ଉଠିବା ପରେ ଶ୍ରୀଜୀଉଙ୍କ ଶରୀରକୁ ଆବୃତ୍ତ କରିବା ସହ ମୁଣ୍ଡରେ ପଗଡି ବନ୍ଧା ଯାଇଥିଲା । ସେହିପରି ଶ୍ରୀଜୀଉଙ୍କ ନିକଟରେ ସ୍ବତନ୍ତ୍ର ଭୋଗ ଲାଗି ହୋଇଥିଲା । ଏହି ପାରମ୍ପରିକ ନୀତି ପୂର୍ବରୁ ରବିବାର ପଞ୍ଚମୀ ତିଥିରେ ଶ୍ରୀଜୀଉଙ୍କ ରାତ୍ର ଚନ୍ଦନ ନୀତି ବଢିବା ପରେ ଭୋଗ ମଣ୍ଡପ ଘରେ ପୂଜକ ୩ ଗୋଟି ମଣ୍ଡଳ କାଟିଥିଲେ । ଏହାପରେ ପୂଜାରୀ ଅଧିବାସ ନୀତି ସମ୍ପନ୍ନ କରିବା ପରେ ଦୁଆର ମୁଦ ଦିଆହୋଇଥିଲା । ସମୁଦାୟ ୧୨ଟି ଘୋଡ(ଚତୁର୍ଦ୍ଧା ବିଗ୍ରହଙ୍କର) ସମେତ ବିମଳା, ଲକ୍ଷ୍ମୀ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ଘୋଡ ଅଧିବାସ ସମ୍ପନ୍ନ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri