Posted inଫୁରସତ

ନୀଳ ମେକ୍‌ଅପ୍‌ରେ ଦୁଇବର୍ଷ

୨୦୧୩ରେ ୟୁକେ ବ୍ରାଡଫୋର୍ଡର ଲୌରାଇ ଲି ନାମ୍ନୀ ମେକ୍‌ଅପ୍‌ ଆର୍ଟିଷ୍ଟ ତାଙ୍କର ଡଲ୍‌ ପରି ଚେହେରା ପାଇଁ ସାରା ଦୁନିଆରେ ପରିଚିତା ହୋଇଥିଲେ। ଆଉ ଡେଲିମେଲ୍‌ ଓ ମିରର୍‌ ପରି ପତ୍ରିକା ତାଙ୍କୁ ରିୟଲ ଲାଇଫ୍‌ ବାର୍ବି ଆଖ୍ୟା ଦେଇଥିଲା। କିନ୍ତୁ ଏବେ ସେ ତାଙ୍କର ଆଉ ଏକ ଲୁକ୍‌ ପାଇଁ ଚର୍ଚ୍ଚିତା। ସେ ତାଙ୍କର ମୁହଁ ଓ ହାତକୁ ନୀଳ ରଙ୍ଗରେ ରଙ୍ଗାୟିତ କରି ଏକ ନୂଆ ପରିଚୟ ପାଇଛନ୍ତି। ଲୌରାଇ କହନ୍ତି, ‘ପୂର୍ବରୁ ଜାପାନୀ ଗାୟରୁ ଷ୍ଟାଇଲ୍‌ ମେକ୍‌ଅପ୍‌ ଆପଣାଇଥିବାରୁ ସମସ୍ତେ ମତେ ଡଲ୍‌ ପରି ବୋଲି ଭାବି ନେଇଥିଲେ। ହେଲେ ମତେ ପରେ ଲାଗିଲା ନୀଳ ରଙ୍ଗ ମୋ ବ୍ୟକ୍ତିତ୍ୱକୁ ବେଶ୍‌ ସୁହାଇବ। ତେଣୁ ମୁଁ ମୋ ମୁହଁ ଓ ହାତକୁ ନୀଳ ରଙ୍ଗରେ ରଙ୍ଗାଇ ମେକ୍‌ଅପ୍‌ ନେବା ଆରମ୍ଭ କଲି। ମତେ ବାହ୍ୟଜଗତର ପ୍ରାଣୀ ବା ଏଲିୟନ ବହୁତ ପସନ୍ଦ। ତେଣୁ ଏଲିୟନ୍‌ ପରି ଲୁକ୍‌ ଆପଣେଇଲି।’ ଦୀର୍ଘ ଦୁଇବର୍ଷ ହେବ ସେ ଏହି ଲୁକ୍‌ରେ ରହୁଛନ୍ତି। ସେ ତାଙ୍କ ଘରକୁ ବି ନୌକା ଭଳି ଆକାର ଦେଇଛନ୍ତି। ଯେମିତିକି ତାହା ସ୍ପେସ୍‌ଶିପ୍‌ ପରି ଲାଗିବ। ସେ ଆଗୋରା ଫୋବିଆରେ ଆକ୍ରାନ୍ତ। ଏହି ରୋଗ ଯୋଗୁଁ ସେ ଜନସାଧାରଣ ସ୍ଥାନକୁ ଯିବାକୁ ଭୟ କରନ୍ତି। ସେଥିପାଇଁ ସେ ଓ ତାଙ୍କ ଘରକୁ ଭିନ୍ନ ଲୁକ୍‌ ଦେଇ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁରେ ଉଠାଇଲେ ଗୋବର, ଆଜି ୮୦୦ କୋଟିର ସାମ୍ରାଜ୍ୟର ମାଲିକ ୨ ଭାଇ! ସଂଘର୍ଷର କାହାଣୀ ଶୁଣିଲେ…

ନୂଆଦିଲ୍ଲୀ, ୩୧।୭: ଆମ ଦେଶରେ ପ୍ରାୟତଃ ଏକ କଥା ବହୁତ ସହଜରେ କୁହାଯାଏ ଯେ ଚାଷବାସ ହେଉଛି ଏକ କ୍ଷତିର ସୌଦା। ଗାଁର ଯୁବକ ହେଉନ୍ତୁ କିମ୍ବା…

ଗୋଟିଏ ସ୍ତ୍ରୀ ସହିତ ୩ ଦିନ, ଅନ୍ୟ ସ୍ତ୍ରୀ ସହ ସ୍ବାମୀ ୩ ଦିନ ବିତାଇବା ପରେ ଘଟିଲା ଏପରି କାଣ୍ଡ…

ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ରାମପୁର ଜିଲାର ଦଢ଼ିୟାଲ ଚୌକି ଅଞ୍ଚଳରୁ ଏକ ଅଜବ ପାରିବାରିକ ବିବାଦ ସାମ୍ନାକୁ ଆସିଛି। ପୁଅ ପାଇଁ ଦୁଇଥର ବିବାହ କରିଥିବା ଜଣେ ବ୍ୟକ୍ତିଙ୍କ…

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri