Posted inଜାତୀୟ

ନିୟମ ଉଲ୍ଲଂଘନ କରିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୪: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ପରେ ସୁପ୍ରିମକୋର୍ଟ ନିଜ ଆଡୁ ଏହାକୁ ଶୁଣାଣି ପାଇଁ ଗ୍ରହଣ କରିବା ଓ ଖଣ୍ଡପୀଠରେ ନିଜେ ସିଜେଆଇ ରହିବା ସର୍ବୋଚ୍ଚ ଅଦାଲତଙ୍କ ବିଚାର ପ୍ରକ୍ରିୟା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଆଇନଜୀବୀ ଉତ୍ସବ ବୈନ୍ସ ଦାଖଲ କରିଥିବା ସତ୍ୟପାଠକୁ ଗୁରୁତ୍ୱର ସହ ନେଇ ତାଙ୍କ ଅଭିଯୋଗ ଉପରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏଭଳି ଶୁଣାଣି ଦ୍ୱାରା ସୁପ୍ରିମକୋର୍ଟ ନିଜ ପ୍ରକ୍ରିୟା ଓ ନିୟମାବଳୀର ଉଲ୍ଲଂଘନ କରିଥିବା କୁହାଯାଉଛି।
ନିଜ ବିରୋଧରେ ଆସିଥିବା ମାମଲାର ଶୁଣାଣି ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ହେବାକୁ ନେଇ ସର୍ବସାଧାରଣରେ ବିରୋଧାଭାସ ସୃଷ୍ଟି ହୋଇଛି। ସୁପ୍ରିମକୋର୍ଟର ପୂର୍ବତନ ମହିଳା କର୍ମଚାରୀ ସିଜେଆଇଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ଆଣିଥିଲେ। ଗତ ୨୦ ତାରିଖ ଶନିବାର ଏହା ଉପରେ ଶୁଣାଣି ହୋଇଥିଲା। ଏହା ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରସ୍ତୁତ ଶୁଣାଣି ପ୍ରକ୍ରିୟାର ଉଲ୍ଲଂଘନ ବୋଲି ସର୍ବୋଚ୍ଚ ଅଦାଲତ ବାର୍‌ ଆସୋସିଏଶନ (ଏସ୍‌ସିବିଏ) ପକ୍ଷରୁ କୁହାଯାଇଛି।
ସୁପ୍ରିମକୋର୍ଟରେ ମାମଲା ଦାଏର ଓ ଶୁଣାଣି ପ୍ରକ୍ରିୟା ସର୍ବୋଚ୍ଚ ଅଦାଲତଙ୍କ ନିୟମାବଳୀ, ୨୦୧୩ ଦ୍ୱାରା ପରିଚାଳିତ ହୋଇଥାଏ। ସାଧାରଣତଃ ଅଫିସିଆଲ ଗେଜେଟ୍‌ରେ ପ୍ରକାଶିତ ଛୁଟିଦିନ ଏବଂ ଶନିବାର ଶୁଣାଣି ହୁଏ ନାହିଁ। ତେବେ କୌଣସି ଅସାଧାରଣ ଘଟଣାରେ ଶନିବାର ଶୁଣାଣି କରାଯିବାର ନିୟମ ରହିଛି। ତେବେ ଏଭଳି ଶୁଣାଣି ସମ୍ପର୍କରେ କିଏ ନିଷ୍ପତ୍ତି ନେବେ ତାହା ନିୟମାବଳୀରେ ଉଲ୍ଲେଖ ନ ଥିବାରୁ ଏହା ମାଷ୍ଟର ଅଫ୍‌ ରୋଷ୍ଟର ପ୍ରଧାନ ବିଚାରପତିଙ୍କ ଉପରେ ଛାଡିଦିଆଯାଇଛି।
ଯୌନଶୋଷଣ ଅଭିଯୋଗର ଶୁଣାଣି ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ହୋଇଥିଲା ଯେଉଁଥିରେ ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ସଞ୍ଜୀବ ଖାନ୍ନା ରହିଥିଲେ। ତେବେ ଖଣ୍ଡପୀଠଙ୍କ ନିର୍ଦ୍ଦେଶନାମା ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟରେ ଅପ୍‌ଲୋଡ ହେଲାବେଳେ ଆଶ୍ଚର୍ଯ୍ୟଜନକ ଭାବେ ସେଥିରୁ ସିଜେଆଇଙ୍କ ନାଁକୁ ବାଦ୍‌ ଦିଆଯାଇଥିଲା। ଖଣ୍ଡପୀଠରେ ସିଜେଆଇ ଥିବାରୁ କୌଣସି ନିର୍ଦ୍ଦେଶନାମା ଜାରି ହେବ ନାହିଁ ବୋଲି ଶୁଣାଣି ବେଳେ କୁହାଯାଇଥିଲା। ଏଭଳି କ୍ଷେତ୍ରରେ ସମ୍ପୃକ୍ତ ବିଚାରପତି ଶୁଣାଣିଠାରୁ ନିଜକୁ ଦୂରେଇ ରଖିବା କଥା ଏବଂ ତାହା ମଧ୍ୟ ରେକର୍ଡ ହେବା ଆବଶ୍ୟକ। ୨୦ ତାରିଖ ଶୁଣାଣି ବେଳେ ତାହା ଅନୁସରଣ କରାଯାଇ ନ ଥିଲା। ସେହିପରି ୨୩ ତାରିଖ ପାଇଁ କଜ୍‌ଲିଷ୍ଟରେ ମାମଲା ତାଲିକାଭୁକ୍ତ ହେବା ବେଳେ ଖଣ୍ଡପୀଠରେ ପରିବର୍ତ୍ତନ କରାଯାଇଥିଲା। ଜଷ୍ଟିସ୍‌ ଅରୁଣ ମିଶ୍ର, ରୋହିଙ୍ଗଟନ୍‌ ନରିମାନ ଏବଂ ଦୀପକ ଗୁପ୍ତାଙ୍କୁ ନେଇ କ’ଣ ପାଇଁ ନୂଆ ଖଣ୍ଡପୀଠ ଗଢ଼ାଗଲା ତାହା ମଧ୍ୟ ଅସ୍ପଷ୍ଟ ରହିଛି।
ଅନ୍ୟପକ୍ଷରେ ମାମଲାର ପକ୍ଷ ନ ଥାଇ ଉତ୍ସବ ବୈନ୍ସଙ୍କ ସତ୍ୟପାଠ ଦାଖଲ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି କାରଣରୁ ମାମଲାର ପ୍ରକୃତ ପକ୍ଷ କିଏ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଉତ୍ସବଙ୍କ ସତ୍ୟପାଠକୁ ଶୁଣାଣି ପାଇଁ ଗ୍ରହଣ କରାଯିବା ସୁପ୍ରିମକୋର୍ଟଙ୍କ ଶୁଣାଣି ପ୍ରକ୍ରିୟାର ଆଉ ଏକ ଅନିୟମିତତା ବୋଲି କୁହାଯାଉଛି। ଉତ୍ସବଙ୍କ ସତ୍ୟପାଠ ରେଜିଷ୍ଟ୍ରିଙ୍କ ଦ୍ୱାରା କିପରି ତାଲିକାଭୁକ୍ତ ହେଲା ତାହା ଜଣାପଡିନି। ଯଦି ମାମଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେ କେହି ସତ୍ୟପାଠ ଦାଏର କଲେ ତାହାକୁ ଶୁଣାଣି ପାଇଁ ଗ୍ରହଣ କରାଯାଇପାରିବ କି ବୋଲି ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ମୋଦି କ୍ୟାବିନେଟ୍‌ରେ ହେବ ଅଦଳବଦଳ! ଏହି ୨ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତ୍ରୀପଦ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୦:ମୋଦି ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣିଥରେ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶରୁ ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ୮ ଜଣ…

ୟୁପି ରାଜ୍ୟସଭା ନିର୍ବାଚନ: ୮ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାଜପା

ଲକ୍ଷ୍ନୌ,୫।୧୦: ଉତ୍ତର ପ୍ରଦେଶ(ୟୁପି)ରେ ହେବାକୁ ଥିବା ୨୦୨୬ ରାଜ୍ୟସଭା ନିର୍ବାଚନ ପାଇଁ ୮ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାଜପା। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି…

ଶୃଙ୍ଖଳା ନାଁରେ ବର୍ବରତା! ୮୨ ଛାତ୍ରଙ୍କୁ ଅଧାଲଣ୍ଡା କରିଦେଲେ ଶିକ୍ଷକ, ରାଜ୍ୟରେ ହଇଚଇ

ମୁମ୍ବାଇ,୫।୧୦: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିମୁର ତାଲୁକାର ଜାମ୍ଭୁଲଘାଟସ୍ଥିତ ଏକ ସରକାରୀ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୮୨ ଜଣ…

ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ‘ଯଦି ସରକାର… ତେବେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ନ…

ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ଅପିଲ୍, ମହିଳାମାନେ ବାଗେଶ୍ବର ଆଶ୍ରମକୁ ଏକୁଟିଆ…

ଭୋପାଳ,୫ା୧୦: ମଧ୍ୟପ୍ରଦେଶର ଛତରପୁର ଜିଲା ଗଢ଼ାସ୍ଥିତ ପ୍ରସିଦ୍ଧ ବାଗେଶ୍ୱର ଧାମରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନେଇ ପୀଠାଧୀଶ୍ୱର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଅପିଲ୍ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?