ନିଷ୍କାସନ ହୋଇପାରୁନି ବର୍ଷାଜଳ : ଡ୍ରେନ୍‌ ନିର୍ମାଣ ଦାବି କଲେ ଅଞ୍ଚଳବାସୀ

ମାଲକାନଗିରି,୩୦ା୬(ସ୍ବ.ପ୍ର.) : ମାଲକାନଗିରି ଜିଲା ସଦର ମହକୁମା ପୌରପରିଷଦ ଅଞ୍ଚଳର ବିଭିନ୍ନ ୱାର୍ଡ ଏବଂ ମୁଖ୍ୟ ରାସ୍ତାର ପରିମଳ ବ୍ୟବସ୍ଥା ବିଗିଡ଼ିଛି। ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇବା ସହ ଡ୍ରେନ୍‌ ନିର୍ମାଣ ଦାବି ହୋଇଛି। ବିଶେଷକରି ମୁଖ୍ୟରାସ୍ତା ସିନେମା ହଲ୍‌ ଛକ ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଉଭୟ ପାର୍ଶ୍ୱର ନାଳ ଅଧିକାଂଶ ସ୍ଥାନରେ ସଫା ହୋଇ ନ ଥିବାରୁ ବର୍ଷା ହେଲେ ଆବର୍ଜନା ଜଳ ରାସ୍ତା ଉପରେ ପ୍ରବାହିତ ହେଉଛି ା ହାଇଟେକ୍‌ କଲୋନୀ ଡ୍ରେନ୍‌ କାମ ନିମ୍ନମାନର ହୋଇଥିବାରୁ କଲୋନୀର ପାଣି ନିଷ୍କାସନ ହୋଇପାରୁନାହିଁ। ବର୍ଷା ଋତୁ ଆରମ୍ଭ ହେଉଥିବାରୁ ଆଗାମୀ ଦିନରେ ନାଳ ସଫା କରା ନ ଗଲେ ଆବର୍ଜନା ପାଣି ବିଭିନ୍ନ ସାହିରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଏ ସମ୍ବନ୍ଧରେ ପୌରପରିଷଦ ନିର୍ବାହୀ ଅଧିକାରୀ ନୀଳକଣ୍ଠ ନାଇଡୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସଂପୃକ୍ତ ବିଭାଗୀୟ ନିର୍ବାହୀଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି ା ତୁରନ୍ତ ଡ୍ରେନ୍‌ ନିର୍ମାଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

ଆଡଲ୍ଟ କଣ୍ଟେଣ୍ଟ ଉପରେ ମୋଟା ରକମ ପାଇବାକୁ ଚିନ୍ତା କରୁଛି ୟୁକ୍ରେନ, ଆଣିବ ନୂଆ ଆଇନ

କ୍ୱିଭ,୭।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି; ଦୁଇ ଦେଶ ଦୀର୍ଘ ସମୟ ଧରି ପରସ୍ପର ସହିତ ଲଢୁଛନ୍ତି। ଏହି ବିବାଦ ମଧ୍ୟରେ, ୟୁକ୍ରେନିଆନ ସରକାର…

‘ହର୍ମୁଜ ସେତେବେଳେ ଖୋଲିବ ଯେତେବେଳେ…’: ଆମେରିକା ପାଇଁ ନୂଆ ସର୍ତ୍ତ ରଖିଲା ଇରାନ

ତେହରାନ,୭।୯: ହର୍ମୁଜ ପ୍ରଣାଳୀ ଉପରେ ବିବାଦ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇରାନ ଏହି ପ୍ରଣାଳୀ ଖୋଲିବା ସମ୍ପର୍କରେ ଆମେରିକା ପାଇଁ ଏକ ସର୍ତ୍ତ ରଖିଛି। ଇରାନର…

ରାଜନୀତିରେ ହଇଚଇ… ତ୍ରିଶାଙ୍କୁ ଇଙ୍ଗିତ କରି ଏଭଳି କହିଦେଲେ ବିଜୟ, ଚାରିଆଡେ ଚର୍ଚ୍ଚା

ଚେନ୍ନାଇ,୭ା୯: ମହିଳାଙ୍କ ବିରୋଧରେ ଅଶାଳୀନ ଓ ଅପମାନଜନକ ମନ୍ତବ୍ୟକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ସୋମବାର ବିଧାନସଭାରେ ସେ…

‘Please Save Me Alive’… ଭଗ୍ନାବଶେଷ ତଳୁ ଛାତ୍ରଙ୍କ ୧୧ ସେକେଣ୍ଡର SOS, ଦିଲ୍ଲୀ ଦୁର୍ଘଟଣାର ଛାତିଥରା ଭିଡିଓ

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଛାତ୍ରଙ୍କ ରହଣୀ ନିମନ୍ତେ ବ୍ୟବହୃତ ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିବା ପରେ ଏକ ଭିଡିଓ ସାମ୍ନାକୁ ଆସିଛି ।…

ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ କରି ଟଙ୍କା ନେବା ପଡ଼ିଲା ମହଙ୍ଗା, ୨ ଖବରଦାତାଙ୍କ ସହ ଆଉ ଜଣେ ଗିରଫ

ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): ଜଣେ ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ନେବା ଘଟଣାରେ ୨ ଖବରଦାତାଙ୍କ ସହ ଜଣେ ଗିରଫ ହେବା କଳାହାଣ୍ଡି ଜିଲାରେ ଏବେ…

ନନ୍ଦନକାନନରେ ଖୁସି ଖବର: ପ୍ରଥମଥର ମା’ ହେଲା ସିଂହୀ ମାୟା, ଦୁଇ ଶାବକରୁ…

ବାରଙ୍ଗ,୭ା୯(ଲିଙ୍ଗରାଜ ରାଉତ): ନନ୍ଦନକାନନ ପାଇଁ ଏକ ଖୁସି ଖବର। ସିଂହୀ ମାୟା ପ୍ରଥମ କରି ମା’ ହୋଇଛି। ୧୧୨ ଦିନର ଗର୍ଭଧାରଣ ପରେ ସୋମବାର ଭୋର୍‌ରେ ସିଂହୀ…

ଖଣି ନିଲାମକୁ ନେଇ ତେଜୁଛି ବିରୋଧ, ଆନ୍ଦୋଳନ ଚେତାବନୀ ଦେଇ ଅଞ୍ଚଳବାସୀ କହିଲେ…

ଥୁଆମୂଳ ରାମପୁର,୭।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଖଣ୍ଡୁଆଳମାଳି ପାହାଡ଼ କର୍ଲାପାଟ ବକ୍ସାଇଟ ବ୍ଲକକୁ ନେଇ ବିରୋଧ ତେଜୁଛି। ଆନୁମାନିକ ୨୪.୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri