ନିଶାଦିଆ ଲୁଟେରାଙ୍କୁ ଧରିବାରେ ପୋଲିସ ନିଷ୍କ୍ରିୟ: ପୁଣି ଶିକାର ହେଲେ ୩ ଯାତ୍ରୀ

ଭୁବନେଶ୍ୱର,୧୯ା୫(ବ୍ୟୁରୋ)-ବାରମ୍ବାର ଥାନାରେ ଅଭିଯୋଗ ହେଲେ ମଧ୍ୟ ପୋଲିସ ନିଶାଦିଆ ଲୁଟେରାଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଫଳରେ ଦିନକୁ ଦିନ ରାଜଧାନୀର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌, ରେଲ୍‌ଓ୍ବେ ଷ୍ଟେଶନରେ ଲୁଟପାଟ୍‌ ବଢ଼ିଚାଲିଛି। ଶନିବାର ପୁଣି ୩ଜଣ ଯାତ୍ରୀଙ୍କୁ ନିଶା ଦେଇ ହଜାର ହଜାର ଟଙ୍କା ଲୁଟି ନେଇଛି ଲୁଟେରା ଗ୍ୟାଙ୍ଗ୍‌। ଲୁଟର ଶିକାର ହୋଇଥିବା ଯାତ୍ରୀମାନେ ହେଲେ କନ୍ଧମାଳ ଜିଲା ନୂଆଗଁା ଅଞ୍ଚଳର ବସନ୍ତ ମଲିକ, କେନ୍ଦ୍ରାପଡା ରାଜନଗରର ନିତେଇ ଗଉନ୍‌ ଓ ସୁନ୍ଦରଗଡ଼ର ଅଶୋକ କୁମାର ଖିଲାର। ଲୁଟ୍‌ ପରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଫିଙ୍ଗି ଦିଆଯାଇଥିଲା। ପୋଲିସ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି।

ସୂଚନା ଅନୁଯାୟୀ, ବସନ୍ତ ବାଙ୍ଗାଲୋରରେ କାମ କରୁଥିବାବେଳେ ଶୁକ୍ରବାର ପ୍ରଶାନ୍ତି ଏକ୍ସପ୍ରେକ୍ସରେ ଆସି ଭୁବନେଶ୍ୱରରେ ଓହ୍ଲାଇଥିଲେ। ମାଷ୍ଟରକ୍ୟାଣ୍ଟିନରେ ଜଣେ ବ୍ୟକ୍ତି ତାଙ୍କ ଗ୍ରାମର ବୋଲି କହି ସମ୍ପର୍କ ବଢ଼ାଇ ବିଶ୍ୱାସ ଜନ୍ମାଇବା ପରେ ଚା’ପିଇବାକୁ ଡାକିଥିଲେ। ଚା’ପିଇବା ପରେ ବସନ୍ତ ଚେତାଶୂନ୍ୟ ହୋଇଯାଇଥିଲେ। ଲୁଟେରା ଜଣକ ପୂର୍ବ ଯୋଜନା ଅନୁଯାୟୀ ତାଙ୍କୁ ଏକ ଅଟୋରେ ବସାଇ ୧୦ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଥିଲେ। ପରେ ୟୁନିଟ୍‌-୮ ଅଞ୍ଚଳରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ସକାଳୁ ବସନ୍ତ ପଡିଥିବା ବେଳେ ପିସିଆର ପୋଲିସ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲା।

ସେହିଭଳି ନିତେଇ ସୁରଟରେ କାମ କରନ୍ତି। ସେ ଟ୍ରେନ୍‌ରେ ଗାଁକୁ ଆସୁଥିଲେ। ଶୁକ୍ରବାର ଭୁବନେଶ୍ୱର ରେଳ ଷ୍ଟେଶନରେ ଓହ୍ଲାଇବା ପରେ ଜଣେ ଅଜଣାବ୍ୟକ୍ତି ତାଙ୍କ ସହ ସମ୍ପର୍କ ଯୋଡ଼ି ଚା’ ପିଇବାକୁ ଦେଇଥିଲେ। ସେ ନିସ୍ତେଜ ହୋଇପଡୁଥିବା ଦେଖି ଏକ ଅଟୋରେ ବସାଇ ୫ ହଜାର ଟଙ୍କା ଲୁଟି ନେବା ପରେ ବମିଖାଲ ଓଭରବ୍ରିଜ୍‌ ନିକଟରେ ଫିଙ୍ଗି ଦେଇଥିଲେ।

ସେହିପରି ଲୁଟର ଶିକାର ହୋଇଥିବା ଅଶୋକ କୁମାରଙ୍କ ଘର ସୁନ୍ଦରଗଡ ହୋଇଥିବା ବେଳେ ସେ ଖୋର୍ଦ୍ଧାରେ ଥିବା ଏକ ଘରୋଇ ଇଂଞ୍ଜିନିୟରିଂ କଲେଜରେ ପାଠ ପଢନ୍ତି। ଶନିବାର ସକାଳେ ସେ ଘରକୁ ଯିବା ପାଇଁ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ବସ୍‌କୁ ଅପେକ୍ଷା କରିଥିବାବେଳେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପରିଚିତ ହୋଇଥିଲା। ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ଚା ପିଇବାକୁ ଦେଇଥିଲେ। ଅଶୋକ ଚେତାଶୂନ୍ୟ ହେବା ପରେ ତାଙ୍କଠାରୁ ୪ ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌ ଆଦି ଲୁଟିନେଇ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ନିକଟରେ ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ପହଞ୍ଚତ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?