ନିଶା ସେବନ ଓ ଯୁବ ସମାଜ

ରାଧାମୋହନ ମହାପାତ୍ର
ଯୁବ ସମାଜ ହେଉଛି ରାଷ୍ଟ୍ରର ମେରୁଦଣ୍ଡ। ରାଷ୍ଟ୍ରର ବିକାଶରେ ସେମାନଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ରାଷ୍ଟ୍ରର ପ୍ରତ୍ୟେକ କ୍ଷେତ୍ରରେ ଯୁବଶକ୍ତିର ଆବଶ୍ୟକତା ଉପଲବ୍ଧି କରାଯାଏ। କୃଷି, ଶିଳ୍ପ, ପ୍ରତିରକ୍ଷା, ଗବେଷଣା ଆଦି ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଅବଦାନ ରହିଲେ ଯେକୌଣସି ରାଷ୍ଟ୍ର ବିକାଶ କ୍ଷେତ୍ରରେ ଅଗ୍ରଗତି କରିବା ଅବଶ୍ୟମ୍ଭାବୀ। ଆଦର୍ଶ କ୍ଷେତ୍ରରେ ପରିଚାଳିତ ଯୁବଗୋଷ୍ଠୀ କର୍ମ କ୍ଷେତ୍ରରେ କଠୋର ପରିଶ୍ରମ କରି ଗୋଟିଏ ଜାତିର ଜାତୀୟ ଜୀବନକୁ ପରିପୁଷ୍ଟ କରନ୍ତି। ଯୁଦ୍ଧଭୂମିରେ ନିଜ ଜୀବନକୁ ବାଜି ଲଗାଇ ଦେଶର ନିରାପତ୍ତା ତଥା ସାର୍ବଭୌମତ୍ୱ ରକ୍ଷା କରନ୍ତି, ରାଷ୍ଟ୍ରର ଗୌରବମୟ ଐତିହ୍ୟ ଏବଂ ପରମ୍ପରା, ସଂସ୍କୃତିର ସଂରକ୍ଷଣ କରନ୍ତି। ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ବିରୋଧରେ ଏକତ୍ରିତ ହୋଇ ଦୃଢ଼ହସ୍ତରେ ପ୍ରତିହତ କରିବା ପାଇଁ ସେମାନେ ହୋଇଥାନ୍ତି ସଙ୍କଳ୍ପବଦ୍ଧ। ଯେକୌଣସି ରାଷ୍ଟ୍ରର ସ୍ବାଧୀନତା ଆନ୍ଦୋଳନ କିମ୍ବା ନ୍ୟାୟ ପାଇଁ ଗଣଆନ୍ଦୋଳନରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ରୁଷିଆ, ଆମେରିକା, ଲଣ୍ଡନ ପରି ବୃହତ୍‌ ରାଷ୍ଟ୍ରଠାରୁ ଆରମ୍ଭକରି ବାଂଲାଦେଶ, ପାକିସ୍ତାନ, ମ୍ୟାନ୍‌ମାର ଏବଂ ଶ୍ରୀଲଙ୍କା ଭଳି କ୍ଷୁଦ୍ରରାଷ୍ଟ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ରାଷ୍ଟ୍ରରେ ଏହି ଯୁବଗୋଷ୍ଠୀର ଭୂମିକା ଅତୁଳନୀୟ। ଭାରତବର୍ଷର ସ୍ବାଧୀନତା ସଂଗ୍ରାମରେ ଯେଉଁମାନେ ଝାସ ଦେଇଥିଲେ ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ତତ୍କାଳୀନ ଯୁବଗୋଷ୍ଠୀ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ୍‌ ସିଂ, ଉଦ୍ଦାମ ସିଂ, ସୁଖଦେବ, ବାଘା ଯତୀନ, ଚନ୍ଦ୍ରଶେଖର ଆଜାଦ ପ୍ରମୁଖ ଯୁବ ବିପ୍ଳବୀମାନେ ଜଣେ ଜଣେ ଥିଲେ ବିପ୍ଳବର ଲେଲିହାନ ଅଗ୍ନିଶିଖା। ସ୍ବାମୀ ବିବେକାନନ୍ଦ ଯୁବଶକ୍ତିର ବଳିଷ୍ଠ ପ୍ରତୀକ। ଯୁବକ ଭିତରେ ରହିଛି ଅଫୁରନ୍ତ ଶକ୍ତି। କେବଳ ରଷ୍ଟ୍ର ନୁହେଁ, ସମାଜ ଓ ପରିବାରର ଯୁବକ ହେଉଛି ସାହାଭରସା। ଯୁବପୁତ୍ରର ଉନ୍ନତିରେ ମାତାପିତା ହୁଅନ୍ତି ଗର୍ବିତ। ଏକ ରଙ୍ଗିନ ଭବିଷ୍ୟତର ସେମାନେ ସ୍ବପ୍ନ ଦେଖନ୍ତି। କିନ୍ତୁ ପୁତ୍ର ବିପଥଗାମୀ ହେଲେ ସେମାନଙ୍କ ସବୁ ସ୍ବପ୍ନ ଚୂର୍‌ମାର୍‌ ହୋଇଯାଏ; ହତାଶାର ଦୀର୍ଘଶ୍ୱାସ ବାହାରି ଆସେ ମାତାପିତାଙ୍କ ହୃଦୟରୁ।
ପୁତ୍ର ବିପଥଗାମୀ ହେବା ପାଇଁ ଅନେକ ରାସ୍ତା ମଧ୍ୟରୁ ନିଶା ସେବନ ଏକ ମୁଖ୍ୟ ମାରାତ୍ମକ ରାସ୍ତା। ଆଜିର ବହୁ ଯୁବଗୋଷ୍ଠୀ ନିଶାସକ୍ତ ହୋଇ ଉଚିତ ପଥ ଭୁଲି ମନ୍ଦ ଓ ଅସାମାଜିକ ପଥରେ ଗତି କରୁଛନ୍ତି। ପାଶ୍ଚାତ୍ୟ ସଭ୍ୟତାର ଅନୁକରଣରେ ମାନସିକ ଅବସାଦ ଦୂର କରିବା ଆଳରେ ଯୁବଗୋଷ୍ଠୀ ପାଲଟିଛି ସମ୍ପୂର୍ଣ୍ଣ ନିଶାସକ୍ତ। ଶିକ୍ଷିତ ଯୁବକ ନିଶାପାନ କରି ହିତାହିତ ଜ୍ଞାନ ହରାଇ ବର୍ବର ପାଲଟିଯାଉଛି।
ନିଶାର ପରିସର ଖୁବ୍‌ ବ୍ୟାପକ। ଦେଶୀ ମଦ, ଗଞ୍ଜେଇ, ଅଫିମ, ତାଡି, ବିଡି ଏବଂ ଭାଙ୍ଗଠାରୁ ଆରମ୍ଭକରି ହେରୋଇନ୍‌, ଚରସ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ। କେବଳ ଅଶିକ୍ଷିତ ଯୁବଗୋଷ୍ଠୀ ନୁହନ୍ତି ଆଜିର ଅଗଣିତ ଶିକ୍ଷିତ ଯୁବତୀଯୁବକ ଏହି କ୍ଷତିକାରକ ନିଶାଦ୍ରବ୍ୟ ପ୍ରତି ଘୋର ଆସକ୍ତ। ନିଶାଗ୍ରସ୍ତ ହୋଇ ଯୁବଗୋଷ୍ଠୀ ଦାରୁଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅର୍ଥ ପାଇଁ ମାତାପିତାଙ୍କ ଉପରେ ନିର୍ଭର କରୁଥିବା ଛାତ୍ରୀଛାତ୍ର ଏଥିରୁ ବାଦ୍‌ ପଡୁନାହାନ୍ତି। ନିଶା ଖର୍ଚ୍ଚ ମେଣ୍ଟାଇବା ପାଇଁ କେତେକେ ଘୃଣ୍ୟ ଚୌର୍ଯ୍ୟବୃତ୍ତି ଆଦରି ନେଉଛନ୍ତି। କେତେକେ ଲୁଣ୍ଠନ ଓ ନରହତ୍ୟା ଭଳି ଜଘନ୍ୟ କାଣ୍ଡ କରିବାକୁ ପଶ୍ଚାତ୍‌ପଦ ହେଉନାହାନ୍ତି। ଅନେକ ଶିକ୍ଷିତ ଯୁବତୀ ବିଳାସମୟ ହୋଟେଲରେ ରାତି ବିତାଇ ନିଜର ନିଶା ଅଭ୍ୟାସକୁ ଜାରି ରଖୁଛନ୍ତି। ଏହିଭଳି ଅନେକ ଅସାମାଜିକ ଘୃଣ୍ୟ ଘଟଣା ବିଭିନ୍ନ ଖବରକାଗଜ ଓ ଟିଭି ନ୍ୟୁଜ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଛି। ପୋଲିସ ଚଢ଼ଉ ବେଳେ ନିଶାଗ୍ରସ୍ତ ଯୁବତୀଯୁବକଙ୍କ ଅଶ୍ଳୀଳ ଚିତ୍ର ଅତ୍ୟନ୍ତ ଘୃଣ୍ୟ। ନିଶାଗ୍ରସ୍ତ ଯୁବଗୋଷ୍ଠୀ କେବଳ ନିଜ ପରିବାରର ପଦମର୍ଯ୍ୟାଦା ଭୂଲୁଣ୍ଠିତ କରୁନାହାନ୍ତି ବରଂ ସେମାନେ ଯକ୍ଷ୍ମା, କର୍କଟ, କିଡ୍‌ନୀ, ଲିଭର ଇତ୍ୟାଦି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହୋଇ ମୃତ୍ୟୁକୁ ଆମନ୍ତ୍ରଣ କରୁଛନ୍ତି। ମାତାପିତାଙ୍କ ଆଶା-ଆକାଙ୍‌କ୍ଷାକୁ ଧୂଳିସାତ୍‌ କରୁଛନ୍ତି। ସାମାଜିକ, ପାରିବାରିକ ଶୃଙ୍ଖଳାକୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ଆର୍ଥିକ କ୍ଷତି ଓ ଆୟୁଷ କ୍ଷୟର ପଥ ପରିଷ୍କାର କରୁଛନ୍ତି। ନିଶା ଏପରି ଏକ ଜିନିଷ, ଯେଉଁଥିରେ ଥରେ ଗୋଡ଼ ଦେଲେ ସୁଧୁରିବା ମୁସ୍କିଲ। ସ୍ବାଧୀନ ଭାରତରେ ନିଶା ନିବାରଣ ପାଇଁ ସରକାରୀ ସ୍ତରରେ ଆଇନ ପ୍ରଣୀତ ହୋଇଛି। ଭାରତର କେତେକ ରାଜ୍ୟ ମଦ ଦୋକାନ ନିଷିଦ୍ଧ କରିଛନ୍ତି। କିନ୍ତୁ ଏହି ନିଷେଧାଦେଶ ଗୋଟିଏ କି ଯୋଡିଏ ରାଜ୍ୟରେ ଜାରି କଲେ ବିଶେଷ ଫଳପ୍ରଦ ହେବ ନାହିଁ। କାରଣ ଅନ୍ୟ ରାଜ୍ୟରୁ ଚୋରାଚାଲାଣରେ ମଦ ପରିବହନ ହେଉଛି। ଅନେକ ରାଜ୍ୟ ରାଜସ୍ବ ଆଳରେ ମଦ ଦୋକାନ ଖୋଲୁଛନ୍ତି। କିନ୍ତୁ ରାଜ୍ୟ ରାଜ୍ୟ ଆଇନ ମଧ୍ୟରେ ଅସମାନତା ଅଧିକ ମଦ ପାଇଁ ପ୍ରୋତ୍ସାହନ ଯୋଗାଉଛି।
ଅଧୁନା ସମାଜରେ ବହୁସଂଖ୍ୟକ ମଣିଷ ନିଶାସକ୍ତ। ନିଶା ସେବନର କୁପ୍ରଭାବ ସମ୍ବନ୍ଧରେ ଅଧିକ ଜନସଚେତନତା ସୃଷ୍ଟି ହେବା ଦରକାର। କେବଳ ତମାଖୁ ସେବନ ମାରାତ୍ମକ ବୋଲି ଦ୍ରବ୍ୟ ଉପରେ ଲେଖି ଛାପି ଦେଲେ ଯଥେଷ୍ଟ ନୁହେଁ। ମଦ ବୋତଲରେ କୌଣସି ଚେତାବନୀ ନାହିଁ। ରେଡିଓ, ଦୂରଦର୍ଶନ, ଖବରକାଗଜ, ପତ୍ରପତ୍ରିକା ପ୍ରଭୃତି ଗଣମାଧ୍ୟମରେ ନିଶା ସେବନର କୁପ୍ରଭାବ ବିଷୟରେ ଅଧିକ ପ୍ରଚାର ପ୍ରସାର ହେବା ଆବଶ୍ୟକ। ଯୁବପିଢ଼ି କୁସଙ୍ଗରେ ନ ପଡ଼ି ସତ୍‌ସଙ୍ଗରେ ବ୍ରତୀ ହେବା ଆବଶ୍ୟକ। ଏଥିପାଇଁ ମାତାପିତା ତଥା ଅଭିଭାବକ ଯତ୍ନବାନ ହେବା ଜରୁରୀ। ନିଶା ସେବନରୁ ମୁକ୍ତହୋଇ ଯୁବସମାଜ ତା’ର ତେଜ, ଔଜ୍ଜ୍ୱଲ୍ୟରେ ଜାଜ୍ୱଲ୍ୟମାନ ହେଉ ଓ ତା’ର କାର୍ଯ୍ୟାବଳୀ ଦ୍ୱାରା ପରିବାର, ସମାଜ ଓ ରାଷ୍ଟ୍ରର ଗର୍ବଗୌରବ ସାଜୁ। ଏହା ହିଁ ସବୁରି କାମନା।
ବୁଦ୍ଧେଶ୍ୱରୀ, ମୋ-୯୮୬୧୧୮୯୯୩୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri