Posted inଜାତୀୟ

ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ହେବନାହିଁ ଫାଶୀ!

ନୂଆଦିଲ୍ଲୀ,୬।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଫାଶୀ ତାରିଖ ଯେତିକି ବିଳମ୍ବ ହେଉଛି ଏହାକୁ ନେଇ ସେତିକି ନୂଆ ଖବର ସାମ୍ନାକୁ ଆସୁଛି। ଏବେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଫାଶୀ ଦେବାକୁ ସ୍ଥିର କରାଯାଇଥିବା ବେଳେ ଏନେଇ ଚତୁର୍ଥ ଥର ଲାଗି ନୂଆ ଡେଥ୍‌ ଓ୍ବାରେଣ୍ଟ ମଧ୍ୟ ଜାରି କରାଯାଇଛି। ଏବେ ଏହି ମାମଲାରେ ଟୁଇଷ୍ଟ ଆସିଛି। ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ କୁମାର ସିଂ ନିଜର ପୂର୍ବ ଓକିଲଙ୍କୁ ଦୋଷାରୋପ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି କୁହାଯାଉଛି। ମୁକେଶ କହିଛନ୍ତି ତାଙ୍କୁ ଜଣାଇ ଦିଆଯାଇ ନ ଥିଲା କି କ୍ୟୁରେଟିଭ ପିଟିସନ ଦାଖଲ କରିବାକୁ ୩ ବର୍ଷ ସମୟ ମିଳିଥାଏ। ତେଣୁ ଏବେ ତାଙ୍କର ସମସ୍ତ ଆଇନ ବ୍ୟବସ୍ଥାକୁ ରଦ୍ଦ କରାଯାଇ ଏବେ ତାଙ୍କୁ କ୍ୟୁରେଟିଭ ପିଟିସନ ଦାଖଲ କରିବାକୁ ଅନୁମତି ପ୍ରଦାନ କରାଯାଉ ବୋଲି ସେ କହିଛନ୍ତି। ଏବେ ସେ ଓକିଲ ଏମ୍‌. ଏଲ୍‌. ଶର୍ମାଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ଅଭିଯୋଗ ଦାଖଲ କରିଥିବା ଶୁଣିବାକୁ ମିଳିଛି। ଏଥିରେ ପ୍ରତିପକ୍ଷ ଭାବେ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ଆମିକସ କ୍ୟୁରୀ(କୋର୍ଟ ପରାମର୍ଶଦାତା)ଙ୍କୁ ରଖାଯାଇଛି। ଏଥିରେ କୁହାଯାଇଛି କି ମୁକେଶଙ୍କ ରିଭ୍ୟୁ ପିଟିସନ ଖାରଜ ହେବାର ୩ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କ୍ୟୁରେଟିଭ ପିଟିସନ ଦାଖଲ କରିବାର ସମୟ ଥିଲା। ଯାହା ଜୁଲାଇ ୨୦୨୧ପର୍ଯ୍ୟନ୍ତ ରହିଛି। ଆମିକସ କ୍ୟୁରୀ ଜବରଦସ୍ତ ତାଙ୍କଠାରୁ ଦସ୍ତଖତ କରାଇ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ ବୋଲି ମୁକେଶ ଅଭିଯୋଗ କହିଛନ୍ତି। ଯେଉଁଥିପାଇଁ ସେ ନ୍ୟାୟ ବ୍ୟବସ୍ଥାରୁ ବଞ୍ଚିତ ହୋଇଛନ୍ତି ବୋଲି ଦର୍ଶାଇଛନ୍ତି। ଏହାକୁ ଦେଖିବା ପରେ ଆସନ୍ତା ୨୦ରେ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କୁ ଫାଶୀ ହେବା ଲାଗି ସନ୍ଦେହ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ରିଲିଫ୍‌, ସାଉଣ୍ଟିଲେ ପ୍ରଶଂସା

ଚାନ୍ଦବାଲି,୨।୮(କିଷାନ ପାତ୍ର): ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ବାଗତିକା ପଲାଇଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ମାଧପୁର, ଭୂଇଁବୃତ୍ତି, ଘଟପୁର, ଆରଡ଼ି, ଓଲଗ,…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ଘରେ ପଶି ମହିଳାଙ୍କ ମୁଣ୍ଡକୁ ଧରି ଘୋଷାଡ଼ି ଆଣିଲା ବାଘ, ଚିତ୍କାର ଶୁଣି….

ଭୋପାଳ,୨।୮: କାନ୍ହା ଜାତୀୟ ଉଦ୍ୟାନର ବଫର ଜୋନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବାଲାଘାଟ ଜିଲାର ବୈହାର ଅଞ୍ଚଳରେ ଶନିବାର ରାତିରେ ବାଘ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

ଦେଢ଼ ବର୍ଷ ହେଲା ରାଏବୋଗା ଲ୍ୟାମ୍ପ୍‌ସରେ ଅଚଳାବସ୍ଥା, କର୍ମଚାରୀମାନେ…

କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍‌ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri