Posted inଜାତୀୟ

ନିର୍ଭୟା ଦୋଶୀଙ୍କ ଫାଶୀ ଘୁଞ୍ଚାଇବାକୁ କୌଶଳ କରୁଛନ୍ତି ଓକିଲ: ଉପ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧: ବହୁ ଚର୍ଚ୍ଚିତ ୨୦୧୨ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କ ଫାଶୀ ତାରିଖକୁ ଘୁଞ୍ଚାଇ ଦେବାକୁ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ କୌଶଳ କରୁଛନ୍ତି ବୋଲି ଶୁକ୍ରବାର କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ। ଏହାସହ ଓକିଲ ନ୍ୟାୟ ବ୍ୟବସ୍ଥାର ମଜା ଉଡାଉଛନ୍ତି ବୋଲି ହିନ୍ଦୀରେ ଟୁଇଟ୍‌ କରି ସେ ଏହା କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ନିର୍ଭୟା ମାମଲାରେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ତିହାର ଜେଲ ପ୍ରଶାସନ ଉପରେ ଦୋଷଲଦି ଏକ ଅଭିଯୋଗ ଦାଖଲ କରିଛନ୍ତି। ସେ କହିଛନ୍ତି ଦୋଷୀଙ୍କ କ୍ୟୁରେଟିଭ ପିଟିଶନ ଓ କ୍ଷମା ଆବେଦନ କରିବାକୁ ଯେଉଁସବୁ କାଗଜପତ୍ର ଆବଶ୍ୟକ ତାକୁ ଏପର୍ଯ୍ୟନ୍ତ ତିହାର ଜେଲ ପକ୍ଷରୁ ତାଙ୍କୁ ମିଳିପାରି ନାହିଁ। ତେବେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଆସନ୍ତା ଫେବୃୟାରୀ ୨ ସକାଳ ୬ଟାରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଏପି ସିଂଙ୍କ ଆବେଦନ ପରେ ଏହି ତାରିଖ ହୁଏତ ଘୁଞ୍ଚିଯାଇପାରେ ବୋଲି ଆଲୋଚନା ହେଲାଣି। କାରଣ ପୂର୍ବରୁ ଏମାନଙ୍କୁ ଫାଶୀ ଦେବାର ତାରିଖ ଜାନୁୟାରୀ ୨୨ ନିର୍ଦ୍ଧାରଣ କରାଯାଇଥିବା ବେଳେ ଆଇନଗତ କାରଣ ଯୋଗୁ ଏହାକୁ ପୁଣିଥରେ ଫେବୃୟାରୀ ୧କୁ ଘୁଞ୍ଚାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପରିବାରର ‘ଦୁଇ ଭାଇଙ୍କ ମଧ୍ୟରେ ଲଢେଇ’ ଫିଫା ବିଶ୍ୱକପ ୨୦୨୬ ଫାଇନାଲ; ୯୬ ବର୍ଷ ପରେ ବିରଳ ସଂଯୋଗ…

ନ୍ୟୁୟର୍କ,୧୯।୭: ଫିଫା ବିଶ୍ୱକପ 2026 ଫାଇନାଲ ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବାକୁ ଯାଉଛି। ଏହି ଟାଇଟଲ ମୁକାବିଲା ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଏକ…

ବିଦ୍ରୋହୀ ଟିଏମସି ଏମପିଙ୍କୁ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରାଯିବାକୁ ନେଇ ବିରୋଧୀ କ୍ଷୁବ୍ଧ

ନୂଆଦିଲ୍ଲୀ,୧୯।୭: ସଂସଦୀୟ ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ଏମପିମାନଙ୍କୁ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ…

ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…

ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା…

ଫେସବୁକ ଡାଉନ: ଲଗଇନ ଠାରୁ ୱେବସାଇଟ ପର୍ଯ୍ୟନ୍ତ ସେବା ଠପ

ନୂଆଦିଲ୍ଲୀ,୧୯।୭: ଯଦି ଆଜି ସକାଳ ଠାରୁ ଆପଣଙ୍କର ଫେସବୁକ ଠିକ ଭାବରେ କାମ କରୁନାହିଁ, ତେବେ ଆପଣ ଏକା ନୁହଁନ୍ତି। ସାରା ବିଶ୍ୱରେ ହଜାର ହଜାର ଉପଭୋକ୍ତା…

ଗାଁକୁ ଆସି ପାରିଲାନି ଜନନୀ ଏକ୍ସପ୍ରେସ୍‌, ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ୨ କିଲୋମିଟର ବୋହିଲେ ଗ୍ରାମବାସୀ

ଭବାନୀପାଟଣା/ଥୁଆମୂଳ ରାମପୁର,୧୯ା୭(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ରାସ୍ତା ସମସ୍ୟା ପୁଣିଥରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି। ପ୍ରସବ…

ଆମେରିକା ସହିତ ସମସ୍ତ ଚୁକ୍ତିନାମା ବାତିଲ ଘୋଷଣା କରିଛି ଇରାନ, କହିଛି MOUର ଅଧ୍ୟାୟ ଏବେ ସମ୍ପୂର୍ଣ୍ଣ ବନ୍ଦ

ତେହରାନ,୧୯।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିନାମା ଶନିବାର ସମ୍ପୂର୍ଣ୍ଣ ଭାବରେ ବାତିଲ ହୋଇଗଲା। ପାକିସ୍ତାନ ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଏହି ଚୁକ୍ତିନାମା – ଇସଲାମାବାଦ…

‘ଡୋନାଲ୍ଡ ଟ୍ରମ୍ପ ଜଣେ ମହାନ ଶୈତାନ,’ ମୋଜତାବା ଖାମେନେଇ କହିଲେ – ‘ତାଙ୍କ ଦସ୍ତଖତ ସମ୍ପୂର୍ଣ୍ଣ ମୂଲ୍ୟହୀନ’

ତେହରାନ,୧୯।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମେନେଇ ଶନିବାର ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବଡ଼ ଆକ୍ରମଣ ଆରମ୍ଭ କରି ତାଙ୍କୁ ‘ମହାନ ଶୈତାନ’ ବୋଲି ଆଖ୍ୟା…

ପାକିସ୍ତାନର ପୋଲ୍‌ ଖୋଲିଲେ ନିଆଜି! ଅପରେଶନ ସିନ୍ଦୂରକୁ ନେଇ ବଡ଼ଦାବି କଲେଣି ଇମ୍ରାନଙ୍କ ଭଉଣୀ

ଇସଲାମାବାଦ,୧୯।୭: ‘ଅପରେଶନ ସିନ୍ଦୂର’ ସମୟରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତୀୟ କ୍ଷେପଣାସ୍ତ୍ର ସାମ୍ନାରେ ପାକିସ୍ତାନୀ ସେନା ଆତ୍ମସମର୍ପଣ କରିବାକୁ ବସିଥିଲା। ଏହି ପରିପ୍ରେକ୍ଷୀରେ, ପୂର୍ବତନ ପାକିସ୍ତାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri