ନିର୍ବାଚନ ପାଇଁ ସିଆରପିଏଫ୍‌ର ଫ୍ଲାଗମାର୍ଚ୍ଚ

ବାଲେଶ୍ୱର/ଜଳେଶ୍ୱର, ୨୭।୪(ଡି.ଏନ.ଏ.)-ବାଲେଶ୍ୱର ସହରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସିଆର୍‌ପିଏଫ୍‌ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନକୁ ଅବାଧ, ଭୟମୁକ୍ତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ୪ ସେକ୍ସନ୍‌ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ପୋଲିସ ଲାଇନ ପଡ଼ିଆରୁ ଫ୍ଲାଗମାର୍ଚ୍ଚ କରି ସହର ପରିକ୍ରମା କରିଥିଲେ।

ସେହିପରି ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ୨ ସେକ୍ସନ୍‌ ସିଆର୍‌ପିଏଫ୍‌କୁ ନେଇ ଜଳେଶ୍ୱର ପୋଲିସ ଫ୍ଲାଗ ମାର୍ଚ୍ଚ କରାଇଛି। ଜଳେଶ୍ୱର ଥାନା ଏଏସ୍‌ଆଇ ସତ୍ୟନାରାୟଣ ବଳ ଉକ୍ତ ଫୋର୍ସକୁ ନେଇ ସହରର ଥାନାବଜାର, ବଡ଼ବଜାର, ପଞ୍ଚୁଘଣ୍ଟା, ଲକ୍ଷ୍ମଣନାଥ ପଞ୍ଚାୟତର ଗୋପ, ବିରିଶପୁର, ଲକ୍ଷ୍ମଣନାଥ, ଗୋବରଘାଟା ପଞ୍ଚାୟତର ଗୋବରଘାଟା, ଅଗ୍ରୱାଲା ଛକ, ଚନ୍ଦନା ଇତ୍ୟାଦି ୧୦ କି.ମି. ପରିବ୍ୟାପ୍ତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଇଛନ୍ତି। ପ୍ରଥମେ ଏହି ଫ୍ଲାଗମାର୍ଚ୍ଚକୁ ଦେଖି ଗାଁ ଗହଳିର ଜନସାଧାରଣ ବିଶେଷ କରି ମହିଳାମାନେ ଭୟଭୀତ ହୋଇପଡିଥିଲେ। ପରେ ଏହାର ଉଦ୍ଦେଶ୍ୟ ଜାଣିବା ପରେ ଜନସାଧାରଣ ଏହାକୁ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?