‘ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଦିଅ’

ବାଲେଶ୍ୱର ଅଫିସ, ୭।୧୨-ବାଲେଶ୍ୱରସ୍ଥିତ ସଦ୍‌ଭାବନା ସଭାଗୃହରେ ଚଳିତ ରବି ୨୦୧୯-୨୦ ବର୍ଷ ପାଇଁ ଜିଲା କୃଷି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରି ଆସନ୍ତା ରବି ଋତୁ ପାଇଁ ବିଭିନ୍ନ ଫସଲ ଏବଂ ନିର୍ଦ୍ଧାରିତ କୃଷି କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରିଥିଲେ।
ଗତବର୍ଷର ବୈଠକ ବିବରଣୀକୁ ଅନୁମୋଦନ କରାଯିବା ପରେ ଯୁଗ୍ମ ଶସ୍ୟ ଅମଳ ରିପୋର୍ଟ ପ୍ରସ୍ତୁତ ଲାଗି ସାଟେଲାଇଟ ଦ୍ୱାରା ଜମିର ଚିହ୍ନଟ କରାଯାଇ ଯୋଜନା ଓ ସମନ୍ବୟ ବିଭାଗ, କୃଷି ବିଭାଗ ଓ ରାଜସ୍ବ ବିଭାଗର କର୍ମଚାରୀ ମିଳିତ ଭାବେ ସ୍ମାର୍ଟଫୋନରେ ଅପଡ଼େଟ୍‌ କରାଯାଉଥିବା ପ୍ରକାଶ କରାଯାଇଥିଲା। ସେହିପରି ଚଳିତ ଋତୁରେ ଜଳସେଚିତ ଓ ଅଣଜଳସେଚିତ ଜମି ଚିହ୍ନଟ କରିବା ପାଇଁ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଚଳିତ ଅମଳରେ ବସ୍ତାରେ ସର୍ବାଧିକ ହେକ୍ଟର ପିଛା ୧୦୫ କୁଇଣ୍ଟାଲ ଧାନ ହୋଇଥିବା ଓ ଜିଲାର ଜଳସେଚିତ ଜମିରେ ହାରାହାରି ହେକ୍ଟର ପିଛା ୪୫ କୁଇଣ୍ଟାଲ ଧାନ ହୋଇଥିବା ପ୍ରକାଶ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୪୦ରୁ ୪୫ ପ୍ରତିଶତ ଧାନକଟା ସରିଥିବା ଜଣାପଡ଼ିଛି। ଏଥର ଜୈବ ଖତ ବ୍ୟବହାର ଯୋଗୁ ଗତ ଋତୁ ତୁଳନାରେ ରାସାୟନିକ ସାର ବ୍ୟବହାର ବହୁ ପରିମାଣରେ କମିଥିବା ଆକଳନରୁ ଜଣାପଡ଼ିଛି। ରବି ଋତୁ ଲାଗି ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ କୃଷି ଅଧିକାରୀମାନେ ସୂଚନା ଦେଇଥିଲେ। ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ନିମନ୍ତେ କୃଷି ଅଧିକାରୀମାନେ ଉଦ୍ୟମ କରିବା ସହିତ କୃଷକମାନଙ୍କ ସଚେତନତା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଜିଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ପରିଡ଼ା, ବିବିସିସି ବ୍ୟାଙ୍କର ଡିଜିଏମ ଜଳଧର ପଣ୍ଡା, ଏଲଡ଼ିଏମ ସୁଦୀପ ଡାକୁଆ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ସୁନୀଲ କୁମାର ମହାପାତ୍ର, ଜଳଚ୍ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ବଂଶୀଧର ସାମଲ ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ରବି ଋତୁରେ ଚାଷୀମାନଙ୍କୁ ଠିକ୍‌ ସମୟରେ ତଥା ସୁଲଭ ମୂଲ୍ୟରେ ସାର, କୀଟନାଶକ ଓ ବିହନ ଯୋଗାଣ, ଧାଡ଼ି ରୁଆ, ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ଏବଂ ସବସିଡ଼ି ପ୍ରଦାନ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଜଳସେଚନର ସୁବିଧା କରାଇବା, ଜୈବ ସାରର ପ୍ରୟୋଗ, ସାରର ଉପଯୁକ୍ତ ବ୍ୟବହାର ଏବଂ ବିକ୍ରିର ସଠିକ୍‌ ପରିଚାଳନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ଚଳିତ ରବି ଋତୁରେ ଜିଲାର ୨୪ ହଜାର ହେକ୍ଟର ଜମିରେ ଧାନ ଚାଷ ଏବଂ ୮୯ହଜାର ୧୫୦ହେକ୍ଟର ଜମିରେ ଅଣଧାନ ଫସଲ ଯଥା ଗହମ, ମକା, ଡାଲି ଓ ତୈଳ ଜାତୀୟ, ଝୋଟ, ଆଖୁ, ମସଲା ଓ ପନିପରିବା ଆଦି ମୋଟ୍‌ ୧ଲକ୍ଷ ୧୩ହଜାର ୧୫୦ହେକ୍ଟର ଜମିରେ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବୈଠକରେ କୃଷି ଓ ଆନୁଷଙ୍ଗିକ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri