ନିମ୍ବ ପାଣିରେ ଗାଧୋଇ ଏହି ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକରୁ ରକ୍ଷା ପାଆନ୍ତୁ..

ବିଭିନ୍ନ ଔଷଧୀୟ ବୃକ୍ଷମାନଙ୍କ ମଧ୍ୟରୁ ନିମ୍ବ ଅନ୍ୟତମ। ଏହାର ପତ୍ରଠାରୁ ଆରମ୍ଭ କରି ଫଳ, ଫୁଲ, ମୂଳ ଇତ୍ୟାଦିକୁ ଅନେକ ରୋଗର ଉପଶମ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଏସବୁ ମଧ୍ୟରେ ସ୍ନାନ ସମୟରେ ନିମ୍ବ ପାଣିର ବ୍ୟବହାର ଉପକାରୀ ବୋଲି କୁହାଯାଇପାରେ। ଏହାଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ। ଯେପରିକି:-

-ତ୍ୱଚା ସମ୍ବନ୍ଧୀୟ ରୋଗ: ପାଣିରେ ନିମ୍ବ ପତ୍ରକୁ ଫୁଟାଇ ଦିଅନ୍ତୁ। ପରେ ଏହି ମିଶ୍ରଣକୁ ପାଣିରେ ମିଶାଇ ଗାଧୋଇବା ଦ୍ୱାରା କାଛୁ, କୁଣ୍ଡିଆ, ଜ୍ୱଳନ, ଛଉ ଭଳି ସମସ୍ୟା ଦୂରେଇ ଯାଇଥାଏ। ଏଥିସହ ସୋରାୟସିସ୍‌ ଏବଂ ଏକ୍ଜିମା ଭଳି ତ୍ୱଚା ଜନିତ ରୋଗ ମଧ୍ୟ ହୋଇ ନ ଥାଏ।

-ଶରୀରର ଦୁର୍ଗନ୍ଧ ଦୂର ହୁଏ: ଝାଳ ବାହାରିବା କାରଣରୁ ଅନେକଙ୍କ ଶରୀରରୁ ଦୁର୍ଗନ୍ଧ ବାହାରିବା ଦେଖାଯାଇଥାଏ। ତେବେ ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଏଭଳି ସମସ୍ୟା କମ୍‌ ହୋଇଥାଏ। ତେବେ ଗାଧୋଇବା ପରେ ନିମ୍ବ ପାଣିରେ ମୁହଁ ଧୋଇବା ଦ୍ୱାରା ତ୍ୱଚା କୋମଳ, ବ୍ରଣ ପରି ସମସ୍ୟା କମ୍‌ ହୋଇଥାଏ।

-ରୂପି: ରୂପି ହୋଇ କେଶ ଝଡ଼ିବା ଭଳି ସମସ୍ୟା ସାଧାରଣ କଥା। ତେବେ ଏଥିପାଇଁ ସାମ୍ପୁ କରିବା ପରେ ନିମ୍ବ ପାଣିରେ କେଶକୁ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା କେଶ ମୂଳ ମଜଭୂତ ହେବା ସହ ରୂପି ଦୂର ହୋଇଥାଏ। କେଶରେ ଉଜ୍ୱଳତା ଫେରେ।

– ପୋଡ଼ି ଯିବା ଦ୍ୱାରା ସୃଷ୍ଟ ଘା’କୁ ଠିକ୍‌ କରିବା ଲାଗି ନିମ୍ବ ପାଣିରେ ଗାଧୋଇବା ଉଚିତ। ଏହାଦ୍ୱାରା ଶୀଘ୍ର ନୂତନ ଚର୍ମ ଆସିଥାଏ। ଏଥିସହ ଆଲର୍ଜି ଓ ସଂଙ୍କ୍ରମଣ ଭୟ ଦୂର ହୋଇଥାଏ।

ନିମ୍ବ ପାଣି ଶରୀରର କଷ୍ଟକୁ ଲାଘବ କରିବା ସହ ତ୍ୱଚାକୁ ପୋଷଣ କରେ। ଏହା ଆଣ୍ଟି ଏଜିଂ ଏଜେଣ୍ଟ ପରି କାମ କରି ତ୍ୱଚାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଫେରାଇ ଆଣିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri