ନିଜେ ରକତ୍‌ ଦେଇ ଗରଭ୍‌ବତୀକଁର ଜୀବନ୍‌ ବଁଚାଲେ ଡାକ୍‌ତର

 

ମନମୁଣ୍ଡା, ୧୮।୨ (ଡି.ଏନ୍‌.ଏ.)-
‘ରକତ୍‌ ଦାନ ମହତ୍‌ ଦାନ’ ଇ ନାରା ଦେଇ ସମାଜରେ ଲୁକ୍‌କୁ ସଚେତନ କରାଯାଉଛେ। ଅନେକ ଜାଗାରେ ରକ୍‌ତ ଦାନ ଶିବିରର ବି ଆୟୋଜନ ହେଉଛେ। ହେଲେ ଆଏଜ୍‌ ବି ଆମର ରାଏଜେ ଅନେକ ଗରିବ୍‌ ଦୁଖି ଦରକାର ସମିଆରେ ରକତ୍‌ ଅଭାବୁ ଜୀବନ୍‌ ମରନ୍‌ ସମସିଆରେ ଯୁଝୁଛନ୍‌। ହେଲେ ଇ ନାରାକେ ସତ୍‌ କରି ଦେଖେଇଛନ୍‌ ଝନେ କାର୍ଯ୍ୟରତ ଡାକ୍‌ତର।
ସୂଚନା ଅନ୍‌ସାରେ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାଯ୍‌ କରୁଛନ୍‌ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡା.ମନୋଜ କୁମାର ନାୟକ। ରଇବାର ମନମୁଣ୍ଡା ଥାନା ବାର୍ଡୋଲ ଗଁାର ନରେନ୍ଦ୍ର ଜାଲ ଗୁରୁତର ଅବସ୍‌ତାରେ ତାକର ଗରଭ୍‌ବତୀ ମାଏକିନା ବ୍ରଜେଶ୍ୱରୀ(୪୦)କୁଁ ମନମୁଣ୍ଡା ଡାକ୍‌ତରଖାନାରେ ଭରତି କରିଥିଲେ। ଡା.ନାୟକ ପରୀକ୍ଷା ନିରୀକ୍ଷା ଉତାରୁ ମା’ର ପେଟେ ଛୁଆଟା ମରିଯାଇଥିବାର ଜାନବାକେ ପାଇଥିଲେ। ସେ ସମିଆରେ ମହିଲାକଁର ଶରୀର ଫୁଲି ଯାଇଥିଲାବେଲେ ବି.ପି. ୨୦୦ ରହିଥିଲା। ଗରଭବତୀ ମହିଲାକଁର ଜୀବନ୍‌ ଉପରେ ବିପଦ ରହିଥିଲା। ଇଆଡ଼େ ଡାକ୍‌ତରଖାନାରେ ସାଜୋସାମାନ ଅଭାବୁ ଡାକ୍‌ତର ବ୍ରଜେଶ୍ୱରୀକୁଁ ବଡ଼ ଡାକ୍‌ତରଖାନାକେ ନେବାକେ ନରେନ୍ଦ୍ରକୁଁ ପରାମଶ ଦେଇଥିଲେ। ହେଲେ ନରେନ୍ଦ୍ର ଝନେ ନିହାତି ଗରିବ୍‌ ଲୋକ୍‌। ସେ ଟଁକା ପଏସା ଅଭାବୁ ଉନିଆ କେନ୍‌କେ ନେବାକେ ଅରାଜି ହେବାର ସଂଗେ ଡାକ୍‌ତରକୁଁ ଯାହା ବି ହେଉ ଇଠାନେ ଆପନ୍‌ ଚିକିଛା କରୁନ୍‌ ବଲି ଗୁହାରି କରିଥିଲେ। ଶେଷେ ଡା.ନାୟକ ମନମୁଣ୍ଡା ଡାକ୍‌ତରଖାନାରେ ବ୍ରଜେଶ୍ୱରୀକଁର ନରମାଲ ଡେଲିଭରି କରେଇ ଗୁଟେ ମଲା ଛୁଆ ବାହାର କରିଥିଲେ। ହେଲେ ବହୁତ୍‌ ରକତ୍‌ ପଲେଇ ଯିବାର ଲାଗି ବ୍ରଜେଶ୍ୱରୀ ଦୁରବଲ ହେଇଯାଇଥିଲେ। ଏନ୍‌ତା କି ତାହାକୁ ନିହାତି ରକତ୍‌ ଦେବାର ଦରକାର ପଡ଼ିଥିଲା। ଡା.ନାୟକ ନରେନ୍ଦ୍ରକୁଁ (ଠ+) ରକତ୍‌ ୨ ୟୁନିଟ୍‌ ଯୁଗାଡ଼ କରବାକେ କହିଥିଲେ। ହେଲେ ନରେନ୍ଦ୍ର ଝନେ ନିହାତି ଗରିବ୍‌ ଆର ଗଁଲିଆ ଲୋକ୍‌ ହେଇଥିବାର ଲାଗି ରକତ୍‌ ଯୁଗାଡ଼ ପରି ନାଇଁପାରଲେ। ଏନ୍‌ତାଥି ଡା.ନାୟକ ସୁବର୍ଣ୍ଣପୁର ଜିଲା ମୁଖିଆ ଡାକ୍‌ତରଖାନାକେ ଯାଇ ନିଜେ ୨ ୟୁନିଟ୍‌ (ଏବି+) ରକତ୍‌ ଦେଇ ବଦଲାରେ ୨ ୟୁନିଟ୍‌ (ଠ+) ରକତ୍‌ ଆନି ବ୍ରଜେଶ୍ୱରୀକୁଁ ଦେଇଥିଲେ। ଏହେଦେ ବ୍ରଜେଶ୍ୱରୀକଁର ଅବସ୍‌ତା ଗୁଟେ ପରକାର ଠିକ୍‌ ଥିଲାବେଲେ ତାହାକୁ ଆହୁରି ୨ ୟୁନିଟ୍‌ ରକତ୍‌ ଦରକାର ଅଛେ ବଲି ଡା.ନାୟକ କହିଛନ୍‌। ଇ ଘଟନାଟା ଏହେଦେ ଅଂଚଲରେ ଗୁଟେ ଚରଚାର ବିଷେ ହେଇଥିଲାବେଲେ ଡା.ନାୟକକଁର ଇ ମହତ୍‌ କାଯ୍‌କେ ସଭେ ପରଶଁସା କରୁଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri