ନାବାଳିକା ନିଖୋଜ ଘଟଣା: ମିଛ ତଥ୍ୟ ଦେଉଛି ପ୍ରଶାସନ; ଏବେବି ନିଖୋଜ ୯, ଚିନ୍ତାରେ ପରିବାର

ବ୍ରହ୍ମପୁର ଅଫିସ, ୯। ୧-ଗୋଷାଣୀନୂଆଗଁ। ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାର ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଛି। କିନ୍ତୁ ୯ ଜଣ ଏବେବି ନିଖୋଜ ଅଛନ୍ତି। ବୁଧବାର ଅପରାହ୍ନ ସୁଦ୍ଧା ଭୁବନେଶ୍ୱରରୁ ୩ ଓ ବ୍ରହ୍ମପୁରରୁ ଜଣେ ଉଦ୍ଧାର ହୋଇଥିବା ଗୋଷାଣୀନୂଆଗଁ। ଥାନାଧିକାରୀ ସୁମିତ କୁମାର ସୋରେନ ସୂଚନା ଦେଇଛନ୍ତି। ଅନ୍ୟପଟେ ମଙ୍ଗଳବାର ରାତି ସାଢ଼େ ୭ଟାରେ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଏକ ଖବରଦାତା ସମ୍ମିଳନୀରେ ୭ ଜଣ ନାବାଳିକା ଉଦ୍ଧାର ହୋଇଥିବା କହିଥିଲେ। ପ୍ରଶାସନିିକ ଅଧିକାରୀ ମିଛ ତଥ୍ୟ ଦେଉଛନ୍ତି। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ନାବାଳିକା ଉଦ୍ଧାର ତଥ୍ୟର ଏବେ ତାଳମେଳ ରହୁନାହିଁ। ବୁଧବାର ଏନେଇ ବ୍ରହ୍ମପୁର ଉପ ଜିଲାପାଳ କୁହନ୍ତି, ମଙ୍ଗଳବାର ୭ ଜଣ ଉଦ୍ଧାର ହେବାର ସମ୍ଭାବନା ଥିବାରୁ ମୁଁ ଏପରି କହିଥିଲି। କିନ୍ତୁ ପ୍ରକୃତରେ ୪ ନାବାଳିକା ଉଦ୍ଧାର ହୋଇଥିବା ସେ ସ୍ବୀକାର କରିଛନ୍ତି। ନିଖୋଜ ନାବାଳିକାମାନେ କେଉଁଆଡେ ଗଲେ, ସେମାନେ କିପରି ଅଛନ୍ତି ପରିବାର ଲୋକେ ଚିନ୍ତାରେ ପଡିଛନ୍ତି। ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବିଭିନ୍ନ ସୂଚନାକୁ ଆଧାର କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ବୁଧବାର ପୋଲିସ ଗଞ୍ଜାମ ଜିଲାରେ ୫ ନାବାଳିକା ରହିଥିବା ଖବର ପାଇ ବଡ଼ଗଡ଼, ଶେରଗଡ ଏପରି ଅନେକ ସ୍ଥାନକୁ ଯାଇ ଖାଲି ହାତରେ ଫେରିିଛି।
ସୂଚନାଯୋଗ୍ୟ, ଗତ ୧ ବର୍ଷ ମଧ୍ୟରେ ଉକ୍ତ ବାଳାଶ୍ରମରୁ ୭ ନାବାଳିକା ପାଚେରି ଡେଇଁ ଚମ୍ପଟ ମାରିଥିବା ଥାନାରେ ଅଭିଯୋଗ ହୋଇଥିବା ଥାନାଧିକାରୀ ସୋରେନ ସୂଚନା ଦେଇଛନ୍ତି। ଗତ ବର୍ଷ ଜୁଲାଇ ୭ ରେ ଜଣେ ନାବାଳିକା ଓ ଜଣେ ସାବାଳିକା ପାଚେରି ଡେଇଁ ଚମ୍ପଟ ମାରିଥିଲେ। ଏନେଇ ଥାନାରେ ବାଳାଶ୍ରମ ଅଧୀକ୍ଷକ ସସ୍ମିତା ରାଣୀ ପାଢ଼ୀ ଅଭିଯୋଗ କରିଥିଲେ।
ବର୍ତ୍ତମାନ ଏଠାରେ ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଗଞ୍ଜାମ ଜିଲା ଭାଜପା ପୂର୍ବତନ ସଭାପତି କାହ୍ନୁ ଚରଣ ପତି କହିଛନ୍ତି। ସେହିପରି ବାଳାଶ୍ରମରୁ ନାବାଳିକା ନିଖୋଜ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ମଧ୍ୟ ସେ ଦାବି କରିଛନ୍ତି। ଘଟଣା ପରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ମଧ୍ୟ ବ୍ରହ୍ମପୁରରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri