Odisha Elections 2024

ନାଗରିକତ୍ୱ ସଂଶୋଧନ ବିଲ୍‌ ପ୍ରସଙ୍ଗ: ବିଜେଡି-ଭାଜପା ସମ୍ପର୍କକୁ କଂଗ୍ରେସର ସମାଲୋଚନା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ବିଲ୍‌କୁ କଂଗ୍ରେସ ପାର୍ଲାମେଣ୍ଟ ଭିତରେ ଏବଂ ବାହାରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛି। ଏହି ଅବସରରେ ନିଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନିର୍ଦ୍ଦେଶକ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପକ୍ଷରୁ ବୁଧବାର ବିକ୍ଷୋଭ ସାଙ୍ଗକୁ ଧାରଣା ଦିଆଯାଇଛି। କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଅପର ପାର୍ଶ୍ୱରେ ଉକ୍ତ ବିଲ୍‌ ବିରୋଧୀ ବ୍ୟାନର ଲଗାଇ ଦଳୀୟ ନେତାମାନେ ଧାରଣାରେ ବସିଛନ୍ତି। କଂଗ୍ରେସ ନେତୃବୃନ୍ଦ ମୁହଁରେ କଳାପଟି ବାନ୍ଧି ଧାରଣା ଦେଇଥିଲେ। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ତୀବ୍ର ସମାଲୋଚନା କରି କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ଯେ,ଏହି ବିଲ୍‌ ଆଇନରେ ପରିଣତ ହେଲେ ଦେଶ ପ୍ରତି ବିପଦ ସୃଷ୍ଟି କରିବ। ଭାରତ ଏକ ସାର୍ବଭୌମ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବାବେଳେ ଏହି ବିଲ୍‌ ଗଣତନ୍ତ୍ରର ପରିପନ୍ଥୀ ବୋଲି ଦଳୀୟ ନେତାମାନେ ମତ ରଖିଛନ୍ତି। ଅନ୍ୟପକ୍ଷରେ ଉକ୍ତ ବିଲ୍‌କୁ ବିଜେଡି ସମର୍ଥନ ଦେବା ଘଟଣାକୁ ମଧ୍ୟ କଂଗ୍ରେସ କଡା ସମାଲୋଚନା କରିଛି। ଉପସ୍ଥିତ ନେତାମାନେ ହାତରେ ପ୍ଲାକାର୍ଡ ଧରି ବିରୋଧ କରିଛନ୍ତି। ଉକ୍ତ ପ୍ଲାକାର୍ଡରେ ବିଜେଡି-ଭାଜପା ସମ୍ପର୍କ ପ୍ରତି ଜନସାଧାରଣ ସତର୍କ ରହିବା ପାଇଁ କୁହାଯାଇଥିବା ବେଳେ ଦୁଇଦଳର ଭିତିରି ବୁଝାମଣା କଥା ଧରା ପଡିଯାଇଥିବା ଉଲ୍ଲେଖ କରାଯାଇଛି। ଏହି ଆନ୍ଦୋଳନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝି ଅନୁପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

କଟକ,୨୬ା୫(କାର୍ତ୍ତିକ ସାହୁ): ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଚଳିତବର୍ଷ ପାସ୍‌ ହାର ୯୬.୦୭% ରହିଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା...

ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର...

ଯାଜପୁର ଜିଲା: ଫୋକସ୍‌ରେ ମହିଳା ପ୍ରାର୍ଥୀ

ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ...

ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ, ୧୧୦-୧୨୦ ବେଗରେ ଛୁଇଁବ ଉପକୂଳ

ଭୁବନେଶ୍ୱର,୨୫ା୫: ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ବାତ୍ୟା ରେମାଲ ଭିଷଣ ବାତ୍ୟାରେ ପରିଣତ ହୋଇଛି। ଏହା ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୁରରେ ରହିଛି।...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି, ଘରକୁ ଫେରିବା ପାଇଁ କରାଯାଉଛି ଟିକେଟ ବ୍ୟବସ୍ଥା

କେନ୍ଦ୍ରାପଡ଼ା,୨୬ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧ରେ ମତଦାନ ହେବ। ଏଥିପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରାର୍ଥୀଙ୍କର ଭୋଟରଙ୍କୁ...

ବାତ୍ୟା ‘ରେମାଲ’ ଭୟ, କୂଳରେ ହାଇଆଲର୍ଟ

ଭୋଗରାଇ, ୨୬।୫(ପ୍ରଦୀପ ଦାସ):ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ରେମାଲ’ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳ ଆଡକୁ ଘଣ୍ଟାକୁ ୧୭କି.ମି. ବେଗରେ ଉତ୍ତର...

୨୯ରେ ବାରିପଦା, ବାଲେଶ୍ୱର ଆସିବେ ମୋଦି

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ବାଲେଶ୍ୱର ଅଫିସ,(ମାନସ ବିଶ୍ୱାଳ), ୨୬ା୫: ରାଜ୍ୟର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲା ବାରିପଦା...

ବଳ ଗୋଟାଉଛି ବାତ୍ୟା ‘ରେମାଲ’: ଓଡ଼ିଶାର ଏହି ଜିଲାରେ ପଡ଼ିବ ପ୍ରଭାବ, ପବନ ବୋହିବ

ଭୁବନେଶ୍ୱର, ୨୬।୫(ଅସମାପିକା ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଶନିବାର ସକାଳ ୫ଟା ୩୦ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଥିଲା। କ୍ରମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri