ହାତୀପଲ ପାଇଁ ବନ ବିଭାଗ ନୟାନ୍ତ

ଜଳେଶ୍ୱର, ୧୨।୧୨(ସ୍ବ.ପ୍ର.)- ବାଲେଶ୍ୱର ଜିଲାର ଜଳେଶ୍ୱର ରେଞ୍ଜ ଅଧୀନ ରାଇବଣିଆ ସମେତ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁର ଓ ମୁରୁଡ଼ା ଅଞ୍ଚଳରେ ଉପଦ୍ରବ ଚଳାଇଥିବା ହାତୀପଲ ଜଙ୍ଗଲତଳି ଇଲାକାରେ ଲୋକଙ୍କ ନିଦ ହଜାଇଛନ୍ତି। ଏହି ଅଞ୍ଚଳକୁ ପଶି ଆସିଥିବା ଶତାଧିକ ଝାଡଖଣ୍ଡ ହାତୀ ରାତି ହେଲେ ଗାଁ ଓ ଚାଷ ଜମିକୁ ପଶି ପାଚିଲା ଧାନ ଖାଇ କ୍ଷତି ଘଟାଇ ଚାଲିଛନ୍ତି। କେତେକ ବାସଗୃହ ମଧ୍ୟ ଭାଙ୍ଗିଛନ୍ତି। ହାତୀପଲକୁ ପଶ୍ଚିମବଙ୍ଗ ଆଡକୁ ଘଉଡାଇବା ଲାଗି ଉଦ୍ୟମ କରି ବନ କର୍ମଚାରୀ ନୟାନ୍ତ ହେଉଛନ୍ତି। ବନ ବିଭାଗର ୨ ଜଣ ଡିଏଫଓ ଉପସ୍ଥିତ ରହି ହାତୀ ଝଉଡାଇବା କାର୍ଯ୍ୟର ତଦାରଖ କରୁଛନ୍ତି।
ଜଳେଶ୍ୱର ରେଞ୍ଜ ଅଫିସର ଦେବେନ୍ଦ୍ରନାଥ ପାତ୍ରଙ୍କ କହିବା ଅନୁଯାୟୀ ଝାଡଖଣ୍ଢ ହାତୀପଲରେ ବହୁ ସଂଖ୍ୟକ ଦନ୍ତା ସମେତ ପ୍ରାୟ ୯୮ଟି ହାତୀ ରହିଛନ୍ତି। ସେମାନେ ୨ଦିନ ଧରି ଲୁହାପଡ଼ା ଜଙ୍ଗଲ !ନିକଟରେ ଅଟକିଥିଲେ। ସୋମବାର ବନକର୍ମଚାରୀ ହାତୀ ଘଉଡ଼ାଇବାରେ ସଫଳ ନ ହେବାରୁ ମଙ୍ଗଳବାର ଘଟଣାସ୍ଥଳରେ ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡା ଓ ମୟୂରଭଞ୍ଜ ଡିଏଫ୍‌ଓ ସ୍ବୟଂ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଳେଶ୍ୱର ରେଞ୍ଜରେ ଥିବା କର୍ମଚାରୀ, ଓଲମରାର ହାତୀ ସୁରକ୍ଷା ବାହିନୀ ଓ ସବୁଜ ବାହିନୀ ମିଳିତ ଭାବେ ୪ଟି ଦଳରେ ବିଭକ୍ତ ହୋଇ ହାତୀପଲର ଗତିବିଧି ଉପରେ ନଜର ରଖିଛନ୍ତି। ସେହିପରି ମୟୂରଭଞ୍ଜ ଜିଲାର ୨ଟି ରେଞ୍ଜରୁ ଆସିଥିବା କର୍ମଚାରୀ ୭ଟି ଦଳରେ ବିଭକ୍ତ ହୋଇ ହାତୀଙ୍କୁ ସୁବର୍ଣ୍ଣରେଖା ବହୁମୁଖୀ ଯୋଜନାରେ ଖନନ ହୋଇଥିବା କେନାଲ ପାର କରାଇ ପଶ୍ଚିମବଙ୍ଗ ମୁହଁା କରାଇଥିବା ସୂଚନା ମିଳିଛି। ଉକ୍ତ ପଲରେ ପ୍ରାୟ ୧୧୭ଟି ହାତୀ ଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ କବିତା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?