ନର୍ସିଂ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ୮ ଅଭିଯୁକ୍ତ କୋର୍ଟଚାଲାଣ

ଜୁନାଗଡ,୨୭।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ଥାନା ଅଞ୍ଚଳରେ ଜଣେ ନର୍ସିଂ ଛାତ୍ରୀ ଗଣବଳାକତ୍ାର ଘଟଣାରେ ପୋଲିସ ବୁଧବାର ୮ଜଣଙ୍କୁ ଗିରଫ କରିଥିଲା । ଅନ୍ୟ ଜଣେ ନାବାଳକ ଏଥିରେ ସମ୍ପକ୍ତ ଥିବା ପୋଲିସ କହିଥିଲା। ଗୁରୁବାର ସମସ୍ତ ଅଭିଯୁକ୍ତଙ୍କୁ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀମାଇନା କରାଯାଇଥିଲା। ଏହା ପରେ ସନ୍ଧ୍ୟାରେ ନାବାଳକଙ୍କୁ ଛାଡି ୮ଜଣ ଅଭିଯୁକ୍ତଙ୍କୁ ଜୁନାଗଡ ଜେଏମ୍‌ଏଫସି କୋର୍ଟରେ ହାଜର କରାଯାଇଥିଲା। ଅଭିଯୁକ୍ତଙ୍କ ପକ୍ଷରୁ କୌଣସି ଓକିଲ କେସ୍‌ ଲଢ଼ୁ ନ ଥିବାରୁ ସମସ୍ତଙ୍କୁ ଧର୍ମଗଡ଼ ଉପଖଣ୍ଡ କାରାଗାରକୁ ପଠାଇ ଦିଆଯାଇଥିଲା। ସେହିପରି ନାବାଳକଙ୍କୁ ଭବାନୀପାଟଣା ଜୁଭେନାଇଲ ବୋର୍ଡରେ ହାଜର କରାଯାଇଛି।
ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଗଣବଳାକତ୍ାର ଘଟଣାରେ ୬ ଜଣ ସମ୍ପୃକ୍ତ ରହିଥିଲେ। ସେମାନେ ହେଲେ ଜୁନାଗଡ ଥାନା ବକ୍ସିତୁଲସୀପାଲି ଗ୍ରାମର ଅମିତ ନାଏକ (୩୦), ପ୍ରକାଶ ନାଏକ ଓରଫ ଲୁକୁ (୨୨), ଶାନ୍ତ ନାଏକ (୨୪), ଲାବଣ୍ୟ ଛତ୍ରିିଆ(୨୧), ଅନିରୁଦ୍ଧ ଓରଫ ତରଙ୍ଗ ଛତ୍ରିଆ (୨୦) ଓ ଜଣେ ନାବାଳକ। ସେହିପରି ଭିଡିଓ ଭାଇରାଲ କରିଥିବା ଘଟଣାରେ ଜୁନାଗଡ ଥାନା ବକ୍ସିତୁଲସୀପାଲି ଗ୍ରାମର ବିନୋଦ ନାଏକ ଓରଫ ଘାଟୁ (୩୨), ସ୍ବୟମ୍ବର ବାଗ (୩୦) ଓ କୋକସରା ଥାନା ତେନ୍ତୁଲିପଡାର ଟିକମଣି ପୋଢ (୩୨)ଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri