ନନ୍ଦନକାନନରେ ହାତୀ ମଡ଼କ:ଆଖି ବୁଜିଲା କମଳା,୨୫ ଦିନରେ ୩ ହାତୀଙ୍କ ମୃତ୍ୟୁ

ବାରଙ୍ଗ,୨୦-୯(ଡି.ଏନ୍‌.ଏ.):ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ସନ୍ଧ୍ୟାରେ ୭ବର୍ଷର ମାଈ ହାତୀ କମଳାର ମୃତ୍ୟୁ ଘଟିଛି। ହର୍ପିସ ଭୂତାଣୁଜନିତ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ କମଳାର ମୃତ୍ୟୁ ଘଟିଛି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ଏହି ଭୂତାଣୁ ଜନିତ ରୋଗରେ ପୂର୍ବରୁ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଥିଲା।
ସୂଚନାଥାଉ କି, ନନ୍ଦନକାନନରେ ଅଗଷ୍ଟ ୨୬ତାରିଖରେ ହାତୀ ଜୁଲିର ମୃତ୍ୟୁ ଘଟିଥିଲା। ଏହାର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଭୂତାଣୁ ଯୋଗୁ ଜୁଲିର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣାର ୧୯ଦିନ ପରେ ଅନ୍ୟ ଏକ ହାତୀ ଚନ୍ଦନର ମୃତ୍ୟୁ ଘଟିଥିଲା। ଏହାପରେ ନନ୍ଦନକାନନରେ ଏହି ଭୂତାଣୁକୁ ନେଇ ଆତଙ୍କ ଦେଖାଦେଇଥିଲା। ଏଥିଯୋଗୁ ହାତୀଶାଳାରେ ଥିବା ମାଈ ହାତୀ କମଳା ଓ ଗୌରୀକୁ ଅଲଗା କରି ଗତ ୧୬ତାରିଖରେ କଟେଜ ପରିସରରେ ରଖାଯାଇଥିଲା। ୧୭ତାରିଖରେ ଏହି ହାତୀଦ୍ୱୟଙ୍କ ଖାଇବା କମିବା ଦେଖିବାକୁ ମିଳିଥିଲା। ନୂଆ ଜାଗାରେ ଖାପଖୁଆଇ ପାରୁ ନ ଥିବାରୁ ଏଭଳି ହେଉଛି ବୋଲି ଡାକ୍ତରମାନେ ଅନୁମାନ କରିଥିଲେ। ତେବେ ୧୮ତାରିଖରେ କମଳାର ଖାଇବା କମିବା ସହ ସେ ଘୁମାଇବା ଆରମ୍ଭ କରିଥିଲା। ଗୁରୁବାର ସକାଳେ ତା’ର ମୁହଁ ଫୁଲିଯାଇଥିଲା। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମୁତାବକ ଏକ ଡାକ୍ତରୀ ଟିମ ବହୁ ସମୟ ଧରି ତା’ର ଚିକିତ୍ସା କରିଥିଲେ ମଧ୍ୟ ତାକୁ ବଞ୍ଚାଇ ପାରି ନ ଥିଲେ। କୋରାପୁଟ ଜିଲାର ନାରାୟଣପାଟଣା ଜଙ୍ଗଲରୁ ଉଦ୍ଧାର ହୋଇ ଚିକିତ୍ସା ପାଇଁ ଓୟୁଏଟିରେ ଭର୍ତ୍ତି ହୋଇଥିବା କମଳାର ବୟସ ୩ ମାସ ୨୬ଦିନ ହୋଇଥିବାବେଳେ ୨୦୧୩ ନଭେମ୍ବର ୨୨ରେ ତାକୁ ନନ୍ଦନକାନନକୁ ଅଣାଯାଇଥିଲା। କମଳାର ମୃତ୍ୟୁ ପରେ କଟେଜରେ ଗୌରୀ ଏକୁଟିଆ ରହିଛି। ହର୍ପିସ ଭୂତାଣୁଜନିତ ରୋଗ ପାଇଁ ଔଷଧ ନ ଥିବାରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇ ଚିକିତ୍ସା ଜାରି ରହିଥିଲେ ମଧ୍ୟ କମଳାର ମୃତ୍ୟୁ ଘଟିଥାନ୍ତା ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଦାସ କହିଛନ୍ତି। କମଳାର ମୃତ୍ୟୁ ପରେ ନନ୍ଦନକାନନରେ ହାତୀସଂଖ୍ୟା ୫କୁ ଖସିଆସିଛି। ହାତୀଶାଳାରେ ପ୍ରେମା, ବାସନ୍ତୀ, ହୀରା ରହୁଥିବା ବେଳେ ଛୋଟ ହାତୀ ମାମା ଡାକ୍ତରଖାନା ପାଖରେ ଏବଂ ଗୌରୀ କଟେଜ ପରିସରରେ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri