ନନ୍ଦନକାନନରେ କଳାବାଘ ବୁଲିବା ପ୍ରଚାର ଗୁଜବ

ବାରଙ୍ଗ,୧୬।୬(ଡି.ଏନ୍‌.ଏ.)- କରୋନା ଲାଗି ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବନ୍ଦ ରହିଛି। ଶୂନଶାନ ହୋଇଯାଇଛି ନନ୍ଦନକାନନ ରାସ୍ତା। ନା ଆସୁଛନ୍ତି ପର୍ଯ୍ୟଟକ ନା ଶୁଭୁଛି ସେମାନଙ୍କ ଗହଳି। ଏହି ନିସ୍ତବ୍ଧ ମଧ୍ୟରେ ସୋମବାର ନନ୍ଦନକାନନ ପୁଣି ଚର୍ଚ୍ଚାକୁ ଆସିଛି। ସକାଳେ ୯ନଂ ଫାଟକ ପାଖରେ ଏକ କଳାବାଘ ବୁଲୁଥିବାର ପ୍ରଚାର ହୋଇଥିଲା। ଯାହାକୁ ନେଇ ବ୍ୟଥିତ ହୋଇପଡ଼ିଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ। ପରେ ପରିସର ବାଘ ଏନକ୍ଲୋଜରଗୁଡିକ ସହ ୯ନଂ. ଫାଟକ ପାଖକୁ ଯାଇ ତର୍ଜମା କରିବାପରେ ଏହା ଗୁଜବ ବୋଲି ଜଣାପଡ଼ିଥିଲା। ସୂଚନାଯୋଗ୍ୟ, ସୋମବାର ସକାଳେ ପରିମଳ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ୯ନଂ. ଫାଟକ ପାଖରେ ରାସ୍ତା ସଫା କରୁଥିବାବେଳେ ଏକ କଳାରଙ୍ଗର ବାଘ ଭଳି ଏକ ପଶୁ ବୁଲୁଥିବାର ଦେଖିବାକୁ ପାଇଥିଲେ। ଏ ବିଷୟରେ ସେ କାର୍ଯ୍ୟାଳୟକୁ ଆସି ଜଣାଇବାପରେ ସମସ୍ତଙ୍କ ଚିନ୍ତା ବଢ଼ିଥିଲା। ଖବରପାଇ ଜନ୍ତୁ ବିଭାଗର ପଦାଧିକାରୀମାନେ କେତେଜଣ କର୍ମଚାରୀଙ୍କୁ ସାଙ୍ଗରେ ଧରି ପ୍ରଥମେ ବାଘ ଏନକ୍ଲୋଜରଗୁଡିକୁ ତନ୍ନତନ୍ନ କରି ଅନୁଧ୍ୟାନ କରିବାପରେ ସମସ୍ତ ବାଘ ଆବଦ୍ଧ ଥିବାର ଜାଣିବାକୁ ପାଇଥିଲେ। ତେବେ ଗତ ୨୦୧୩ ମସିହାରେ ସୁଦୂର ସାତକୋଶିଆରୁ ଏକ ଜଙ୍ଗଲୀ ବାଘ ନନ୍ଦନକାନନକୁ ଚାଲିଆସିଥିବାର ନଜିର ରହିଥିବାବେଳେ ଏହି ଗୁଜବ କେତେଦୂର ଠିକ ତାହା ସମୟ ହିଁ କହିବ ବୋଲି ଅନୁମାନ କରାଯାଉଛି। ଏହା ଏକ ଗୁଜବ ,ଏଥିରେ ସତ୍ୟତା ନାହିଁ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri