Posted inଖେଳ

ଧୋନୀଙ୍କୁ ନେଇ ଭୋଗ୍‌ଲେଙ୍କ ଭିନ୍ନ ମତ

ମୁମ୍ବାଇ, ୨୯।୩- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ଅନିଶ୍ଚିତତା ଧିରେ ଧିରେ ବଢ଼ିବାରେ ଲାଗିଛି। ୨୦୨୦ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ପ୍ରଭାବୀ ପ୍ରଦର୍ଶନ କରି ଅଷ୍ଟ୍ରେଲିଆରେ ହେବାକୁଥିବା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସେ ସ୍ଥାନ ପାଇବେ ବୋଲି ଆଶା କରାଯାଉଥିଲା। ଧୋନୀ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ଅଧିନାୟକ ପଦ ମଧ୍ୟ ବଜାୟ ରଖିଥିଲେ। ମାତ୍ର କୋଭିଡ-୧୯ ସଂକ୍ରମଣ ଯୋଗୁ ଏବେ ସାରା ଭାରତ ଲକ୍‌ଡାଉନ୍‌ ଥିବାରୁ ବ୍ୟୟବହୁଳ ଆଇପିଏଲ ଆରମ୍ଭ ହେବାନେଇ ଆଶଙ୍କା ବଢ଼ିବାରେ ଲାଗିଛି। ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁଥିବା ଆଇପିଏଲକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆ ଯାଇଛି। ମାତ୍ର ଏହି ପ୍ରତିଯୋଗିତା ଏପ୍ରିଲରେ ମଧ୍ୟ ଆରମ୍ଭ ହେବା କମ୍‌ ସମ୍ଭାବନା ରହିଛି। ଏପରିକି ଅନ୍ୟ ବଡ଼ ପ୍ରତିଯୋଗିତା ପରି ଏହା ବାତିଲ ହେବା ସ୍ଥିତିରେ ମଧ୍ୟ ରହିଛି। ଏପରି ସ୍ଥିତିରେ ଧୋନୀ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା କଷ୍ଟକର ବୋଲି ଆଲୋଚନା ହେଉଛି। ଧୋନୀ ଶେଷଥରପାଇଁ ଗତବର୍ଷ ଆଇସିସି ବିଶ୍ୱକପରେ ଭାରତ ପକ୍ଷରୁ ଖେଳିଥିଲେ।
ପ୍ରତିଷ୍ଠିତ କ୍ରିକେଟ ଭାଷ୍ୟକାର ହର୍ଷ ଭୋଗ୍‌ଲେ ମଧ୍ୟ ସମାନ ମତ ଦେଇଛନ୍ତି। ”ଧୋନୀ କ’ଣ ଚିନ୍ତା କରୁଛନ୍ତି ତାହା ଜାଣିବା ଅସମ୍ଭବ। ସେ ସମ୍ପର୍କରେ ଆଭାସ ପାଇବା ମଧ୍ୟ ସମ୍ଭବ ନୁହେଁ। ଆଗାମୀ ଦିନରେ କ’ଣ ନିଷ୍ପତ୍ତି ନେବେ ତାହା ସେ କେବଳ ଜାଣିଛନ୍ତି। ତେବେ ଅଧିନାୟକ ପଦ କିମ୍ବା ଟେଷ୍ଟ କ୍ରିକେଟ ଛାଡ଼ିବାପରି ତାଙ୍କ ପ୍ରସ୍ଥାନ ମଧ୍ୟ ସେପରି ଭଲଭାବେ ହେବ ନାହିଁ ବୋଲି ମୁଁ ଅନୁଭବ କରୁଛି। ଧୋନୀ କ୍ରିକେଟ ଛାଡ଼ିଛନ୍ତି ବୋଲି ହଠାତ ଦିନେ ଶୁଣିବାକୁ ମିଳିପାରେ। ଭାରତୀୟ ଦଳକୁ ତାଙ୍କର ପ୍ରତ୍ୟାବର୍ତ୍ତନ ସମ୍ଭାବନା ଶେଷ ହୋଇଯାଇଛି ବୋଲି ଅନୁଭବ ହେଉଛି। ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ କିଛି ସମ୍ଭାବନା ରହିଥାନ୍ତା। ସାମ୍ପ୍ରତିକ ସ୍ଥିତିରେ ଧୋନୀ ଆଇସିସି ବିଶ୍ୱକପ ପାଇଁ ସେପ୍ଟେମ୍ବର-ଅକ୍ଟୋବର କିମ୍ବା ଅକ୍ଟୋବର-ନଭେମ୍ବରକୁ ଅପେକ୍ଷା କରିବେ ଭାବି ପାରୁନି“ ବୋଲି ଭୋଗ୍‌ଲେ ପ୍ରକାଶ କରିଛନ୍ତି। ତେବେ ସେ ଚେନ୍ନାଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଆଇପିଏଲ ଖେଳିବା ଜାରି ରଖିବା ସମ୍ଭାବନା ଅଛି ବୋଲି ଭୋଗ୍‌ଲେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri