Posted inଖେଳ

ଧୋନୀଙ୍କ ପ୍ରମୁଖ ଭୂମିକା ରହିବ

ମୁମ୍ବାଇ, ୨୨ା୫ (ପି.ଟି.)- ଆଇସିସି ବିଶ୍ୱକପ୍‌ରେ ମହେନ୍ଦ୍ର ସିଂ ଧୋନୀ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି। ଜଣେ କିପର ହିସାବରେ ସେ ବର୍ଷ ବର୍ଷ ଧରି ତାଙ୍କର ଦକ୍ଷତା ପ୍ରତିପାଦନ କରିଆସିଛନ୍ତି। ଏହି ଫର୍ମାଟରେ ତାଙ୍କଠାରୁ କେହି ଉନ୍ନତ ନୁହନ୍ତି। ସେ କେବଳ ଉଇକେଟ ପଛରେ କ୍ୟାଚ୍‌ ନେଇ ନ ଥାନ୍ତି। ରନ୍‌ ଆଉଟ ଓ ଷ୍ଟମ୍ପିଂରେ ମଧ୍ୟ ତାଙ୍କର ବିଶେଷ ଭୂମିକା ରହିଥାଏ। ବିଶ୍ୱକପ୍‌ ଖେଳିବା ଲାଗି ଇଂଲଣ୍ଡ ପ୍ରସ୍ଥାନ ପୂର୍ବରୁ ଶାସ୍ତ୍ରୀ କହିଛନ୍ତି, ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଧୋନୀଙ୍କ ଫୁଟ୍‌ଓ୍ବର୍କ ତାଙ୍କୁ ପ୍ରଭାବିତ କରିଥିଲା। ତାଙ୍କ ଚତୁର୍ଥ ବିଶ୍ୱକପ୍‌ ଖେଳିବାକୁ ଯାଉଥିବା ଏହି ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଇପିଏଲରେ ୮୩.୨ ଆଭରେଜରେ ୪୧୬ ରନ ସଂଗ୍ରହ କରିଥିଲେ। ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଫାଇନାଲରେ ପ୍ରବେଶ କରିପାରିଥିଲା। ଶାସ୍ତ୍ରୀ କହିଛନ୍ତି, ବିପକ୍ଷ ଦଳଗୁଡ଼ିକର କ୍ୱାଲିଟି ଦୃଷ୍ଟିରୁ ଏଥର ବିଶ୍ୱକପ୍‌ ସବୁଠାରୁ ଚ୍ୟାଲେଞ୍ଜିଂ ହେବ ବୋଲି ଶାସ୍ତ୍ରୀ କହିଛନ୍ତି। ଯଦି ୨୦୧୪ ଏବଂ ବର୍ତ୍ତମାନ ୨୦୧୯ ସଂସ୍କରଣକୁ ତୁଳନା କରି ଦେଖାଯାଏ ତେବେ ଦଳଗୁଡ଼ିକ ମଧ୍ୟରେ ବ୍ୟବଧାନ ଖୁବ୍‌ କମ୍‌ ରହିଛି। ୨୦୧୪ରେ ଆଫଗାନିସ୍ତାନ ଏବଂ ବାଂଲାଦେଶ ଯେପରି ଖେଳୁଥିଲେ। ସେଥିରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଯେକୌଣସି ଦଳକୁ ଚ୍ୟାଲେଞ୍ଜ ଦେବାଭଳି କ୍ଷମତା ସେମାନଙ୍କ ନିକଟରେ ଅଛି। କାଗଜପତ୍ରରେ ଓ୍ବେଷ୍ଟଇଣ୍ଡିଜ ଅନ୍ୟ କୌଣସି ତୁଳନାରେ କମ୍‌ ନୁହେଁ। ଇଂଲଣ୍ଡ ପିଚ୍‌ଗୁଡ଼ିକ କ୍ରମେ ଅଧିକରୁ ଅଧିକ ଫ୍ଲାଟ ହେବାରେ ଲାଗିଥିବା ଲକ୍ଷ୍ୟ କରାଯାଉଛି। ଫଳତଃ ପାକିସ୍ତାନକୁ ନେଇ ଆୟୋଜକ ଦେଶ ନିକଟରେ ଖେଳିଥିବା ଦିନିକିଆ ସିରିଜରେ ପ୍ରାୟ ସ୍କୋର ୩୫୦ ଅତିକ୍ରମ କରିଥିଲା। ଭାରତ ବିଶ୍ୱକପ୍‌ରେ ସ୍ଥିର ପ୍ରଦର୍ଶନ ବଜାୟ ରଖିବାକୁ ଚାହିଁବ ବୋଲି ଶାସ୍ତ୍ରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ସାତକୋଶିଆର କାୟାକଳ୍ପ: ୧୦୦ କୋଟି ବ୍ୟୟରେ ସଜେଇ ହେବ ଅଭୟାରଣ୍ୟ

ଭୁବନେଶ୍ୱର,୪ା୨: ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍‌। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦…

ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ଆଉ କିଛି ସମୟ ପରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୪ା୨: ପ୍ରାୟ ଗୋଟିଏ ବର୍ଷ ପରେ ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ । ଗତବର୍ଷ ଫେବୃଆରୀ ୧୩ରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରାଷ୍ଟ୍ରପତି…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି ହ୍ବାଟ୍ସଆପ୍‌ରେ ମିଳିବ ରାଜସ୍ବ ସେବା

ଭୁବନେଶ୍ୱର,୪ା୨: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ହ୍ବାଟ୍ସଆପ୍‌ରେ ରାଜସ୍ବ ସେବା ମିଳିବ। ରାଜସ୍ବ ବିଭାଗ ପକ୍ଷରୁ ୨୪…

ହେଲୋ…ମୋର ବିଶ୍ୱାସଘାତକ ବନ୍ଧୁ: ସଂସଦ ପରିସରରେ ରାହୁଲ-ରବନୀତ ଝଗଡା

ନୂଆଦିଲ୍ଲୀ,୪।୩: ସଂସଦ ପରିସରରେ ଭାରତୀୟ ଜାତୀୟ କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁଙ୍କ…

ଇତିହାସ ରଚିଲେ ଏଲନ ମସ୍କ: ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

ଓ୍ବାଶିଂଟନ୍‌,୪।୨: ଟେସଲା ମାଲିକ ଏଲନ ମସ୍କ ଇତିହାସ ରଚିଛନ୍ତି। ମହାକାଶ କମ୍ପାନୀ ସ୍ପେସଏକ୍ସ (SpaceX) ତାଙ୍କର AI ଏବଂ ସୋସିଆଲ ମିଡିଆ ଫାର୍ମ xAI ଅଧିଗ୍ରହଣ କରିବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

W,W,W,W,W… ଗୋଟିଏ ଓଭରରେ ୫ ଉଇକେଟ୍‌ ନେଇ ଇତିହାସ ରଚିଲେ ଏହି ବୋଲର୍‌

ନୂଆଦିଲ୍ଲୀ,୪।୨:  ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ମହାନ କିମ୍ବଦନ୍ତୀମାନେ ଇଣ୍ଡୋନେସିଆର ଗେଡେ ପ୍ରିୟନ୍ଦନାଙ୍କ ପରି ସଫଳତା ହାସଲ କରିବାରେ ବିଫଳ ହୋଇଛନ୍ତି। ପ୍ରିୟନ୍ଦନାଙ୍କ ନାମ ମାତ୍ର ଗୋଟିଏ ଓଭର…

ବାଣିଜ୍ୟ ଚୁକ୍ତି ପରେ ଆମେରିକା ସହ ଭାରତର ବଡ଼ ବୈଠକ: ଜାଣନ୍ତୁ କ’ଣ ହେଲା…

ନୂଆଦିଲ୍ଲୀ,୪।୨: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ଆମେରିକାର ଏକ ଉଚ୍ଚସ୍ତରୀୟ ଗସ୍ତ ଆରମ୍ଭ କରିଛନ୍ତି। ତାଙ୍କ ଗସ୍ତର ପ୍ରଥମ ଦିନରେ, ସେ ଆମେରିକାର ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri