Posted inଖେଳ

ଧୋନୀଙ୍କ ପ୍ରମୁଖ ଭୂମିକା ରହିବ

ମୁମ୍ବାଇ, ୨୨ା୫ (ପି.ଟି.)- ଆଇସିସି ବିଶ୍ୱକପ୍‌ରେ ମହେନ୍ଦ୍ର ସିଂ ଧୋନୀ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି। ଜଣେ କିପର ହିସାବରେ ସେ ବର୍ଷ ବର୍ଷ ଧରି ତାଙ୍କର ଦକ୍ଷତା ପ୍ରତିପାଦନ କରିଆସିଛନ୍ତି। ଏହି ଫର୍ମାଟରେ ତାଙ୍କଠାରୁ କେହି ଉନ୍ନତ ନୁହନ୍ତି। ସେ କେବଳ ଉଇକେଟ ପଛରେ କ୍ୟାଚ୍‌ ନେଇ ନ ଥାନ୍ତି। ରନ୍‌ ଆଉଟ ଓ ଷ୍ଟମ୍ପିଂରେ ମଧ୍ୟ ତାଙ୍କର ବିଶେଷ ଭୂମିକା ରହିଥାଏ। ବିଶ୍ୱକପ୍‌ ଖେଳିବା ଲାଗି ଇଂଲଣ୍ଡ ପ୍ରସ୍ଥାନ ପୂର୍ବରୁ ଶାସ୍ତ୍ରୀ କହିଛନ୍ତି, ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଧୋନୀଙ୍କ ଫୁଟ୍‌ଓ୍ବର୍କ ତାଙ୍କୁ ପ୍ରଭାବିତ କରିଥିଲା। ତାଙ୍କ ଚତୁର୍ଥ ବିଶ୍ୱକପ୍‌ ଖେଳିବାକୁ ଯାଉଥିବା ଏହି ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଇପିଏଲରେ ୮୩.୨ ଆଭରେଜରେ ୪୧୬ ରନ ସଂଗ୍ରହ କରିଥିଲେ। ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଫାଇନାଲରେ ପ୍ରବେଶ କରିପାରିଥିଲା। ଶାସ୍ତ୍ରୀ କହିଛନ୍ତି, ବିପକ୍ଷ ଦଳଗୁଡ଼ିକର କ୍ୱାଲିଟି ଦୃଷ୍ଟିରୁ ଏଥର ବିଶ୍ୱକପ୍‌ ସବୁଠାରୁ ଚ୍ୟାଲେଞ୍ଜିଂ ହେବ ବୋଲି ଶାସ୍ତ୍ରୀ କହିଛନ୍ତି। ଯଦି ୨୦୧୪ ଏବଂ ବର୍ତ୍ତମାନ ୨୦୧୯ ସଂସ୍କରଣକୁ ତୁଳନା କରି ଦେଖାଯାଏ ତେବେ ଦଳଗୁଡ଼ିକ ମଧ୍ୟରେ ବ୍ୟବଧାନ ଖୁବ୍‌ କମ୍‌ ରହିଛି। ୨୦୧୪ରେ ଆଫଗାନିସ୍ତାନ ଏବଂ ବାଂଲାଦେଶ ଯେପରି ଖେଳୁଥିଲେ। ସେଥିରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଯେକୌଣସି ଦଳକୁ ଚ୍ୟାଲେଞ୍ଜ ଦେବାଭଳି କ୍ଷମତା ସେମାନଙ୍କ ନିକଟରେ ଅଛି। କାଗଜପତ୍ରରେ ଓ୍ବେଷ୍ଟଇଣ୍ଡିଜ ଅନ୍ୟ କୌଣସି ତୁଳନାରେ କମ୍‌ ନୁହେଁ। ଇଂଲଣ୍ଡ ପିଚ୍‌ଗୁଡ଼ିକ କ୍ରମେ ଅଧିକରୁ ଅଧିକ ଫ୍ଲାଟ ହେବାରେ ଲାଗିଥିବା ଲକ୍ଷ୍ୟ କରାଯାଉଛି। ଫଳତଃ ପାକିସ୍ତାନକୁ ନେଇ ଆୟୋଜକ ଦେଶ ନିକଟରେ ଖେଳିଥିବା ଦିନିକିଆ ସିରିଜରେ ପ୍ରାୟ ସ୍କୋର ୩୫୦ ଅତିକ୍ରମ କରିଥିଲା। ଭାରତ ବିଶ୍ୱକପ୍‌ରେ ସ୍ଥିର ପ୍ରଦର୍ଶନ ବଜାୟ ରଖିବାକୁ ଚାହିଁବ ବୋଲି ଶାସ୍ତ୍ରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri