Posted inଖେଳ

ପୂର୍ବାଞ୍ଚଳ ଶିବିରରେ ଶୁଭକାନ୍ତ ଫିଜିଓ

କଟକ ଅଫିସ,୨୨ା୫- ଜୁନ ୨୪ରୁ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କିଟ ଷ୍ଟାଡିୟମରେ ୧୬ବର୍ଷରୁ କମ୍‌ ପୂର୍ବାଞ୍ଚଳ ଦଳ କ୍ରିକେଟ ଶିବିର ଅନୁଷ୍ଠିତ ହେବ। ଉକ୍ତ ଶିବିରରେ ଓଡ଼ିଶାର ଶୁଭକାନ୍ତ ସାହୁ ଫିଜିଓ ଭାବେ ନିଯୁକ୍ତ ହୋଇଛନ୍ତି। ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ) ଆନୁକୂଲ୍ୟରେ ଗତ ଏପ୍ରିଲ ୨୦ ଓ ୨୧ ତାରିଖରେ ଫିଜିଓ ମାନଙ୍କୁ ନେଇ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶୁଭକାନ୍ତ ଯୋଗ ଦେବା ସହ ଆସନ୍ତା ୧୬ବର୍ଷରୁ କମ୍‌ ପୂର୍ବାଞ୍ଚଳ ଶିବିର ନିମନ୍ତେ ମନୋନୀତ ହୋଇଛନ୍ତି। ସୂଚନା ଥାଉକି, ୨୦୦୯ ମସିହାରୁ ରାଜ୍ୟ କ୍ରିକେଟ ସହ ଜଡ଼ିତ ଥିବା ଶୁଭକାନ୍ତ ୨୦୧୧ ମସିହାରୁ ରାଜ୍ୟ ରଣଜୀ ଦଳର ନିୟମିତ ଫିଜିଓ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଓଡ଼ିଶାର ଏକମାତ୍ର ଲେଭଲ-୧ ଫିଜିଓ ହେଲେ ଶୁଭକାନ୍ତ। ଏଥିପୂର୍ବରୁ ୨୦୧୮ରେ ଝାଡ଼ଖଣ୍ଡରେ ଅନୁଷ୍ଠିତ ୧୬ବର୍ଷରୁ କମ୍‌ ବାଳକ ପୂର୍ବାଞ୍ଚଳ କ୍ରିକେଟ ଶିବିର ଓ ୨୦୧୬ରେ କିଟରେ ଅନୁଷ୍ଠିତ ୧୯ବର୍ଷରୁ କମ ପୂର୍ବାଞ୍ଚଳ ଶିବିରରେ ମଧ୍ୟ ସେ ଫିଜିଓ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଗମ୍ଭୀର ରୋଗରେ ପୀଡିତ ଥିଲେ କୋହଲି, କ’ଣ ସେହି ରୋଗ, ଯେଉଁଥିରେ ୭୦% ଲୋକ ଶିକାର

ନୂଆଦିଲ୍ଲୀ,୨୦।୫: ବିଶ୍ୱର ସବୁଠାରୁ ସଫଳ ଖେଳାଳିମାନଙ୍କ ମଧ୍ୟରେ ଗଣାଯାଉଥିବା ବିରାଟ କୋହଲି ଅନେକ ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, କ୍ୟାରିୟରର ଏକ…

ଭାରତୀୟ ଦଳରେ ୪ ନୂଆ ଖେଳାଳିଙ୍କ ଆଗମନ ପରେ ଏହି ବଡ଼ ଖେଳାଳିଙ୍କ କ୍ୟାରିଅର ହୋଇଯିବ ଶେଷ! ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୨୦।୫: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ସିରିଜ ଏବଂ ଏକମାତ୍ର ଟେଷ୍ଟ ପାଇଁ ଦଳ ଘୋଷଣା କରିଛି। ଆଫଗାନିସ୍ତାନ ଭାରତ ଗସ୍ତରେ ଗୋଟିଏ ଟେଷ୍ଟ ଖେଳିବ, ଯାହା…

IPLରେ ପୁଳାପୁଳା ଟଙ୍କା ରୋଜଗାର କରୁଛନ୍ତି କୋହଲି, ଜାଣନ୍ତୁ କେତେ

ମୁମ୍ବାଇ, ୧୯ା୫ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୮ ବର୍ଷ ଇତିହାସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ତରଫରୁ ଖେଳିଆସୁଥିବା ବିରାଟ କୋହଲିଙ୍କ ଆୟ ଅନ୍ୟ…

ଢୋଲପାସ ଜିଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଏମ୍ ଇଲେଭେନ୍‌କୁ ହରାଇ ଗୁମାବାହାଲ…

ଥୁଆମୂଳ ରାମପୁର, ୧୯।୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢୋଲପାସ ପଡ଼ିଆଠାରେ ଚାଲିଥିବା ପ୍ରତିଷ୍ଠିତ ଜିଲାସ୍ତରୀୟ ‘ରାଧାଗୋବିନ୍ଦ…

ନିର୍ଣ୍ଣାୟକ ମୋଡ୍‌ରେ ବାଂଲାଦେଶ-ପାକିସ୍ତାନ ଦ୍ୱିତୀୟ ଟେଷ୍ଟ

ଢାକା,୧୯ା୫: ଘରୋଇ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ମଙ୍ଗଳବାର ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ପ୍ରଥମ ଇନିଂସରେ ବାଂଲାଦେଶ ୨୭୮ ରନ କରିଥିବା…

ସାଲିମା ମହିଳା ହକି ଦଳର ଅଧିନାୟିକା

ନୂଆଦିଲ୍ଲୀ,୧୮ା୫:ଆସନ୍ତା ଅଷ୍ଟ୍ରେଲିଆ ଟୁର୍‌ ପାଇଁ ପୁରୁଖା ମିଡ୍‌ଫିଲ୍ଡର ସାଲିମା ଟେଟେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ମନୋନୀତ ହୋଇଛନ୍ତି। ଡିଫେଣ୍ଡର ଲାଲ୍‌ଥାଣ୍ଟଲୁଆଙ୍ଗିଙ୍କୁ ପ୍ରଥମ ଥର ଦଳରେ…

ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା: କୋହଲି-ରୋହିତଙ୍କ ସମେତ…

ନୂଆଦିଲ୍ଲୀ,୧୯।୫: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ମଙ୍ଗଳବାର ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶୁବମନ…

୬ ବଲ୍‌ରୁ ୬ ଉଇକେଟ୍‌ ନେଇ ଚମତ୍କାର କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୯।୫: କ୍ରିକେଟରେ ହ୍ୟାଟ୍ରିକ ନେବା ଏକ ପ୍ରମୁଖ ସଫଳତା ବୋଲି ବିବେଚନା କରାଯାଏ। କିନ୍ତୁ ଦୁଇ ଜଣ ଅଷ୍ଟ୍ରେଲିୟ ବୋଲର ଏପରି ଏକ ସଫଳତା ହାସଲ କରିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri