Posted inଖେଳ

ଧୋନୀଙ୍କ ପାଇଁ ପାଇଜାମା ମଧ୍ୟ ବିକି ଦେବେ ଶାହରୁଖ ଖାନ୍‌

ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ କ୍ରିକେଟର ସବୁଠୁ ବଡ଼ ଖେଳାଳି କୁହାଯାଇ ନ ପାରେ। ମାତ୍ର ଅଧିନାୟକଙ୍କ କ୍ଷେତ୍ରରେ ସେ ଶ୍ରେଷ୍ଠ। ତାଙ୍କୁ ଆଇପିଏଲରେ କିଣିବା ପାଇଁ ସମସ୍ତ ଫ୍ରାଞ୍ଚାଇଜ ଆଗଭର। ଏକଦା ଧୋନୀଙ୍କ ସମ୍ପର୍କରେ କୋଲକତା ନାଇଟ୍‌ ରାଇଡର୍ସ (କେକେଆର) ମାଲିକ ତଥା ବଲିଉଡର ସୁପରଷ୍ଟାର ଶାହରୁଖ ଖାନ କହିଥିଲେ, ତାଙ୍କୁ କିଣିବା ପାଇଁ ମୋ ପାଇଜାମା ମଧ୍ୟ ବିକି ପାରିବି। କିନ୍ତୁ ସେ ଖେଳାଳିଙ୍କ ନିଲାମ ପ୍ରକ୍ରିୟାକୁ ଆସନ୍ତି ନାହିଁ। ଉଲ୍ଲେଖଥାଉ, ଧୋନୀ କେବଳ ଥରେ ୨୦୦୮ରେ ଆଇପିଏଲ ଅକ୍‌ଶନର ସମ୍ମୁଖୀନ ହୋଇଥିଲେ। ସେଥର ସମସ୍ତ ୮ ଫ୍ରାଞ୍ଚାଇଜ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଆଇପିଏଲ ଇତିହାସରେ ଏହା ପ୍ରଥମ ଘଟଣା। ପ୍ରତ୍ୟେକ ଦଳ ଧୋନୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ସୀମା ଅତିକ୍ରମ କରିଥିଲେ। ଶେଷରେ ତାଙ୍କୁ ୧ କୋଟି ୪୦ ଲକ୍ଷ ଟଙ୍କାରେ ସିଏସ୍‌କେ କିଣିଥିଲା। ଏବେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ସିଜନ ପ୍ରତି ସିଏସ୍‌କେ ୧୫ କୋଟି ଟଙ୍କାର ସାଲାରି ଦେଉଛି। ୨୦୦୮ ପରେ ଧୋନୀ କଦାପି ଅକ୍‌ଶନର ସମ୍ମୁଖୀନ ହୋଇନାହାନ୍ତି। ମାତ୍ର ୨୦୨୧ ଆଇପିଏଲ ପାଇଁ ହେବାକୁ ଥିବା ନିଲାମ ପ୍ରକ୍ରିୟାରେ ସମ୍ଭବତଃ ତାଙ୍କ ନାମ ସ୍ଥାନ ପାଇପାରେ। ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଆଇପିଏଲର ଅନ୍ୟତମ ସଫଳ ଦଳ। ଏହି ଦଳ ୩ ଥର ଚାମ୍ପିୟନ ହୋଇଥିବାବେଳେ ୪ଥର ଉପବିଜେତା ହୋଇସାରିଛ। ଏହାବାଦ୍‌ ସିଏସ୍‌କେ ଚାମ୍ପିୟନ୍ସ ଲିଗ୍‌ ମଧ୍ୟ ଦୁଇ ଥର ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂସେଇଖାନା ଇଦ୍‌ର ଅଂଶ ନୁହେଁ : ହାଇକୋର୍ଟ

କୋଲକାତା,୨୨।୫: ଗୋହତ୍ୟା କୌଣସି ଧାର୍ମିକ ଉତ୍ସବର ଅଂଶ ହୋଇ ନ ପାରେ । ସର୍ବସାଧାରଣ ସ୍ଥାନରେ ପଶୁହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହି କଲିକାତା ହାଇକୋର୍ଟ ପଶ୍ଚିମବଙ୍ଗରେ…

କସ୍‌ମେଟିକ ଇଞ୍ଜେକ୍ସନ ଉପରେ ରୋକ୍‌, ଉଲ୍ଲଂଘନ କଲେ….

ନୂଆଦିଲ୍ଲୀ, ୨୨।୫ (ପି.ଟି.): ସାମାଜିକ ଗଣମାଧ୍ୟମ ଓ ସହରାଞ୍ଚଳରେ ଚେହେରାକୁ ଅଧିକ ସୁନ୍ଦର ଓ ଚମକଦାର କରିବା ପାଇଁ ବିଉଟି ପାର୍ଲର ଏବଂ ୱେଲନେସ୍‌ ସେଣ୍ଟରଗୁଡ଼ିକରେ ବ୍ୟାପକ…

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri