ଧୂସର ଦୁନିଆର କଳାକାରନାମା

ଅନେକ ସମୟରେ କେତେକେ ଧନିକ ଶ୍ରେଣୀଙ୍କ ସ୍ବାର୍ଥ ପାଇଁ କହିଥାନ୍ତି- ‘କିଛି ଲୋକ କଷ୍ଟକରି ଧନୀ ହେଉଛନ୍ତି ଏବଂ ତାଙ୍କ ଉପରେ ଅଧିକ ଟିକସ ବସାଇ ଯେଉଁ ସମ୍ବଳ ସଂଗ୍ରହ କରାଯାଉଛି ତାହା ବ୍ୟୟକରି କିଛି ଲୋକଙ୍କୁ ବସାଇ ଖାଇବାକୁ ଦିଆଯାଉଛି। ଲୋକଙ୍କୁ ଅଳସୁଆ କରିଦିଆଯାଉଛି। ବାସ୍ତବରେ କେହି ରାଷ୍ଟ୍ରର ସହାୟତା ବିନା ଧନୀ ହୋଇପାରିବ ନାହିଁ କି ରାଷ୍ଟ୍ର ଚାହିଁଲେ କେହି ଭୋକିଲା ଓ ଗରିବ ହୋଇ ରହିବ ନାହିଁ। ଜଣେ ଧନୀ ହୋଇଛି କେବଳ ନିଜ କାର୍ଯ୍ୟ ଦକ୍ଷତା, ପ୍ରତିଭା ଯୋଗୁ ନୁହେଁ କି ଜଣେ ଗରିବ ନିଜ ଦୁର୍ବଳତା, ଅକ୍ଷମତା ଯୋଗୁ ନୁହେଁ। ବରଂ ଜଣେ ଧନୀ ଓ ଗରିବ ହେବା ଭିନ୍ନ ଭିନ୍ନ ପରିସ୍ଥିତି, ସରକାରଙ୍କ ନୀତି ଆଦି ବିଭିନ୍ନ ଫାକ୍ଟର ଉପରେ ନିର୍ଭର କରେ। ଅବଶ୍ୟ ଜଣକର ପ୍ରତିଭା, ଦକ୍ଷତା, ଜ୍ଞାନ ଆଦିର ଗୁରୁ ରହିଛି , କିନ୍ତୁ ଜଣେ ଭୋକିଲା ଓ ଗରିବ ନିଜର ଦୁର୍ବଳତା, ଅଳସୁଆମୀ ଯୋଗୁ ନୁହେଁ। ବିଭିନ୍ନ ଦେଶରେ କ୍ଷୁଧା, ଦାରିଦ୍ର୍ୟ ବ୍ୟାପକ ଅର୍ଥ ନୁହେଁ, ସେହି ସବୁ ଦେଶର ଲୋକ ପରିଶ୍ରମୀ ନୁହନ୍ତି ବା ଅଳସୁଆ ।
ଇଥିଓପିଆର ଜନସଂଖ୍ୟାର ୮୫%ରୁ ଅଧିକ ବର୍ଷା, ଖାଦ୍ୟ ଯୋଗାଣ, କୃଷି ଏବଂ ପଶୁପାଳନ ଉପରେ ନିର୍ଭର କରନ୍ତି, ତେଣୁ ମରୁଡ଼ି ଏବଂ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଖାଦ୍ୟ ଅଭାବ ସୃଷ୍ଟି କରିପାରେ। ଏଣୁ ଅନ୍ୟ ଦେଶର ସହାୟତା ଆବଶ୍ୟକ। ସେହିପରି ଆମେରିକା ପରି କିଛି ଦେଶ ଅତ୍ୟଧିକ ଋଣ ସତ୍ତ୍ୱେ ଆଗେଇଲା ବେଳେ ଅନେକ ବିକାଶଶୀଳ ଦେଶ ପ୍ରବଳ ପ୍ରଚେଷ୍ଟା ସତ୍ତ୍ୱେ ପଛୁଆ ହେବାର ମୁଖ୍ୟ କାରଣ ହେଲା ଉନ୍ନତ ଦେଶର ମୁଦ୍ରା ରିଜର୍ଭ ମୁଦ୍ରା ଏବଂ ଏହି ମୁଦ୍ରା ସବୁରେ ବାଣିଜ୍ୟ କାରବାର ହୋଇଥାଏ। ଯଦି ଭାରତ, ସମେତ ବିକାଶଶୀଳ ଦେଶ ନିଜ ମୁଦ୍ରାରେ ବାଣିଜ୍ୟ କରିପାରନ୍ତେ, ତେବେ ଅନେକ ଆର୍ଥିକ ସମସ୍ୟା ଆପେ ଆପେ ଦୂର ହୁଅନ୍ତା ଓ ନେଣଦେଣ ସମସ୍ୟା ଉଠନ୍ତା ନାହିଁ।
ବାସ୍ତବରେ ଯେପରି ଧନୀ, ରାଜନେତା, ସେଲିବ୍ରିଟିଜ, କର୍ପୋରେଟ, କ୍ଷମତାଶାଳୀଙ୍କ ସାର୍ଥ ସାଧନ ହେବ ଓ ତାଙ୍କ କଳାଧନ ଠୁଳ କରିବା ସହଜ ହେବ। ସେହି ଅନୁସାରେ ଜାତୀୟ, ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଉଛି ଓ ନିୟମ ପ୍ରଣୟନ କରାଯାଉଛି। ଆମେ ଦେଖୁଥିବା ଦୁନିଆ ବ୍ୟତୀତ, ଆଉ ଏକ ଧୂସର ଦୁନିଆ ରହିଛି; ଯେଉଁଠି କଳାକାରନାମା ଲୁଣ୍ଠନ, ଟିକସ ଫାଙ୍କି ବ୍ୟାପକ। ସାଧାରଣ ଲୋକ ଟଙ୍କାଟିଏ ଟିକସ ଫାଙ୍କିପାରିବ ନାହିଁ, କିନ୍ତୁ ଧନୀମାନେ କୋଟି କୋଟି ଟଙ୍କା ଫାଙ୍କିପାରିବେ। ଟ୍ୟାକ୍ସ ହାଭେନ୍ସ ବା ଟିକସ ଭୂସ୍ବର୍ଗ ବା ଟିକସ ଆଶ୍ରୟସ୍ଥଳୀ ବା ଦରିଆପାରି ଆର୍ଥିକ କେନ୍ଦ୍ର ହେଉଛି କ୍ଷୁଦ୍ର ଦେଶ, ଯେଉଁଠି ବିଦେଶୀ ନିବେଶକଙ୍କ ପାଇଁ ପ୍ରଭାବୀ ଟିକସ ହାର ବହୁତ କମ୍‌। ଯେଉଁଠି ବାହାର ଲୋକଙ୍କୁ ବା ନିବେଶକଙ୍କୁ ସେଠାରେ ସହଜରେ ବ୍ୟବସାୟ କରିବାକୁ ଅନୁମତି ଦିଆଯାଇଥାଏ। ବିଶ୍ୱରେ ଏହିପରି ପ୍ରାୟ ୧୩୩ଟି ଦେଶ ରହିଛି। ସେଠାରେ କର୍ପୋରେଟ ଟ୍ୟାକ୍ସ, ପୁଞ୍ଜି ଲାଭ କର ନ ଥାଏ ବା ସେହିସବୁ ଟ୍ୟାକ୍ସ ହାଭେନ୍ସରେ ଅନେକ ଶେଲ କମ୍ପାନୀ ଖୋଲି କଳା ଟଙ୍କା ରଖନ୍ତି ବା ନିଜର ବ୍ୟବସାୟ କରନ୍ତି।
ଶେଲ୍‌ କମ୍ପାନୀ କାହାର, ତା’ର ମାଲିକ କିଏ, କିଏ ନିର୍ଦ୍ଦେଶକ, ତାହାର ପତ୍ତା ନ ଥାଏ। ଏହା ଏପରି କି କାଗଜକଲମରେ ମଧ୍ୟ ନ ଥାଏ। ସେଠାରେ ସବୁ ବଡ଼ ରାଷ୍ଟ୍ରମୁଖ୍ୟ, ରାଜନେତା, ଶିଳ୍ପପତି, ପୁଞ୍ଜିପତି, ଧନିକ ଶ୍ରେଣୀ, ସେଲିବ୍ରିଟି ତାଙ୍କ କଳାଟଙ୍କା ରଖିଥାନ୍ତି। କିଛି ବର୍ଷ ତଳେ, ପାନାମା ପେପର୍ସରେ, ପାଣ୍ଡୋରା ଏହିପରି କଳା ଟଙ୍କା ରଖିଥିବା ଧନିକ ଶ୍ରେଣୀ, ସେଲିବ୍ରିଟି, କ୍ଷମତାଶାଳୀଙ୍କ ନାମ ପ୍ରକାଶ ପାଇଥିଲା। ସେମାନଙ୍କୁ ଦଣ୍ଡିତ କରାଯାଇପାରିଲା ନାହିଁ। ବରଂ ଯେଉଁ ବ୍ୟକ୍ତି ଏହି ତଥ୍ୟ ପ୍ରକାଶ କରିଥିଲା, ତାକୁ ମାରିଦିଆଗଲା। ଆଉଏକ ବ୍ୟବସ୍ଥା ଯାହା ବୃହତ୍‌ ଶିଳ୍ପପତି, ପୁଞ୍ଜିପତିଙ୍କ ସ୍ବାର୍ଥ ପାଇଁ ସୃଷ୍ଟି କରାଯାଇଛି ତାହା ହେଲା ଦ୍ୱୈତ ଟିକସ ଏଡାଇବା ଚୁକ୍ତିନାମା।
୮୦ଟି ଦେଶ ସହିତ ଭାରତର ମଧ୍ୟ ଏହି ଚୁକ୍ତି ଅଛି। ଯଦି କୌଣସି ବ୍ୟକ୍ତି ବିଦେଶରେ ବ୍ୟବସାୟ ବା ନିବେଶ କରିବାକୁ ଲକ୍ଷ୍ୟ ରଖନ୍ତି, ତେବେ ସେ ନିଜ ଦେଶରେ ଏବଂ ବ୍ୟବସାୟ କରୁଥିବା ଦେଶରେ ଦୁଇଥର ଆୟକର ବା ପୁଞ୍ଜିଲାଭକର ଦେଇଥାନ୍ତି। ଏହି ଚୁକ୍ତି ଅନୁସାରେ ଯଦି ବ୍ୟବସାୟ ବା ନିବେଶ କରୁଥିବା ଦେଶରେ ଆୟକର ବା ପୁଞ୍ଜିଲାଭକର ଟିକସ ଦେଇଥାନ୍ତି, ତେବେ ନିଜ ଦେଶରେ ଆଉ ଟିକସ ଦେବାକୁ ପଡ଼ିବ ନାହିଁ। ଏଣୁ ଅନେକ କମ୍ପାନୀ ନିବେଶକ ସେହି ସବୁ ଟିକସ ଭୂସ୍ବର୍ଗରେ ପଞ୍ଜୀକୃତ ହୋଇ ଭାରତରେ ନିବେଶ କରିଥାନ୍ତି ଏବଂ ଭାରତରେ ଟିକସ ଦେଇ ନ ଥାନ୍ତି।
ବିନା ପରିଶ୍ରମରେ ଧନିକ ଶ୍ରେଣୀ, ବଡ଼ ବଡ଼ କମ୍ପାନୀ, ପୁଞ୍ଜିପତି ପ୍ରଚୁର ସମ୍ପଦ ଅର୍ଜନ କରିବାର ଏକ ମାଧ୍ୟମ ହୋଇଛି ଷ୍ଟକ ମାର୍କେଟ। କମ୍ପାନୀମାନେ ତାଙ୍କ ପୁଞ୍ଜି ବିକ୍ରି କରି ସମ୍ବଳ ସଂଗ୍ରହ କରିବେ ଏବଂ ଲାଭ ପୁଞ୍ଜି ନିବେଶକମାନଙ୍କୁ ଦେବେ ବୋଲି ମହତ୍‌ ଉଦ୍ଦେଶ୍ୟରେ ଏହା ସୃଷ୍ଟି ହୋଇଥିଲେ ମଧ୍ୟ ଏହା ମାନିପୁଲେଶନ କରାଯାଇ ଶୋଷଣ ଓ ଲୁଣ୍ଠନର ମାଧ୍ୟମ ହୋଇଛି। ହିଡେନବର୍ଗ ରିପୋର୍ଟରେ ତାହା ପ୍ରକାଶ ପାଇଛି। ଜଣେ ଅଧିକ ଧନୀ ହୋଇଥାଏ ଆବଶ୍ୟକଠାରୁ କମ୍‌ ଟିକସ ଦେଇ ବା ଟିକସ ଫାଙ୍କି, ଅତ୍ୟନ୍ତ ଶସ୍ତାରେ ଖଣିଜ ସମ୍ପଦ, କମ୍‌ ସୁଧରେ ଋଣ ପ୍ରାପ୍ତ ହୋଇ ଏବଂ ଏପରି କି ଋଣ ଜାଣିଶୁଣି ନ ଶୁଝିବା, କଳାଧନ ଠୁଳ କରିବା ଯୋଗୁ। ଆହୁରି ମଧ୍ୟ ଆମେ ଟଙ୍କାଟିଏ ଋଣ ନ ଶୁଝିଲେ ଦଣ୍ଡ ମିଳିବ, କିନ୍ତୁ ହଜାର ହଜାର କୋଟି ଟଙ୍କା ଋଣ ଯିଏ ଶୁଝୁନାହାନ୍ତି, ତାଙ୍କୁ ଦଣ୍ଡ ମିଳୁନି। ସେମାନେ ବିଦେଶରେ ଆରାମଦାୟକ ଜୀବନ ବିତାଉଛନ୍ତି। ଯେଉଁମାନେ କଳାଟଙ୍କା ଠୁଳ କରନ୍ତି, ଅପରାଧରେ ସଂଶ୍ଳିଷ୍ଟ ଥାଆନ୍ତି, ନିର୍ବାଚନ ଜିତିବା, ଶାସନ କରିବା ସମ୍ଭାବନା ଅଧିକ। ସେମାନେ ମଧ୍ୟ ନିଯୁକ୍ତିଦାତା ପାଲଟନ୍ତି। ପୁନଶ୍ଚ କର୍ପୋରେଟ ଜଗତ ସରକାରଙ୍କ ବିଭିନ୍ନ ନୀତି ଓ ସିଦ୍ଧାନ୍ତ ସ୍ଥିର କରିବାରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରନ୍ତି ଓ ସଫଳ ହୋଇଥାନ୍ତି। ସେମାନେ ଅନୈତିକ ପ୍ରତିଯୋଗିତା କରି ରାଷ୍ଟ୍ରାୟତ୍ତ ଶିଳ୍ପକୁ ଦୁର୍ବଳ କରନ୍ତି।
ପୁନଶ୍ଚ ଟିକସର ବୋଝ ଆୟ ଅନୁସାରେ ଗରିବଙ୍କ ଉପରେ ବେଶି ପଡୁଛି। ‘ଅକ୍ସଫାମ’ ରିପୋର୍ଟ ଅନୁସାରେ ଦେଶର ମୋଟ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି)ର ପ୍ରାୟ ଦୁଇ ତୃତୀୟାଂଶ ବା ୬୪% ନିମ୍ନରେ ଥିବା ୫୦% ଜନତାଙ୍କଠାରୁ ଆସିଥିବାବେଳେ ଏକ ତୃତୀୟାଂଶ ମଧ୍ୟବିତ୍ତ ୪୦%ଙ୍କଠାରୁ ଆସିଛି। କେବଳ ୩% ଶୀର୍ଷ ୧୦% ଧନୀଙ୍କଠାରୁ ଆସିଛି। ଉତ୍ତରାଧିକାରୀ କର ନାହିଁ ଏବଂ ସମ୍ପଦ କର ଉଚ୍ଛେଦ ହୋଇଛି। ଜଣେ ମଧ୍ୟବିତ୍ତ ଆୟକଋ ଲୋକ ୩୦% ହାରରେ ଆୟକର ଦେଲାବେଳେ, କୋଟି କୋଟି ଟଙ୍କା ରୋଜଗାର କରୁଥିବା ଲୋକ ଏପରି କି ଆଇପିଏଲ ଖେଳି; ବିଜ୍ଞାପନ ବାବଦରେ, ଚଳଚ୍ଚିତ୍ରରେ ରୋଲ କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଲୋକମାନେ ମଧ୍ୟ ସେହି ୩୦% ହାରରେ ଟିକସ ଦେଇଥାନ୍ତି। ପୁନଶ୍ଚ ଯେତେବେଳେ ଦେଶରେ ସମ୍ବଳ ଅଭାବ ଦେଖାଦେଉଛି, ସେତେବେଳେ ସରକାର କର୍ପୋରେଟ ଟିକସ ହ୍ରାସ କରୁଛନ୍ତି, କିନ୍ତୁ କଷ୍ଟାର୍ଜିତ ସଞ୍ଚୟ, ସ୍ବାସ୍ଥ୍ୟ ବୀମା, ଜୀବନ ବୀମା ପଲିସ ଉପରେ ଟିକସ ଆଦାୟ କରୁଛନ୍ତି। ଏହି ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ।
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri