ଧାମରାରେ ଧରା ହେଲା ହ୍ବେଲସାର୍କ

ଚାନ୍ଦବାଲି, ୨୫।୯ (ଡି.ଏନ.ଏ.): ଭଦ୍ରକ ଜିଲା ଧାମରା ମତ୍ସ୍ୟ ପୋତାଶ୍ରୟ ଅଧୀନରେ ଥିବା ଚନ୍ଦନିପାଳ ମାଛଧରା ବେସ୍‌ରୁ ବୁଧବାର ଏକ ବିରଳ ମାଛ ଧରା ହୋଇଛି। ଏହାର ନାମ ହ୍ବେଲସାର୍କ ହୋଇଥିବା ବେଳେ ଓଜନ ୧ କୁଇଣ୍ଟାଲରୁ ଅଧିକ। ଏହାକୁ ଲକ୍ଷାଧିକ ଟଙ୍କାରେ ନିଲାମ କରାଯାଇଛି। ରାଜ୍ୟ ବାହାରର ଜଣେ ବ୍ୟବସାୟୀ ଏହାକୁ ନିଲାମ ଧରିଥିବା କୁହାଯାଉଛି। କିନ୍ତୁ ତାହା ଠିକ୍‌ କି ନୁହେଁ ସ୍ପଷ୍ଟ ଜଣାପଡ଼ିନାହିଁ। କାରଣ  ଏହାକୁ ଧରିଥିବା ମତ୍ସ୍ୟଜୀବୀ ସମୁଦ୍ରରେ ଛାଡି ଦେଇଥିବା କହିଛନ୍ତି।
ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇଥିବା ଏକ ବୋଟ୍‌ର ଧୀବରମାନେ ବୁଧବାର ଚନ୍ଦନିପାଳ ମାଛଧରା ଜେଟି(ବେସ୍‌)କୁ ଫେରିଆସିଥିଲେ। ସେମାନଙ୍କ ଜାଲରେ ଏହି ବିଶାଳ ମାଛ ଛନ୍ଦି ହୋଇପଡ଼ିଥିବା ଦେଖି ୧୦ ମତ୍ସ୍ୟଜୀବୀଙ୍କ ସହାୟତାରେ ପାଣିରୁ ବୋଟ ଉପରକୁ ଅଣାଯାଇଥିଲା। ପୂର୍ବରୁ ଧାମରା ଅଞ୍ଚଳରେ ଏପରି ମାଛ କେବେ ଧରା ହୋଇଥିବା ନଜିର ନାହିଁ ବୋଲି ମତ୍ସ୍ୟଜୀବୀ କହିଛନ୍ତି। ତେବେ ଚନ୍ଦନିପାଳରେ ଏଭଳି ମାଛ ଧରାହେବା ନେଇ ଏକ ଭିଡିଓ ଭାଇରାଲ ହୋଇଥିବାର ଘଟଣା ଚର୍ଚ୍ଚାକୁ ଆସିଥିଲା। ଏ ସମ୍ପର୍କରେ ବନ ବିଭାଗକୁ ପଚାରିବାରୁ ସେମାନଙ୍କ ପାଖରେ କୌଣସି ଖବର ନ ଥିବା କହିଛନ୍ତି। କେତେକ ମତ୍ସ୍ୟଜୀବୀ କହିଛନ୍ତି, ହ୍ବେଲସାର୍କ ସମୁଦ୍ରରେ ଶୈବାଳ(ପ୍ଲାଙ୍କଟନ), ମାଛ ଅଣ୍ଡା ଓ ଛୋଟମାଛଙ୍କୁ ଖାଦ୍ୟ ଆକରରେ ଗ୍ରହଣ କରିଥାନ୍ତି। ଏହି ମାଛ ସମୁଦ୍ର ମଧ୍ୟରେ ଅତି ଧୀରଗତିରେ ଚଳାଚଳ କରିଥାନ୍ତି। ସେମାନେ ପାଟି ମେଲାକରି ସମୁଦ୍ରରେ ଗତି କଲାବେଳେ ନିଜର ଖାଦ୍ୟକୁ ପାଟି ମଧ୍ୟକୁ ଟାଣି ନେଇଥାନ୍ତି। ଆକାରରେ ବଡ଼ ହେଲେ ମଧ୍ୟ ହିଂସ୍ର ନୁହଁନ୍ତି। ଏଣୁ ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀ ଓ ବୁଡ଼ାଳିଙ୍କ ପ୍ରତି ହ୍ବେଲସାର୍କ କୌଣସି ବିପଦ ସୃଷ୍ଟି କରି ନ ଥାନ୍ତି। ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଙ୍ଗଠନ(ଆଇସିୟୁଏନ) ପକ୍ଷରୁ ଏହା ବିରଳ ପ୍ରାଣୀ ଭାବେ ଗଣାଯିବା ପରଠାରୁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏହି ମାଛ ଧରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଫଳରେ ସମୁଦ୍ରରୁ ଏହାକୁ ଧରିବା ଓ ବିକ୍ରି କରିବା ବେଆଇନ।


Enter your email to get our daily news in your inbox.

All Right Reserved By Dharitri.Com

ମରିଗଲା ଭାବି କୂଅରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ, ୪ ଦିନ ପରେ ଜୀବନ୍ତ ଅବସ୍ଥାରେ ଯୁବକ ଉଦ୍ଧାର

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ନର୍ସରୀ ପରିସରରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ଗୁରୁବାର ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି ।…

ଆଜି ରାତିରେ ଆମେରିକା ଇରାନ ଉପରେ ଏକ ବଡ଼ ଆକ୍ରମଣ କରିବ କି? ଟ୍ରମ୍ପଙ୍କ ବଡ଼ ଚେତାବନୀ

ଓ୍ବାଶିଂଟନ,୧୧।୬: ଆମେରିକା ଇରାନ ଉପରେ ଆକ୍ରମଣ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଜି ରାତି, ଜୁନ ୧୧ରେ…

ଆଳୁ ଖୋଳୁଖୋଳୁ ମହାଦେବ…ବାଇକ୍-ମୋବାଇଲ୍ ବନ୍ଧକ ରଖି କରୁଥିଲେ ସୁଧ କାରବାର, ଘରୁ ଯାହା ବାହାରିଲା ପୋଲିସ ଦେଖି…

ମୋହନା,୧୧।୬(ମନ୍ମଥ ମିଶ୍ର): ବାଇକ, ଘର ପଟା ଓ ମୋବାଇଲ୍ ବନ୍ଧକ୍ ରଖି ବେଆଇନ୍ ରୁଣ କାରବାର ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଅଡବା ପୋଲିସ ।…

ପୁଣି ହୃଦୟ ଜିତିଲେ ବୈଭବ ସୂର୍ଯବଂଶୀ, କିମ୍ବଦନ୍ତୀ କ୍ରିକେଟରମାନେ ଯାହା କହିଲେ ତାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୧।୬: ୨୦୨୬ ତ୍ରିରାଷ୍ଟ୍ରୀୟ A-ସିରିଜର ଏକ ଦୁର୍ବଳ ଆରମ୍ଭ ପରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଫର୍ମ ଫେରି ପାଇଛନ୍ତି। ଡାମ୍ବୁଲାରେ ଆଫଗାନିସ୍ତାନ A ବିପକ୍ଷରେ ଭାରତ A…

ଗେଦେ ବଂଶର ତୃତୀୟତମ ସମ୍ମିଳନୀ, ନିଜ ବଂଶଧର ଲୋକଙ୍କୁ ଚିହ୍ନିବା ପାଇଁ….

ଦାରିଙ୍ଗବାଡି,୧୧।୬(ଅରୁଣ ସାହୁ): ନିଜ ବଂଶଧର ଲୋକଙ୍କ ସହ ଯୋଡି ହେବା ସେମାନଙ୍କୁ ଚିହ୍ନିବା ଓ ଜାଣିବା ପାଇଁ ଏକ ପ୍ରୟାସ କରୁଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟରେ ମମତା ବାନାର୍ଜୀଙ୍କୁ ବଡ଼ ଝଟକା; ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ପ୍ରତିକ୍ରିୟା

କୋଲକାତା,୧୧।୬: ବିଧାନସଭାରେ ବିରୋଧୀ ଦଳ ନେତା (LoP) ପଦବୀକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ବିବାଦ ଦେଖାଦେଇଛି। କଲିକତା ହାଇକୋର୍ଟ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ…

କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହର ମାଛ ବଜାର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌କୁ…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଏଣ୍ଟ୍ରି ମାରିଲାଣି ଚାଇନ, ଦେଉଛି ଏମିତି ଉପଦେଶ

ବେଜିଂ,୧୧।୬: ଆମେରିକା ଦ୍ୱାରା ଇରାନ ଉପରେ ପୁନଃ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ପୁଣି ଥରେ ଏକ ବଡ଼ ସଙ୍କଟ ଦ୍ୱାରା ଆକ୍ରାନ୍ତ ହୋଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri