ଧାନର ଅଭାବୀ ବିକ୍ରିକୁ ନେଇ ବିଧାନସଭାରେ ଝଡ଼

ଭୁବନେଶ୍ୱର,୨୨-୧୧(ବ୍ୟୁରୋ):ବଲାଙ୍ଗୀର,ବରଗଡ଼, ସମ୍ବଲପୁର, ସୋନପୁର ଜିଲାରେ ଚାଷୀମାନେ ଧାନ ବିକ୍ରିକୁ ନେଇ ଗତ କିଛିଦିନ ହେବ ଆନ୍ଦୋଳନ ଚଳାଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଥିଯୋଗୁ ଧାନ ବିକ୍ରିରେ ବାଧା ସୃଷ୍ଟି ହୋଇଥିଲା। ବିଭିନ୍ନ ସ୍ଥାନରେ ଶହ ଶହ କୁଇଣ୍ଟାଲ ଧାନ ରାସ୍ତା ଉପରେ ରଖି ଚାଷୀ ନେତାମାନେ ବିକ୍ଷୋଭ କରିଥିଲେ। ରାଜଧାନୀରେ ମଧ୍ୟ ଗୁରୁବାର ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଟୋକନ ବ୍ୟବସ୍ଥାକୁ ବିରୋଧ କରି ସଂଗଠନର କର୍ମକର୍ତ୍ତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଏପରିକି ପାର୍ଲାମେଣ୍ଟରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ବରଗଡ ଭାଜପା ଏମପି ସୁରେଶ ପୂଜାରୀ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ତେବେ ପରିସ୍ଥିତିକୁ ଶାନ୍ତ କରିବା ଲାଗି ଭଟଲି ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ରେଢାଖୋଲ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ଉପସଚେତକ ରୋହିତ ପୂଜାରୀ ଚାଷୀ ନେତାମାନଙ୍କୁ ବୁଝାଶୁଝା କରି ଆନ୍ଦୋଳନ ବନ୍ଦ କରିବାରେ ସଫଳ ହୋଇଛନ୍ତି। ଟୋକନ ବ୍ୟବସ୍ଥା ରହିବ। ଟୋକନ ପାଇ ନ ଥିବା ଚାଷୀଙ୍କଠାରୁ ମଧ୍ୟ ସମସ୍ତ ଧାନ କିଣାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀଙ୍କ ମୌଖିକ ପ୍ରତିଶ୍ରୁତି ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଛନ୍ତି। ଗତ ୫ ଦିନ ଧରି ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି।
ଅପରପକ୍ଷେ ଚାଷୀ ଆନ୍ଦୋଳନ ଓ ଧାନର ଅଭାବୀ ବିକ୍ରିକୁ ନେଇ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ଗୁରୁବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା ଏବଂ ଦଳର ଅନ୍ୟ ସଦସ୍ୟମାନେ ପ୍ରବଳ ହୋହଲ୍ଲା କରିଥିଲେ। ପ୍ରଶ୍ନକାଳ ବାତିଲ କରି ପ୍ରଥମେ ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କରାଯାଉ ବୋଲି କଂଗ୍ରେସ ସଦସ୍ୟମାନେ ଦାବି କରିଥିଲେ। ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବା ସହ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିବା ପାଇଁ ଚେଷ୍ଟା କରିଥିଲେ। ବାଚସ୍ପତି କଂଗ୍ରେସ ସଦସ୍ୟମାନଙ୍କୁ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ସଦସ୍ୟଙ୍କ ହଟ୍ଟଗୋଳରେ ବିଧାନସଭା ପ୍ରକମ୍ପିତ ହୋଇଥିଲା। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ବାଚସ୍ପତି ଗୃହକୁ ୧୦ ଟା ୩୧ମିନିଟ୍‌ରୁ ୧୧ ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ୧୧ ଟା ୩୦ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ଭାଜପା ଓ କଂଗ୍ରେସର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସି ପ୍ରବଳ ହୋ ହଲ୍ଲା କରିଥିଲେ। ପାଟିତୁଣ୍ଡ ମଧ୍ୟରେ ବାଚସ୍ପତି ଗୃହକାର୍ଯ୍ୟକୁ ସ୍ବାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ବୈଠକରେ ଯୋଗଦେବା ଲାଗି ବାଚସ୍ପତି ଅନୁରୋଧ କରିଥିଲେ। ୧୧ ଟା ୩୧ମିନିଟରୁ ଗୃହକୁ ୧୨ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ବୈଠକ ଶେଷ ନ ହେବାରୁ ପୁଣି ୧୨ଟା ୩୦ ମିନିଟରୁ ୧୨ଟା ୪୦ ମିନିଟ ଯାଏ ଗୃହ କାର୍ଯ୍ୟ ମୁଲତବୀ ଘୋଷଣା କରାଯାଇଥିଲା। ୧୨ଟା ୪୦ ମିନିଟରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ସର୍ବଦଳୀୟ ବୈଠକରେ କୌଣସି ନିର୍ଯାସ ବାହାରି ପାରିଲା ନାହିଁ। ତେବେ ଭାଜପା ସଦସ୍ୟମାନେ ପୁଣି ଗୃହର ମଧ୍ୟ ଭାଗକୁ ଆସି ପାଟିତୁଣ୍ଡ କରିବାରୁ ୧୨ଟା ୪୦ରୁ ଅପରାହ୍ନ ୩ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ବିରୋଧୀ ଦଳ ନେତା ପ୍ରଦୀପ୍ତ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହଙ୍କୁ କହିବାକୁ ସୁଯୋଗ ଦେଇଥିଲେ। ଗୃହ କାର୍ଯ୍ୟ ସ୍ବାଭାବିକ ନ ହେବାରୁ ବାଚସ୍ପତି ୩ଟା ୨୪ରୁ ଗୃହକୁ ୧ ଘଣ୍ଟା ପାଇଁ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନ ୫ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୁଣି ବିରୋଧୀ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ। ପାଟିତୁଣ୍ଡ ମଧ୍ୟରେ ବାଚସ୍ପତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବିକୁ ପାରିତ କରି ଗୃହକୁ ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଟନ, ଚିକେନ ସହ ହଳଦିଆ ମିଠା…, ଏହା ହେଉଛି ବୈଭବଙ୍କ ଶକ୍ତି ପଛର ରହସ୍ୟ, ୧୫ ବର୍ଷ ବୟସରେ ନେଉଛନ୍ତି…

ନୂଆଦିଲ୍ଲୀ,୧।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ବ୍ୟାଟିଂରେ ଏକ ଆକର୍ଷଣ ସୃଷ୍ଟି କରିଛନ୍ତି। ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ସୁନୀଲ ଗାଭାସ୍କର ପର୍ଯ୍ୟନ୍ତ, ସମସ୍ତେ…

ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି: ପୁରୁଣା ହଟିଲା, ନୂଆ ପ୍ରତି ନାହିଁ ନିଘା

ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ ଚାଲିଛି। ରବିବାର ବରଗଡ଼ ସରକାରୀ ବସଷ୍ଟାଣ୍ଡରେ ଏହି ପ୍ରକ୍ରିୟା…

ଆଇସ୍‌କ୍ରିମ୍‌ ଖାଉଥିଲେ ସାବଧାନ! କ୍ଷୀର ବଦଳରେ ମିଶୁଛି…

ଭୁବନେଶ୍ୱର,୧ା୬(ବନ୍ଦନା ସେଠୀ): ପିଲାଙ୍କଠାରୁ ବୟସ୍କ ବଜାରରୁ ଯେଉଁ ଆଇସ୍‌କ୍ରିମ୍‌ କିଣି ଖାଉଛନ୍ତି, ତାହା ପ୍ରାୟତଃ କୌଣସି କ୍ଷୀରରୁ ପ୍ରସ୍ତୁତ ହୁଏନାହିଁ, ବରଂ ତାଳ ଗଛରୁ ବାହାରୁଥିବା ଶସ୍ତା…

RCBକୁ ମିଳିଲା ୨୦ କୋଟି, ହେଲେ ବୈଭବଙ୍କୁ ମିଳିଲା କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ IPL 2026 ଟ୍ରଫି ଜିତିଛି। ଚମତ୍କାର…

ବିଜୟର ଛକା ସହ ପ୍ରେମର ନିବେଦନ… RCBର ଟାଇଟଲ ବିଜୟ ପରେ ବିରୁୁଷ୍କାଙ୍କ ରୋମାଣ୍ଟିକ ମୁଡର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧।୬: ଆଇପିଏଲ ଇତିହାସରେ RCBର ନାମ ସ୍ବର୍ଣ୍ଣାକ୍ଷରରେ ଲେଖାଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଚାଲିଥିବା ସମୟରେ ଷ୍ଟାଡିୟମରେ ଥିବା…

ଚଳନ୍ତା ଅବସ୍ଥାରେ ଆମ୍ବୁଲାନ୍ସରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଭୁବନେଶ୍ୱର,୧ା୬: ଖଣ୍ଡଗିରି ନିକଟ ଜାଗମରାରେ ଏକ ଆମ୍ବୁଲାନ୍ସରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଚଳନ୍ତା ଅବସ୍ଥାରେ ହିଁ ଆମ୍ବୁଲାନ୍ସଟିରେ ନିଆଁ ଲାଗିଯାଇଥିଲା। ଫଳରେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି…

ଟ୍ରମ୍ପଙ୍କ ‘ପ୍ରକୃତ ବନ୍ଧୁତା’ କଥାରେ ପାକିସ୍ତାନ ଖୁସି ହେବା ଉଚିତ ନୁହେଁ! ଇରାନ ଖୋଲିଲା ଆମେରିକା ଡାଏରୀ

ତେହରାନ,୧।୬: ଆମେରିକା ପାକିସ୍ତାନକୁ ‘ପ୍ରକୃତ ବନ୍ଧୁ’ ବୋଲି ବର୍ଣ୍ଣନା କରିଛି। ଦୁଇ ରାଷ୍ଟ୍ର ମଧ୍ୟରେ ବଢୁଥିବା ଘନିଷ୍ଠତାକୁ ଦୃଷ୍ଟିରେ ରଖି, ଇରାନ ଇସଲାମାବାଦକୁ ଏକ ଚେତାବନୀ ଦେଇଛି।…

କଳା ତାଲିକାଭୁକ୍ତ ଠିକାଦାରଙ୍କୁ କାମ ନ ଦିଆଯିବା ପାଇଁ ଦାବି

ବରଗଡ଼,୧ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଥାନାଛକ ସମ୍ମୁଖରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ତୋରଣ ନିର୍ମାଣରେ ବ୍ୟାପକ ଅନିୟମିତତା ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri