କଳା ତାଲିକାଭୁକ୍ତ ଠିକାଦାରଙ୍କୁ କାମ ନ ଦିଆଯିବା ପାଇଁ ଦାବି

ବରଗଡ଼,୧ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଥାନାଛକ ସମ୍ମୁଖରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ତୋରଣ ନିର୍ମାଣରେ ବ୍ୟାପକ ଅନିୟମିତତା ତଥା ନିମ୍ନମାନର କାର୍ଯ୍ୟ ହୋଇଥିବା ଯୋଗୁ ଝଡ଼ବତାସରେ ତୋରଣ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ଏହି କ୍ରମରେ ରବିବାର ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ନାଗରିକ ମଧ୍ୟ ଅନୁରୂପ ଅଭିଯୋଗ କରିଛି। ଖବରଦାତା ସମ୍ମିଳନୀରେ ବରଗଡ଼ ନାଗରିକ ମଞ୍ଚର ସଭାପତି ଭୀଷ୍ମଦେବ ସରାଫ୍‌ କହିଥିଲେ, ଜନସାଧାରଣଙ୍କ ଟିକସ୍‌ରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଇ ସେହି ତୋରଣ ନିର୍ମାଣ କରାଯାଇଥିଲା। ମାତ୍ର ନିର୍ମାଣକୁ ୬ ମାସ ନ ପୂରୁଣୁ ତାହା ଭାଙ୍ଗିଗଲା ଏବଂ ଏଥିରେ ୨ଜଣ ଆହତ ମଧ୍ୟ ହୋଇଥିଲେ। ଫଳରେ ତୋରଣ ନିର୍ମାଣରେ ସମ୍ପୃକ୍ତ ଅଧିକାରୀ, ଠିକାସଂସ୍ଥା ପ୍ରମୁଖଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହିତ ଆହତଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି।

ସେ ଆହୁରି କହିଛନ୍ତି, ଥାନାଛକ ପ୍ରଶସ୍ତିକରଣରେ ଜନସାଧାରଣଙ୍କ ସମର୍ଥନ ରହିଛି। କିନ୍ତୁ ସେଠାରେ ତୋରଣ ନିର୍ମାଣ କରାଯିବା ଯୋଗୁ ବ୍ୟସ୍ତବହୁଳ ଏହି ଛକ ପୁଣି ସଂକୁଚିତ ହେଉଛି। ଆଗକୁ ମଧ୍ୟ ଏଭଳି ବିପଦ ଆଶଙ୍କା ରହିଛି। ଫଳରେ ସବୁଦିନ ପାଇଁ ସେଠାରୁ ତୋରଣ ହଟଯାଉ ବୋଲି ବରଗଡ଼ ନାଗରିକ ମଞ୍ଚ ଦାବି କରୁଛି ବୋଲି ସରାଫ୍‌ କହିଥିଲେ। ଏହା ସହିତ ସହରବାସୀଙ୍କ ବହୁ ପ୍ରତୀକ୍ଷିତ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦକୁ ଭୁଲି ଯାଇ ପ୍ରଶାସନ ଅ୍ଯଯସ୍ଥାନ ଉଚ୍ଛେଦରେ ଆଗଭର ହେବା ଘଟଣାକୁ ନିନ୍ଦା କରାଯାଇଛି। ଲଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ତୁରନ୍ତ କରା ନଗଲେ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସରାଫ୍‌ ଚେତାବନୀ ଦେଇଛନ୍ତି। ସେହିପରି ଉଚ୍ଛେଦ ହୋଇଥିବା ଛୋଟ ଦୋକାନୀ, ଉଠା ଦୋକାନୀଙ୍କୁ ଥଇଥାନ କରିବା, କ୍ୟାନସର ହସ୍ପିଟାଲକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ସମମ୍ୟାର ସମାଧାନ, କେନାଲର ସୌନ୍ଦର୍ଯ୍ୟରଣକୁ ଅଗ୍ରାଧିକାର ଦେବା ସହିତ ଚାଷଜମିକୁ ପାଣି ପହଞ୍ଚାଇବା ବ୍ୟବସ୍ଥା କରିବାକୁ ମଞ୍ଚ ଦାବି କରିଛି। ତେବେ କୌଣସି କଳା ତାଲିକାଭୁକ୍ତ ଠିକାଦାର ଦ୍ୱାରା କେନାଲର ସୌନ୍ଦର୍ଯ୍ୟକରଣ ଚାଲିଲେ, ବରଗଡ଼ ନାଗରିକ ମଞ୍ଚ ତାକୁ ଦୃଢ଼ ବିରୋଧ କରିବ ବୋଲି ମଞ୍ଚର ସଭାପତି ସରାଫ୍‌ ଚେତାବନୀ ଦେଇଛନ୍ତି।

ଖବରଦାତା ସମ୍ମିଳନୀରେ ସମ୍ପାଦକ ଭବାନୀ ପ୍ରସାଦ ସାହୁ, ଉପସଭାପତି କିଶୋର ସାହୁ, ଶୟନ ପଣ୍ଡା, ଉପଦେଷ୍ଟା ସମୀର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ବରଗଡ଼ କଲେଜ ରୋଡ୍‌ ବାସିନ୍ଦା ଜିତାମିତ୍ର ସାହୁଙ୍କୁ ବରଗଡ଼ ନାଗରିକ ମଞ୍ଚ ସମ୍ବର୍ଦ୍ଧିତ କରିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?