ଆଇସ୍‌କ୍ରିମ୍‌ ଖାଉଥିଲେ ସାବଧାନ! କ୍ଷୀର ବଦଳରେ ମିଶୁଛି…

ଭୁବନେଶ୍ୱର,୧ା୬(ବନ୍ଦନା ସେଠୀ): ପିଲାଙ୍କଠାରୁ ବୟସ୍କ ବଜାରରୁ ଯେଉଁ ଆଇସ୍‌କ୍ରିମ୍‌ କିଣି ଖାଉଛନ୍ତି, ତାହା ପ୍ରାୟତଃ କୌଣସି କ୍ଷୀରରୁ ପ୍ରସ୍ତୁତ ହୁଏନାହିଁ, ବରଂ ତାଳ ଗଛରୁ ବାହାରୁଥିବା ଶସ୍ତା ଚର୍ବିଯୁକ୍ତ ତେଲ ବା ପାମ୍‌ ଅଏଲ୍‌ ଏବଂ କେମିକାଲର ଏକ ମିଶ୍ରଣ। ବହୁ ଦଶନ୍ଧି ଧରି ଭାରତର ବଡ଼ ବଡ଼ ଆଇସ୍‌କ୍ରିମ୍‌ ବ୍ରାଣ୍ଡ୍‌ଗୁଡ଼ିକ ଅଧିକ ଲାଭ ପାଇବା ଆଶାରେ ସ୍ବଚ୍ଛ ଦୁଗ୍ଧ ଚର୍ବି ବା ମିଲ୍କ ଫ୍ୟାଟ୍‌ ବଦଳରେ ଶସ୍ତା ପାମ୍‌ ଅଏଲ ବ୍ୟବହାର କରି ଆସୁଛନ୍ତି। ଫଳରେ ଲୋକଙ୍କ ସ୍ବାସ୍ଥ୍ୟ ଗମ୍ଭୀର ସଙ୍କଟ ଆଡ଼କୁ ଗତି କରୁଛି। ଭାରତୀୟ ସ୍ବାସ୍ଥ୍ୟ ମାନକ ସଂସ୍ଥା (ଏଫ୍‌ଏସ୍‌ଏସ୍‌ଏଆଇ)ର ନିୟମ ଅନୁଯାୟୀ, ଯେଉଁ ଖାଦ୍ୟ ପଦାର୍ଥରେ ସର୍ବନିମ୍ନ ୧୦% ଗୋଦୁଗ୍ଧ ବା ମିଲ୍କ ଫ୍ୟାଟ୍‌ ବ୍ୟବହାର ହୁଏ, କେବଳ ତାହାକୁ ହିଁ ‘ଆଇସ୍‌କ୍ରିମ୍‌’ କୁହାଯିବ। କିନ୍ତୁ ଯେଉଁଥିରେ ଉଦ୍ଭିଦଜାତ ତେଲ ବା ପାମ୍‌ ଅଏଲ୍‌ ବ୍ୟବହାର କରାଯାଏ, ତାହାକୁ ‘ଫ୍ରୋଜେନ୍‌ ଡେଜର୍ଟ’ କୁହାଯାଏ। ବଡ଼ ବଡ଼ କମ୍ପାନୀଗୁଡ଼ିକ ସାଧାରଣ ଲୋକଙ୍କ ଅଜ୍ଞତାର ସୁଯୋଗ ନେଇ ପ୍ୟାକେଟ୍‌ ଉପରେ ଅତି ଛୋଟ ଅକ୍ଷରରେ ‘ଫ୍ରୋଜେନ୍‌ ଡେଜର୍ଟ’ ଲେଖି ବଜାରରେ ଏହାକୁ ଆଇସ୍‌କ୍ରିମ୍‌ କହି ବିକ୍ରି କରୁଛନ୍ତି। ଗ୍ରାହକମାନେ ଏହାକୁ କ୍ଷୀରର ଏକ ସୁସ୍ବାଦୁ ଖାଦ୍ୟ ଭାବି କିଣୁଥିବାବେଳେ ବାସ୍ତବରେ ସେମାନେ ନିଜ ଶରୀରକୁ ପାମ୍‌ ଅଏଲ୍‌ ଭଳି ଶସ୍ତା ଚର୍ବି ପଠାଉଛନ୍ତି। ଅନ୍ୟପକ୍ଷରେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ ଦେଶ। ଉତ୍ପାଦନ ଅଧିକ ହେଉଥିବାବେଳେ ଦୁଗ୍ଧ ଚାଷୀମାନେ ଦୈନିକ ସବୁ କ୍ଷୀର ବିକ୍ରି କରିବା ଏବଂ ଉଚିତ ମୂଲ୍ୟ ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଉଦାହରଣ ଭାବେ ଦେଖିଲେ ଗତ ମେ’ ୨୯ରେ ଓଡ଼ିଶା ସରକାରଙ୍କ ସଂସ୍ଥା ଓମ୍‌ଫେଡ୍‌ କ୍ଷୀର କିଣିବାକୁ ମନା କରିଦେବାରୁ ନବରଙ୍ଗପୁର ଜିଲାର ଉମରକୋଟଠାରେ ଦୁଗ୍ଧଚାଷୀମାନେ ପ୍ରତିବାଦ ସ୍ବରୂପ ୩୦ ହଜାର ଲିଟର କ୍ଷୀର ରାସ୍ତାରେ ଢାଳି ଦେଇଥିଲେ। ଏଭଳି ସ୍ଥିତିରେ ବାହାର ଦେଶରୁ ଶସ୍ତାରେ ଆସୁଥିବା ପାମ୍‌ ଅଏଲ୍‌ ବ୍ୟବହାର କରି ‘ଆଇସ୍‌କ୍ରିମ୍‌’ ନାଁରେ ବିକ୍ରି କରିବା କମ୍ପାନୀଗୁଡ଼ିକର କେବଳ ଲୋଭକୁ ଦର୍ଶାଉଛି। ନିଜର ଉତ୍ପାଦନ ଖର୍ଚ୍ଚ କମାଇ ବହୁ କୋଟି ଟଙ୍କାର ଲାଭ କରିବା ପାଇଁ ଦେଶର ଚାଷୀ ଏବଂ ଗ୍ରାହକ ଉଭୟଙ୍କୁ ବଳି ପକାଯାଉଛି। ନିକଟରେ ମାଲେସିଆରୁ ପାମ୍‌ ଅଏଲ୍‌ ରପ୍ତାନି ବନ୍ଦ ହୋଇଯିବା ପରେ ଏବେ କମ୍ପାନୀଗୁଡ଼ିକ ‘ଫ୍ରୋଜେନ୍‌ ଡେଜର୍ଟ’ରୁ ‘ଦୁଗ୍ଧଭିତ୍ତିକ’ ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରିବାକୁ ଆଗେଇ ଆସିଛନ୍ତି। ଏନେଇ ଏବେ ‘କ୍ୱାଲିଟି ଓ୍ବାଲ୍‌ସ’ କମ୍ପାନୀ ଏ ସମ୍ପର୍କିତ ଘୋଷଣା କରିଛି, ଯାହା ବର୍ଷ ବର୍ଷ ଧରି ପାମ୍‌ ଅଏଲ୍‌ରୁ ‘ଫ୍ରୋଜେନ୍‌ ଡେଜର୍ଟ’ ପ୍ରସ୍ତୁତ କରି ବିକ୍ରି କରୁଛି। ତାହାକୁ ଲୋକେ ଆଇସ୍‌କ୍ରିମ୍‌ ଭାବି ଖାଉଛନ୍ତି। କେବଳ ଭାରତରେ ହିଁ ଆଇସ୍‌କ୍ରିମ୍‌ ନାଁରେ ‘ଫ୍ରୋଜେନ୍‌ ଡେଜର୍ଟ’ ବିକ୍ରି କରାଯାଉଛି।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଆଇସ୍‌କ୍ରିମ୍‌ ନାଁରେ ମିଳୁଥିବା ଏହି ଫ୍ରୋଜେନ୍‌ ଡେଜର୍ଟ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ପାମ୍‌ ଅଏଲ୍‌ରେ ପ୍ରଚୁର ପରିମାଣରେ ସାଚୁରେଟେଡ୍‌ ଫ୍ୟାଟ୍‌ ଥାଏ, ଯାହା ଶରୀରରେ ଖରାପ କୋଲେଷ୍ଟରଲ୍‌ (ଏଲ୍‌ଡିଏଲ୍‌) ବଢ଼ାଇଥାଏ। ଏହା ରକ୍ତନଳୀକୁ ଜାମ୍‌ କରି ହୃଦ୍‌ଘାତ ଭଳି ସମସ୍ୟା ସୃଷ୍ଟି କରେ। ଶିଶୁମାନେ ଏହାକୁ ଅଧିକ ଖାଉଥିବାରୁ ସେମାନଙ୍କଠାରେ ଅଳ୍ପ ବୟସରୁ ଓଜନ ବୃଦ୍ଧି ଏବଂ ଟାଇପ୍‌-୨ ମଧୁମେହର ଲକ୍ଷଣ ଦେଖାଯାଉଛି। କ୍ରମାଗତ ଭାବେ ଏଭଳି ପ୍ରକ୍ରିୟାକୃତ ଚର୍ବି ଖାଇବା ଦ୍ୱାରା ଫ୍ୟାଟି ଲିଭର୍‌ ସମସ୍ୟା ଉପୁଜିଥାଏ।
ଜଗନ୍ନାଥ ହସ୍ପିଟାଲ ଶିଶୁରୋଗ ବିଶେଷଜ୍ଞ ଡା. ଅରିଜିତ୍‌ ମହାପାତ୍ର କହିଛନ୍ତି, ପାମ୍‌ ଅଏଲ ସ୍ବାସ୍ଥ୍ୟ ପାଇଁ ହାନିକାରକ ଏବଂ କେଉଁ ଦ୍ରବ୍ୟରେ ଏହାର ପରିମାଣ କେତେ ଅଛି ତାହା ଆମେ କହିପାରିବାନି। ତେଣୁ ପାମ୍‌ ଅଏଲ୍‌ରେ ପ୍ରସ୍ତୁତ ଦ୍ରବ୍ୟର ଲେଭଲ୍‌ ଚେକ୍‌ କରିବା ଆବଶ୍ୟକ। ଏଥିରେ ପ୍ରସ୍ତୁତ ଫ୍ରୋଜେନ ଡେଜର୍ଟ ଖାଇଲେ ମେଦବହୁଳତା, ଡାଇବେଟିସ୍‌, ଉଚ୍ଚରକ୍ତଚାପ ଆଦି ରୋଗର ଆଶଙ୍କା ରହିଛି। ଡାଏଟିସିଆନ୍‌ ଗୁରୁପ୍ରସାଦ ଦାସ କୁହନ୍ତି, ସ୍ବାସ୍ଥ୍ୟଗତ ଦୃଷ୍ଟିରୁ କୌଣସି ଆଇସ୍‌କ୍ରିମ୍‌ ଏବଂ ଫ୍ରୋଜେନ୍‌ ଡେଜର୍ଟ ଦେହ ପାଇଁ ଭଲ ନୁହେଁ। କାରଣ ଏଥିରେ ସୁଗାର୍‌, କ୍ଷୀରରେ ସଲିଡ୍‌ ଫ୍ୟାଟ୍‌ ରହୁଛି। ମାତ୍ର ଦୁଗ୍ଧ ଆଧାରିତ ଆଇସ୍‌କ୍ରିମ୍‌ରୁ କିଛି ମାତ୍ରାରେ ପ୍ରୋଟିନ୍‌ ମିଳିଥାଏ। ମାତ୍ର ପାମ୍‌ ଅଏଲ୍‌ ଆଧାରିତ ଫ୍ରୋଜେନ୍‌ ଡେଜର୍ଟରେ ସାଚୁରେଟେଡ୍‌ ଫ୍ୟାଟ୍‌ ଅଧିକ ରହୁଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ।
ପାମ୍‌ ଅଏଲ୍‌ରୁ ପ୍ରସ୍ତୁତ ‘ଫ୍ରୋଜେନ୍‌ ଡେଜର୍ଟ’କୁ ଦେଶରେ ଆଇନଗତ କଟକଣା ନାହିଁ। କିନ୍ତୁ ଯଦି ତାହା ଆଇସ୍‌କ୍ରିମ ନାଁରେ ବିକ୍ରି କରାଯାଏ, ତା’ହେଲେ ଖାଦ୍ୟ ସୁରକ୍ଷା ମାନକ ଆଇନ (ଏଫ୍‌ଏସ୍‌ଏସ୍‌ ଆକ୍ଟ) ୨୦୦୬ ଅନୁଯାୟୀ ତାହା ଗମ୍ଭୀର ଆଇନ ଉଲ୍ଲଂଘନ ବୋଲି ଧରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ବିଶେଷକରି ଏନେଇ ୩ ଲକ୍ଷ ଟଙ୍କା ଜରିମାନା ରହିଛି। ଯଦି ତାହା ନିମ୍ନମାନର ପ୍ରସ୍ତୁତ ହୋଇଥାଏ ତା’ହେଲେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି।
ନିକଟରେ ‘କ୍ୱାଲିଟି ଓ୍ବାଲ୍‌’ ଭଳି ଦେଶର କିଛି ବଡ଼ କମ୍ପାନୀ ଜନଅସନ୍ତୋଷ ଯୋଗୁ ନିଜର ଉତ୍ପାଦକୁ ସମ୍ପୂର୍ଣ୍ଣ ଦୁଗ୍ଧଭିତ୍ତିକ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଗତ କିଛି ଦଶନ୍ଧି ଧରି ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟ ସହ ଯେଉଁ ଖେଳ ଖେଳାଯାଇଛି, ସେଥିପାଇଁ ସରକାର ଏବଂ ଖାଦ୍ୟ ସୁରକ୍ଷା ବିଭାଗ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌। ଗ୍ରାହକମାନେ ମଧ୍ୟ କୌଣସି ଜିନିଷ କିଣିବା ପୂର୍ବରୁ ପ୍ୟାକେଟ୍‌ ପଛପଟେ ଥିବା ଉପାଦାନ (ଇନ୍‌ଗ୍ରିଡିଏଣ୍ଟସ୍‌)କୁ ଭଲଭାବେ ପଢ଼ିବା ଆବଶ୍ୟକ, ଯେପରି ସେମାନେ ଆଇସ୍‌କ୍ରିମ ନାଁରେ ପାମ୍‌ ଅଏଲ୍‌ ଖାଇବାରୁ ରକ୍ଷା ପାଇପାରିବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri