ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି: ପୁରୁଣା ହଟିଲା, ନୂଆ ପ୍ରତି ନାହିଁ ନିଘା

ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ ଚାଲିଛି। ରବିବାର ବରଗଡ଼ ସରକାରୀ ବସଷ୍ଟାଣ୍ଡରେ ଏହି ପ୍ରକ୍ରିୟା ଚାଲିଥିଲା। ବସଷ୍ଟାଣ୍ଡ ପରିସରରେ ରହିଥିବା ପୁରୁଣା ଯାତ୍ରୀ ପ୍ରତୀକ୍ଷାଳୟର କିଛିଅଂଶକୁ ହଟାଇ ଦିଆଯାଇଛି। ଏହାପୂର୍ବରୁ ବସଷ୍ଟାଣ୍ଡ ସମ୍ମୁଖରେ ରହିଥିବା ଦୋକାନ ଗୃହ, ପୁରୁଣା କ୍ୟାଣ୍ଟିନକୁ ଉଚ୍ଛେଦ କରାଯାଇଥିଲା। ଅନ୍ୟପଟେ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ସରକାରୀ ବସଷ୍ଟାଣ୍ଡ ପରିସରରେ ଏବେ ମଧ୍ୟ ବର୍ଷବର୍ଷ ଧରି ବହୁବିଧ ସମସ୍ୟା ଅସମାହିତ ହୋଇ ପଡ଼ିଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧି ସେଥିପ୍ରତି ଆଖି ବୁଜି ଦେଇଥିବାରୁ ଲୋକଙ୍କ ମଧ୍ୟ ଅସନ୍ତୋଷ ଦେଖାଯାଇଛି। ବସଷ୍ଟାଣ୍ଡ ପରିସରରେ ରହିଥିବା ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ଥିବାବେଳେ କିଛିବର୍ଷ ପୂର୍ବରୁ ନିର୍ମିତ ନୂତନ ଯାତ୍ରୀ ପ୍ରତୀକ୍ଷାଳୟ ମଧ୍ୟ ସମସ୍ୟା ଘେରରେ ରହିଛି। ଶୌଚାଳୟକୁ କେବେ ସଫେଇ କରାଯାଉ ନଥିବାବେଳେ ସେଠାକୁ ନିୟମିତ ଠିକ୍‌ଭାବେ ପାଣି ମଧ୍ୟ ଆସୁ ନାହିଁ। ଫଳରେ ସେଠାରୁ ନାକଫଟା ଦୁର୍ଗନ୍ଧ ବାହାରୁଥିବାବେଳେ ସେଠାକୁ ପଶିଲେ ସଂକ୍ରମଣ ଆଶଙ୍କା ରହିଛି। ନୂତନ ଯାତ୍ରୀ ପ୍ରତୀକ୍ଷାଳୟରେ ମଧ୍ୟ ତଦ୍ରୁପ ସମସ୍ୟା ପରିଲକ୍ଷିତ ହୋଇଛି। ସେଠାରେ ବି ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାବେଳେ ଛାତରେ ଝୁଲୁଥିବା ପଙ୍ଖା ଅନେକ ସମୟରେ ଘୂରୁ ନାହିଁ। କେବଳ ସେତିକି ନୁହେଁ, ପାନୀୟଜଳ ପ୍ରକଳ୍ପରୁ ବିଭିନ୍ନ ସମୟରେ ପାଣି ବାହାରୁ ନାହିଁ। ଫଳରେ ଏତେ ଟାଣଖରା ଏବଂ ଗ୍ରୀଷ୍ମ ପ୍ରବାହରେ ସେଠାକୁ ଆଶ୍ରୟ ପାଇଁ ଯାଉଥିବା ଯାତ୍ରୀମାନଙ୍କୁ ଖୁବ୍‌ ହଟହଟା ହେବାକୁ ପଡୁଛି। ସେହିପରି ସରକାରୀ ବସଷ୍ଟାଣ୍ଡ ପରିସରରେ ଡ୍ରେନେଜ ଅବ୍ୟବସ୍ଥା ବର୍ଷବର୍ଷ ଧରି ଏକ ପ୍ରମୁଖ ସମସ୍ୟାଭାବେ ରହି ଆସିଛି। ସାମାନ୍ୟ ବର୍ଷା ହେଲେ ବସଷ୍ଟାଣ୍ଡ ପରିସର ଏଭଳି ଜଳାର୍ଣ୍ଣବ ହୋଇପଡ଼େ ଯେ, ଯାତ୍ରୀଙ୍କୁ ବସ୍‌ରୁ ଓହ୍ଲାଇବା କିମ୍ବା ବସ୍‌ ଉପରକୁ ଚଢ଼ିବା ମୁସ୍କିଲ ହୋଇ ପଡ଼ିଥାଏ। ତଥାପି ଏପର୍ଯ୍ୟନ୍ତ ଉକ୍ତ ବସଷ୍ଟାଣ୍ଡରୁ ସେଭଳି ବର୍ଷାଜଳ ନିଷ୍କାସନର ସ୍ଥାୟୀ ପ୍ରତିକାର ହୋଇପାରି ନାହିଁ। ବର୍ଷାଜଳ ଜମିଲେ ପୌର ପରିଷଦରୁ ଗାଡ଼ି ଆସି ଜଳ ନିଷ୍କାସନ କରିଥାଏ, ମାତ୍ର ତାହା ଧର୍ମକୁ ଆଖିଠାର ଭଳି। ବର୍ତ୍ତମାନ କାଳବୈଶାଖୀ ପ୍ରଭାବରେ ହେଉଥିବା ବର୍ଷାରେ ମଧ୍ୟ ଏଭଳି ସମସ୍ୟା ଏଠାରେ ଉପୁଜିଛି। ଆଗକୁ ମୌସୁମୀ ଆସୁଛି। ଫଳରେ ମୌସୁମୀ ଆଗମନ ପୂର୍ବରୁ ଡ୍ରେନେଜ ବ୍ୟବସ୍ଥାର ସ୍ଥାୟୀ ପ୍ରତିକାର କରା ନଗଲେ ଉକ୍ତ ବସଷ୍ଟାଣ୍ଡରେ ଯାତ୍ରୀମାନେ ପୁଣି ପୂର୍ବବର୍ଷ ଭଳି ଅସୁବିଧାର ସମ୍ମୁଖୀନ ହେବେ, ଏହା ଏବେଠାରୁ ଜଳଜଳ ହୋଇ ଦିଶୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?