ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି: ପୁରୁଣା ହଟିଲା, ନୂଆ ପ୍ରତି ନାହିଁ ନିଘା

ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ ଚାଲିଛି। ରବିବାର ବରଗଡ଼ ସରକାରୀ ବସଷ୍ଟାଣ୍ଡରେ ଏହି ପ୍ରକ୍ରିୟା ଚାଲିଥିଲା। ବସଷ୍ଟାଣ୍ଡ ପରିସରରେ ରହିଥିବା ପୁରୁଣା ଯାତ୍ରୀ ପ୍ରତୀକ୍ଷାଳୟର କିଛିଅଂଶକୁ ହଟାଇ ଦିଆଯାଇଛି। ଏହାପୂର୍ବରୁ ବସଷ୍ଟାଣ୍ଡ ସମ୍ମୁଖରେ ରହିଥିବା ଦୋକାନ ଗୃହ, ପୁରୁଣା କ୍ୟାଣ୍ଟିନକୁ ଉଚ୍ଛେଦ କରାଯାଇଥିଲା। ଅନ୍ୟପଟେ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ସରକାରୀ ବସଷ୍ଟାଣ୍ଡ ପରିସରରେ ଏବେ ମଧ୍ୟ ବର୍ଷବର୍ଷ ଧରି ବହୁବିଧ ସମସ୍ୟା ଅସମାହିତ ହୋଇ ପଡ଼ିଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧି ସେଥିପ୍ରତି ଆଖି ବୁଜି ଦେଇଥିବାରୁ ଲୋକଙ୍କ ମଧ୍ୟ ଅସନ୍ତୋଷ ଦେଖାଯାଇଛି। ବସଷ୍ଟାଣ୍ଡ ପରିସରରେ ରହିଥିବା ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ଥିବାବେଳେ କିଛିବର୍ଷ ପୂର୍ବରୁ ନିର୍ମିତ ନୂତନ ଯାତ୍ରୀ ପ୍ରତୀକ୍ଷାଳୟ ମଧ୍ୟ ସମସ୍ୟା ଘେରରେ ରହିଛି। ଶୌଚାଳୟକୁ କେବେ ସଫେଇ କରାଯାଉ ନଥିବାବେଳେ ସେଠାକୁ ନିୟମିତ ଠିକ୍‌ଭାବେ ପାଣି ମଧ୍ୟ ଆସୁ ନାହିଁ। ଫଳରେ ସେଠାରୁ ନାକଫଟା ଦୁର୍ଗନ୍ଧ ବାହାରୁଥିବାବେଳେ ସେଠାକୁ ପଶିଲେ ସଂକ୍ରମଣ ଆଶଙ୍କା ରହିଛି। ନୂତନ ଯାତ୍ରୀ ପ୍ରତୀକ୍ଷାଳୟରେ ମଧ୍ୟ ତଦ୍ରୁପ ସମସ୍ୟା ପରିଲକ୍ଷିତ ହୋଇଛି। ସେଠାରେ ବି ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାବେଳେ ଛାତରେ ଝୁଲୁଥିବା ପଙ୍ଖା ଅନେକ ସମୟରେ ଘୂରୁ ନାହିଁ। କେବଳ ସେତିକି ନୁହେଁ, ପାନୀୟଜଳ ପ୍ରକଳ୍ପରୁ ବିଭିନ୍ନ ସମୟରେ ପାଣି ବାହାରୁ ନାହିଁ। ଫଳରେ ଏତେ ଟାଣଖରା ଏବଂ ଗ୍ରୀଷ୍ମ ପ୍ରବାହରେ ସେଠାକୁ ଆଶ୍ରୟ ପାଇଁ ଯାଉଥିବା ଯାତ୍ରୀମାନଙ୍କୁ ଖୁବ୍‌ ହଟହଟା ହେବାକୁ ପଡୁଛି। ସେହିପରି ସରକାରୀ ବସଷ୍ଟାଣ୍ଡ ପରିସରରେ ଡ୍ରେନେଜ ଅବ୍ୟବସ୍ଥା ବର୍ଷବର୍ଷ ଧରି ଏକ ପ୍ରମୁଖ ସମସ୍ୟାଭାବେ ରହି ଆସିଛି। ସାମାନ୍ୟ ବର୍ଷା ହେଲେ ବସଷ୍ଟାଣ୍ଡ ପରିସର ଏଭଳି ଜଳାର୍ଣ୍ଣବ ହୋଇପଡ଼େ ଯେ, ଯାତ୍ରୀଙ୍କୁ ବସ୍‌ରୁ ଓହ୍ଲାଇବା କିମ୍ବା ବସ୍‌ ଉପରକୁ ଚଢ଼ିବା ମୁସ୍କିଲ ହୋଇ ପଡ଼ିଥାଏ। ତଥାପି ଏପର୍ଯ୍ୟନ୍ତ ଉକ୍ତ ବସଷ୍ଟାଣ୍ଡରୁ ସେଭଳି ବର୍ଷାଜଳ ନିଷ୍କାସନର ସ୍ଥାୟୀ ପ୍ରତିକାର ହୋଇପାରି ନାହିଁ। ବର୍ଷାଜଳ ଜମିଲେ ପୌର ପରିଷଦରୁ ଗାଡ଼ି ଆସି ଜଳ ନିଷ୍କାସନ କରିଥାଏ, ମାତ୍ର ତାହା ଧର୍ମକୁ ଆଖିଠାର ଭଳି। ବର୍ତ୍ତମାନ କାଳବୈଶାଖୀ ପ୍ରଭାବରେ ହେଉଥିବା ବର୍ଷାରେ ମଧ୍ୟ ଏଭଳି ସମସ୍ୟା ଏଠାରେ ଉପୁଜିଛି। ଆଗକୁ ମୌସୁମୀ ଆସୁଛି। ଫଳରେ ମୌସୁମୀ ଆଗମନ ପୂର୍ବରୁ ଡ୍ରେନେଜ ବ୍ୟବସ୍ଥାର ସ୍ଥାୟୀ ପ୍ରତିକାର କରା ନଗଲେ ଉକ୍ତ ବସଷ୍ଟାଣ୍ଡରେ ଯାତ୍ରୀମାନେ ପୁଣି ପୂର୍ବବର୍ଷ ଭଳି ଅସୁବିଧାର ସମ୍ମୁଖୀନ ହେବେ, ଏହା ଏବେଠାରୁ ଜଳଜଳ ହୋଇ ଦିଶୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri