ଧାନକିଣା ବେଳେ କଟନୀଛଟନୀ ବିବାଦ

ବାହାନଗା,୭ା୧(ଡି.ଏନ.ଏ.)-ବିଭିନ୍ନ ମଣ୍ଡିରେ ଧାନକିଣା ବେଳେ କଟନୀଛଟନୀ କରାଯାଉ ଥିବାରୁ ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି। ବାଲେଶ୍ୱର ଜିଲା ବାହାନଗା ସେବା ସମବାୟ ସମିତି ପକ୍ଷରୁ ଖୋଲାଯାଇଥିବା ମଣ୍ଡିକୁ ଧାନ ବିକିବାକୁ ଆସୁଥିବା ଚାଷୀ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚାଷୀମାନେ କହିଛନ୍ତି ଯେ, ସେମାନେ ବିକିବାକୁ ଆସୁଥିବା ଧାନର ମାନ ଠିକ୍‌ ନଥିବା ଦର୍ଶାଇ କୁଇଣ୍ଟାଲ ପିଛା ୩ରୁ ୭ ପ୍ରତିଶତ କାଟି ଧାନର ମୂଲ୍ୟ ହିସାବ କରାଯାଉଛି। ଏଥିଲାଗି ଧାନ ବିକି ଚାଷୀମାନେ ଉଚିତ ମୂଲ୍ୟ ପାଉ ନ ଥିବା କହିିଛନ୍ତି ା ଏଭଳି ସମସ୍ୟା ପ୍ରତି ଜିଲା ପ୍ରଶାସନର ନିଘା ନ ଥିବାରୁ ଚାଷୀ ଯୋଗେନ୍ଦ୍ର ମଳିକ, ଗଣେଶ ମଳିକ, ବାବୁଲା ମଳିକ ପଦ୍ମଲୋଚନ ରାଜ, ପଦ୍ମଲୋଚନ ପରିଡା, ଅକ୍ଷୟ ମଳିକ, ସାବିତ୍ରୀ ମଳିକ, ଶୁକମଣି ଦାସ, ସରସ୍ବତୀ ମହାଳିକ,ଶାନ୍ତୁନ୍‌ ବିଶ୍ୱାଳ, ବିଜୟ ବେହେରା, ସନ୍ତୋଷ ସିଂ, ଗଜେନ୍ଦ୍ର ମଳିକ, ପୂର୍ଣ୍ଣ ଚନ୍ଦ୍ର ରାଜ ପ୍ରମୁଖ ଅଭିଯୋଗ କରିଛନ୍ତି ା
ଏବାବଦରେ ବାହାନଗା ସେବା ସମବାୟ ସମିତିର ସମ୍ପାଦକ ଶରତ ଚନ୍ଦ୍ର ଦାସଙ୍କୁ ପଚାରିବାରୁ କହିଛନ୍ତି ସମିତିରେ ଧାନ କିଣାକୁ ନେଇ କୌଣସି ବିବାଦ ଦେଖାଦେଇ ନାହିଁ ା ଧାନର ମାନ ଦେଖି ମିଲର ପରସେଣ୍ଟେଜ୍‌ କାଟୁଛନ୍ତି ା ସେହିପରି ବରିପଦା ସେବା ସମବାୟ ସମିତିର ସମ୍ପାଦକ ସନ୍ଦୀପ୍‌ ପାଢୀ କହିଛନ୍ତି ଚଳିତ ବର୍ଷ ବନ୍ୟା ହୋଇ ଧାନର ରଙ୍ଗ ଫିକା ପଡିଛି ା ତେଣୁ ନିମ୍ନମାନର ଧାନ କିଣିବାକୁ ମିଲରମାନେ ରାଜି ହେଉ ନାହାନ୍ତି ା କିନ୍ତୁ ଚାଷୀମାନେ ଧାନର ମାନ ନିରୂପଣ ନେଇ ମନଇଚ୍ଛା ନିଷ୍ପତ୍ତି ନିଆଯାଉ ଥିବା ଅଭିଯୋଗ କରିଛନ୍ତି ା ସରକାର ଓ ଜିଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଚାଷୀ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ମାସରେ ହେବା ନେଇ ସୂଚନା

ଭୁବନେଶ୍ୱର,୧୦।୭: ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଏଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ଅଦିନିଆ ରଥଯାତ୍ରା ଉପରେ ରୋକ: ନିର୍ଦ୍ଦେଶ ଦେଲେ ଜିଲାପାଳ

ଭୁବନେଶ୍ୱର,୧୦।୭: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଯାଇଛି। ସିକର ଜିଲ୍ଲା ମାଜିଷ୍ଟ୍ରେଟ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଅଦିନ ରଥଯାତ୍ରା…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ପାଟପୁର ଶନି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ…

ଦିଗପହଣ୍ଡି,୧୦ା୭(ଅଶେଷ ନାଥ ମିଶ୍ର): ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ…

ଅଦିନିଆ ରଥଯାତ୍ରା: ଗଜପତିଙ୍କ ଅନୁରୋଧ, ଇସ୍କନର ଜିଦ୍‌

ବାରମ୍ବାର ଅନୁରୋଧ ଓ ତାଗିଦ୍‌ ସତ୍ତ୍ୱେ ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ। ଏପରିକି ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri