ଧାନ ଫସଲରେ ପୋକ, ଚାଷୀ ଆତଙ୍କିତ

ଢେଙ୍କାନାଳ ଅଫିସ, ୬।୧୦ – ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ଧାନ ଫସଲରେ ପୋକ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏ ନେଇ ସେମାନେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଦଶହରା ଛୁଟି ପାଇଁ ଅଧିକାରୀମାନେ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି।
ଚାଷୀ ଗୋଲେଖ ସାମଲ, ସରୋଜ ସାମଲ, ପ୍ରଦୀପ ସାମଲ, ଗତିକୃଷ୍ଣ ସାମଲ, ଘନ ବେହେରା, ବଳଭଦ୍ର ସାମଲ, ସହଦେବ ସାମଲ, ପ୍ରକାଶ ସାମଲଙ୍କ କହିବା କଥା, ଏବେ ଧାନ ବାହାରିବା ସମୟ। ପୋକ ଲାଗିବାରୁ ଧାନଗଛ ନାଲି ପଡ଼ିଯାଉଛି। ଦିନେ ଦୁଇଦିନ ମଧ୍ୟରେ ଗଛସବୁ ଝାଉଁଳି ତଳେ ପଡ଼ିଯାଉଛି। ପୋକ ଉପଦ୍ରବ କାରଣରୁ ୧୦ଏକରରୁ ଊର୍ଦ୍ଧ୍ୱ ଜମିର ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି। ଅନ୍ୟପଟେ କୃଷି କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଥିପୂର୍ବରୁ ଗେଙ୍ଗୁଟିଆ ଗ୍ରାମରେ ମଧ୍ୟ ଏଭଳି ପୋକ ଦ୍ୱାରା ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିଲା।
ଏ ସଂକ୍ରାନ୍ତରେ ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରାଙ୍କୁ ତାଙ୍କ ମୋବାଇଲ ନଂ. ୯୪୩୭୩୩୯୫୯୯ରେ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍‌ ଉଠାଇ ନ ଥିବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡିହଡୋଳ ବଜାରରେ ଦନ୍ତା ହାତୀ ଆତଙ୍କ: ଭୟଭୀତ ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦା

ପରଜଙ୍ଗ, ୧୫।୧୧ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ମହାବିରୋଡ଼ ବନାଞ୍ଚଳର ଡିହଡୋଳ ବନ ବିଭାଗ ସେକ୍ସନ ଅଧୀନ ଡିହଡୋଳ ବଜାର ଅଞ୍ଚଳରେ ରବିବାର ସକାଳେ ଏକ…

ମେଡିକାଲର ୪ ମହିଲାରୁ ଖସି ରୋଗୀଙ୍କ ଜୀବନ ଗଲା, ଆତ୍ମହତ୍ୟା ନା ଆଉ କିଛି ଚାଲିଛି ତନାଘନା

ଢେଙ୍କାନାଳ,୧୪ା୧୧(ରତନ ନାୟାର): ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ୪ ମହଲାରୁ ଖସିପଡ଼ି ଶୁକ୍ରବାର ବିଳମ୍ବିତ ରାତିରେ ମନୋଜ ଦେହୁରୀ (୩୫) ନାମକ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?