ଧାନ କିଣାରେ ମଧ୍ୟସ୍ଥ ଉଚ୍ଛେଦ

ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ପଶ୍ଚିମ ଓଡ଼ିଶାର ୭ଟି ଜିଲାର ୮୫୧ ପ୍ୟାଡି ପ୍ରୋକ୍ୟୁରମେଣ୍ଟ ସେଣ୍ଟର(ପିପିସି) ମଧ୍ୟରୁ ୩୪୭ଟି କେନ୍ଦ୍ରରୁ ଧାନ କ୍ରୟ ପାଇଁ ଟୋକନ୍‌ ଦିଆଯାଇସାରିଛି। ଏହିପରି ଭାବେ ଚଳିତ ମାସ ୧୯(ମଙ୍ଗଳବାର) ସୁଦ୍ଧା ଚାଷୀଙ୍କୁ ୨୬,୫୪୩ ଟୋକନ୍‌ ଦିଆଯାଇସାରିଛି। ୧୫,୫୪,୦୧୭ କୁଇଣ୍ଟାଲ ଧାନ କ୍ରୟ ପାଇଁ ଟୋକନ୍‌ ଦିଆଯାଇଛି। ସେଥିମଧ୍ୟରୁ କେବଳ ୨୪ ଜଣ ଚାଷୀଙ୍କଠାରୁ ୧୨୭୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ଜଣାପଡିଛି। ସମବାୟ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଙ୍ଗଳବାର ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି। ଭାଜପା ସଦସ୍ୟ ଜୟନାରାୟଣ ମିଶ୍ର, ମୁକେଶ ମହାଲିଙ୍ଗ ଏବଂ ଶଙ୍କର ଓରାମଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ‘ରାଜ୍ୟରେ ଧାନକିଣାରେ ସରକାର ସମ୍ପୂର୍ଣ୍ଣ ବିଫଳ’ର ଉତ୍ତର ରଖି ରଣେନ୍ଦ୍ର ଏହା କହିଛନ୍ତି।

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ମଙ୍ଗଳବାର ସୁଦ୍ଧା ବରଗଡ ଜିଲାରେ ୨୨୫ କୁଇଣ୍ଟାଲ, କଳାହାଣ୍ଡି ୧୪୩ କୁଇଣ୍ଟାଲ, କୋରାପୁଟ ୧୦୦ କୁଇଣ୍ଟାଲ, ସମ୍ବଲପୁର ୨୯ କୁଇଣ୍ଟାଲ, ସୁବର୍ଣ୍ଣପୁର ୫୦୩ କୁଇଣ୍ଟାଲ, ନୂଆପଡା ୨୩୧ କୁଇଣ୍ଟାଲ ଏବଂ ବଲାଙ୍ଗୀରରେ ୪୦ କୁଇଣ୍ଟାଲ ଧାନ କିଣାଯାଇସାରିଛି। ସେହିପରି ବରଗଡରେ ୧୬,୩୯୫, କଳାହାଣ୍ଡି ୧୦୮୯, କୋରାପୁଟ ୧୧, ସମ୍ବଲପୁର ୬୬୬୫, ସୁବର୍ଣ୍ଣପୁର ୪୨୩, ନୂଆପଡା ୪୦୫ ଏବଂ ବଲାଙ୍ଗୀରରେ ୧୫୫୫ଟି ଟୋକନ୍‌ ପ୍ରଦାନ କରାଯାଇଛି। ବିରୋଧୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗର ଉତ୍ତର ରଖି ମନ୍ତ୍ରୀ ରଣେନ୍ଦ୍ର କହିଛନ୍ତି ଯେ, ପ୍ୟାକ୍ସ ବ୍ୟବସ୍ଥାକୁ ଉନ୍ନତ କରାଯାଇ ଡିଜିଟାଲକରଣ କରାଯାଇଛି। ବ୍ୟବସ୍ଥାରେ ମଧ୍ୟସ୍ଥ କାରବାର ସମ୍ପୂର୍ଣ୍ଣ ଉଚ୍ଛେଦ ହେବ। କୌଣସି ମିଲର, ଟ୍ରେଡରଙ୍କୁ ଅନିୟମିତତା କରି ଆର୍ଥିକ ଫାଇଦା ପାଇଁ ସୁଯୋଗ ଦିଆଯିବନାହିଁ। ଟୋକନ୍‌ ବ୍ୟବସ୍ଥା ନିକଟରେ ଆରମ୍ଭ ହୋଇଛି। ତେଣୁ ବିରୋଧୀ ଅନୂ୍ୟନ ୩ ମାସ ଅପେକ୍ଷା କରନ୍ତୁ, ପୂର୍ବାପେକ୍ଷା ସ୍ବଚ୍ଛତା ଆସୁଛି ନା ନାହିଁ, ବଳେ ଜାଣିପାରିବେ। କେତେକ ସଦସ୍ୟ ବ୍ୟବସ୍ଥା ମଧ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉପସ୍ଥିତି ନେଇ ପ୍ରଶ୍ନ କରିଛନ୍ତି। ମହିଳାମାନେ ଧାନକ୍ରୟ ବ୍ୟବସ୍ଥାରେ ସକ୍ରିୟ ଅଂଶଗ୍ରହଣ କରିବା ଦ୍ୱାରା ସେମାନଙ୍କୁ ଅଧିକ ସଶକ୍ତୀକରଣ କରାଯାଉଥିବା ମନ୍ତ୍ରୀ କହିଛନ୍ତି। ତେଣୁ ବିରୋଧୀ ସଦସ୍ୟମାନେ ନିଜର ଦୃଷ୍ଟିଭଙ୍ଗୀ ବଦଳାନ୍ତୁ। ଭାଜପା ସଦସ୍ୟ ମୁକେଶ ମହାଲିଙ୍ଗ ଆଦର୍ଶ ମଣ୍ଡି ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଛନ୍ତି, ତାହାକୁ ବିଭାଗ ପକ୍ଷରୁ ଗ୍ରହଣ କରାଯିବ। ଇଣ୍ଟରନେଟ୍‌ ନ ଥିବା ସ୍ଥାନରେ ଅଫ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ ସମସ୍ତ କ୍ରୟ ଏବଂ ଅର୍ଥ ପୈଠ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ଖରିଫ ଋତୁରେ ୧୨.୩୫ ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରୟ କରିବା ପାଇଁ ସେମାନଙ୍କ ପ୍ୟାକ୍ସ/ଲ୍ୟାମ୍ପ୍ସ ଜରିଆରେ ନାମ ପଞ୍ଜୀକରଣ କରିଛନ୍ତି। ବରଗଡ, କଳାହାଣ୍ଡି, କୋରାପୁଟ, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡା ଓ ବଲାଙ୍ଗୀର ଜିଲାରେ ଏଯାବତ୍‌ ୨୦,୭୩୮ ଚାଷୀଙ୍କୁ ମୋଟ ୧୫ ଲକ୍ଷ ୬ ହଜାର ୩୭୫ କୁଇଣ୍ଟାଲ ଧାନ ସହ ନିର୍ଦ୍ଧାରିତ ତାରିଖରେ ଉପସ୍ଥିତ ରହିବା ପାଇଁ ଏସ୍‌ଏମ୍‌ଏସ୍‌ ବାର୍ତ୍ତା ପ୍ରେରଣ କରାଯାଇଛି। ଚଳିତ ବର୍ଷ ୪୧ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ କରାଯିବାର ଲକ୍ଷ୍ୟ ରହିଛି। ତେଣୁ ଧାନ ହିସାବରେ ଏହା ୬୦ ଲକ୍ଷ ମେଟ୍ରିକ ଟନ୍‌ ହେବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ଧାନ ଓ ଗ୍ରେଡ୍‌ – ଏ ଧାନ ପାଇଁ କୁଇଣ୍ଟାଲ ପିଛା ଏମ୍‌ଏସ୍‌ପି ଯଥାକ୍ରମେ ୧୮୧୫ ଟଙ୍କା ଏବଂ ୧୮୩୫ ଟଙ୍କା ରଖାଯାଇଥିବା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri