ଧରାପଡ଼ିଲା ବାଂଲାଦେଶୀ ସେକ୍ସ ର଼୍ୟାକେଟ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ):ଓଡ଼ିଶାରେ କାୟା ମେଲିଛି ବାଂଲାଦେଶୀ ସେକ୍ସ ର଼୍ୟାକେଟ। କିଛିଦିନ ତଳେ ଧରାପଡ଼ିଥିବା ଜଣେ ବାଂଲାଦେଶୀ ରୂପଜୀବୀଙ୍କଠାରୁ ସୁରାକ ମିଳିଥିଲା। ତାଙ୍କୁ କୋର୍ଟଚାଲାଣ କରିବା ପରେ ଚୁପ୍‌ ବସିଥିଲା କମିଶନରେଟ ପୋଲିସ। ହେଲେ ମଙ୍ଗଳବାର କିଙ୍ଗ୍‌ପିନ୍‌ କୁହାଯାଉଥିବା ବାଂଲାଦେଶୀ ଦମ୍ପତି ଅଞ୍ଜଳି ଦିଦି ଓ ତାଙ୍କ ସ୍ବାମୀ ସେକ୍‌ ଇବ୍ରାହିମ୍‌ ଖାନ୍‌ଙ୍କୁ ଗିରଫ କରି ପୂରା ର଼୍ୟାକେଟର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଏଥିସହ ସେମାନେ ନିୟୋଜିତ କରିଥିବା ୬ଜଣ ରୂପଜୀବୀଙ୍କୁ ଧରି ର଼୍ୟାକେଟର ଚେର ଖୋଜୁଛି। ଇତିମଧ୍ୟରେ ଏସ୍‌ଟିଏଫ୍‌କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡିଛି।
ମିଳିଥିବା ସୂଚନାନୁସାରେ, ସେକ୍ସ ର଼୍ୟାକେଟର କିଙ୍ଗ୍‌ପିନ୍‌ ଅଞ୍ଜଳି ଓ ଇବ୍ରାହିମ୍‌ଙ୍କ ସମ୍ପର୍କରେ ସୁରାକ ମିଳିବା ପରେ ତାଙ୍କୁ ଧରିବାକୁ ଯୋଜନା କରିଥିଲା ଏସ୍‌ଟିଏଫ୍‌। ଏକ ସ୍ବତନ୍ତ୍ର ଟିମ୍‌ ମଙ୍ଗଳବାର ପିପିଲି ନିକଟରେ ଚଢ଼ାଉ କରି ସେମାନଙ୍କୁ ଧରିବା ପରେ ଏସ୍‌ଟିଏଫ୍‌ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଇଥିଲା। ସେମାନେ ବାଂଲାଦେଶରୁ ଏକାଧିକ ଯୁବତୀଙ୍କୁ ଆଣି ଏଠାରେ ଦେହ ବ୍ୟବସାୟରେ ଲଗାଉଥିଲେ। ପୁରୁଣା ଭୁବନେଶ୍ୱର ରଥରୋଡ଼୍‌ରେ ଏକ ଘର ଭଡ଼ା ନେଇ ରୂପଜୀବୀମାନେ ରହୁଥିବା ସେମାନେ କହିବା ପରେ ଏସ୍‌ଟିଏଫ୍‌ ଟିମ୍‌ ସନ୍ଧ୍ୟା ପ୍ରାୟ ୫ଟାରେ ସେଠାରେ ଚଢାଉ କରି ୬ଜଣ ଯୁବତୀଙ୍କୁ ଧରିଥିଲା। ଉକ୍ତ ଘରୁ ଏସ୍‌ଟିଏଫ୍‌ ଟିମ୍‌ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିବା ସହ ଘରକୁ ସିଲ୍‌ କରିଛି। ଏନେଇ ଘର ମାଲିକ ବିଷ୍ଣୁପ୍ରିୟା ପଣ୍ଡା କହିଛନ୍ତି, ସେମାନେ ୩ ମାସ ହେବ ଘର ଭଡ଼ାନେଇଥିଲେ। ଜଣେ ନର୍ସିଂ ଓ ଅନ୍ୟ ଜଣେ ଟେଲରିଂ କରୁଥିବା କହି ରହିଥିଲେ। ସେମାନେ ବାଂଲାଦେଶୀ କି ଅଣଓଡ଼ିଆ ସେନେଇ କିଛି ଜାଣିପାରି ନ ଥିଲେ। ସେମାନେ ମଧ୍ୟ କୌଣସି ପ୍ରମାଣପତ୍ର ଦେଇ ନ ଥିଲେ। ଅନ୍ୟମାନଙ୍କ ସମ୍ପର୍କରେ କିଛି ଜାଣି ନ ଥିବା ରହିବା ପରଠୁ ମଧ୍ୟ ସେମାନଙ୍କୁ କୌଣସି ପ୍ରମାଣପତ୍ର ମଗାଯାଇ ନ ଥିଲା ବୋଲି ସେ କହିଛନ୍ତି।

ଘର ବାହାରେ କୋଚିଂ ସେଣ୍ଟର ବୋର୍ଡ
ଗ୍ରାହକ ଯୋଗାଡ଼ ଦାୟିତ୍ୱରେ ଥିଲେ ନିଜେ ଅଞ୍ଜଳି ଦିଦି। ଲୋକାଲ ପର୍ନ ସାଇଟ୍‌ରେ ଦିଆଯାଇଥିବା ଫୋନ୍‌ ନମ୍ବର ଓ ଫଟୋ ଦେଖି ଗ୍ରାହକମାନେ ତାଙ୍କ ସହ ଯୋଗାଯୋଗ କରିଥାନ୍ତି। ଏହାପରେ ବାଂଲାଦେଶୀ ରୂପଜୀବୀ ରହୁଥିବା ପୁରୁଣା ଭୁବନେଶ୍ୱର ରଥରୋଡ଼ସ୍ଥିତ ଉକ୍ତ ଭଡ଼ା ଘରକୁ ଦିଦି ଗ୍ରାହକ ପଠାଇଥାନ୍ତି। ଗ୍ରାହକମାନେ ସେଠାରେ ପହଞ୍ଚତ୍ବା ପୂର୍ବରୁ ରୂପଜୀବୀଙ୍କ ସହ ସବୁକିଛି କଥାବାର୍ତ୍ତା ସରିଥାଏ। ଗ୍ରାହକ ରୂପଜୀବୀଙ୍କୁ ଚୟନ କରିବା ପରେ କାର୍‌ରେ ହୋଟେଲ କିମ୍ବା ଲଜ୍‌କୁ ନେଇଥାନ୍ତି। ସେହି ଘର ବାହାରେ ଯୁକ୍ତ୨ ଓ ଯୁକ୍ତ୩ କୋଚିଂ ସେଣ୍ଟର ବୋର୍ଡ ଲାଗିଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକେ ଅନ୍ୟ କିଛି ସନ୍ଦେହ କରୁ ନ ଥିଲେ କି ରୂପଜୀବୀ ରହୁଥିବା ନେଇ ଜାଣିପାରି ନ ଥିଲେ। ଏବେ ଜଣାପଡ଼ିବା ପରେ ସେମାନେ ଚକିତ ହୋଇଯାଇଛନ୍ତି।
ନୂଆ ବର୍ଷ ପାଇଁ ୨୫ ଯୁବତୀଙ୍କୁ ରାଜଧାନୀ ଆଣିଥିଲେ
ଅଞ୍ଜଳି ଦିଦି ବାଂଲାଦେଶର ଯୁବତୀମାନଙ୍କୁ ଚାକିରି ଦେବା ପାଇଁ କହି ପ୍ରଥମେ କଲିକତା ଓ ପରେ ବାଲେଶ୍ୱର ଦେଇ ଭୁବନେଶ୍ୱରକୁ ଆଣୁଥିଲେ। ଏଠାରେ ହୋଟେଲରେ ରଖି ସେକ୍ସ ର଼୍ୟାକେଟରେ ସମ୍ପୃକ୍ତ କରୁଥିଲେ। ୨୦୨୦ ନୂଆ ବର୍ଷକୁ ଆଖି ଆଗରେ ରଖି ଦିଦି ଜାଲ୍‌ କାଗଜପତ୍ର ମାଧ୍ୟମରେ ୨୫ଜଣ ବାଂଲାଦେଶୀ ଯୁବତୀଙ୍କୁ ରାଜଧାନୀକୁ ଆଣିଥିଲେ। କିନ୍ତୁ କଟକରୋଡ଼ରେ ଜଣେ ରୂପଜୀବୀ ଗିରଫ ହେବା ପରେ ସେ ଅନ୍ୟ ଯୁବତୀଙ୍କୁ ହୋଟେଲରୁ ନେଇ ଭଡ଼ା ଘରେ ରଖିଥିଲେ।
ସୁନୀଲ ମେହେରର ମୁଖ୍ୟ ସହଯୋଗୀ ଅଞ୍ଚଳି ଦିଦି
ସେକ୍ସ ର଼୍ୟାକେଟର ବାଦ୍‌ଶାହା କୁହାଯାଉଥିବା ସୁନୀଲ ମେହେରଙ୍କ ମୁଖ୍ୟ ସହଯୋଗୀ ହେଉଛନ୍ତି ଅଞ୍ଜଳି ଦିଦି। ଦିଦିଙ୍କ ଘର ବାଂଲାଦେଶ ହୋଇଥିବାବେଳେ ତାଙ୍କୁ ସୁନୀଲ ଓଡ଼ିଶା ଆଣିଥିବା ଏସ୍‌ଟିଏଫ୍‌ ସୁରାକ ପାଇଛି। ପରବର୍ତ୍ତୀ ସମୟରେ ଅଞ୍ଜଳି ହିଁ ବାଂଲାଦେଶରୁ ଯୁବତୀଙ୍କୁ ଆଣି କଲିକତା ଓ ପରେ ଓଡ଼ିଶା ପହଞ୍ଚାଉଥିଲେ। କିନ୍ତୁ ସୁନୀଲ ଗିରଫ ହେବାପରେ ର଼୍ୟାକେଟର ମଙ୍ଗ ଧରିଥିଲେ ନିଜ ଅଞ୍ଜଳି ଓ ସ୍ବାମୀ ଇବ୍ରାହିମ୍‌।
ଜାଲ୍‌ ପ୍ରମାଣପତ୍ର କରୁଥିଲେ ଅଭି ଓ ରାଜୁ
ଅଞ୍ଜଳି ଦିଦି ବାଂଲାଦେଶୀ ଯୁବତୀଙ୍କୁ ପଶ୍ଚିମବଙ୍ଗ ଦେଇ ଭାରତରେ ପ୍ରବେଶ କରାଉଥିଲେ। ଏଥିପାଇଁ ବାଂଲାଦେଶ ଓ ପଶ୍ଚିମବଙ୍ଗ ସୀମାରେ ଥିବା ପୋଲିସ ମୋଟାଅଙ୍କର ଅର୍ଥ ନେଇ ଏହି ବେଆଇନ ପ୍ରବେଶକୁ ସୁଯୋଗ ଦେଇଥିଲେ। କଲିକତାରେ ପହଞ୍ଚତ୍ବା ପରେ ଅଭି ଓ ରାଜୁ ନାମକ ଦୁଇଜଣ ବ୍ୟକ୍ତି ସେମାନଙ୍କ ନାମରେ ଜାଲ୍‌ ପ୍ରମାଣପତ୍ର ତିଆରି କରୁଥିଲେ। ଯୁବତୀମାନଙ୍କୁ କଲିକତାରେ କିଛିଦିନ ରଖିବା ପରେ ବାଲେଶ୍ୱର ଓ ପରେ ଭୁବନେଶ୍ୱରକୁ ଅଣାଯାଉଥିଲା। ବିଶେଷକରି ରାଜଧାନୀର ହୋଟେଲରେ ରଖି ପେଡ଼୍‌ ଗର୍ଲଫ୍ରେଣ୍ଡ, କଲ୍‌ଗର୍ଲ ଭାବେ ପରିଚୟ ପାଉଥିଲେ। ଗ୍ରାହକ ପିଛା ରାତିକୁ ଗ୍ରାହକଙ୍କଠାରୁ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ନିଆଯାଉଥିଲା।
ବାଂଲାଦେଶୀ ଯୁବତୀଙ୍କ ଏତଲା ସୁରାକ ଦେଇଥିଲା
ଗତବର୍ଷ ଡିସେମ୍ବର ୧୬ରେ କଟକରୋଡରେ ଥିବା ଏକ ଲଜ୍‌ରେ ଜଣେ ବାଂଲାଦେଶୀ ଯୁବତୀଙ୍କୁ ହୋଟେଲ କର୍ମଚାରୀ ବଳାତ୍କାର କରିବା ନେଇ ଲକ୍ଷ୍ମୀସାଗର ଥାନାରେ ପୀଡିତା ଅଭିଯୋଗ କରିଥିଲେ। ପୋଲିସ ବାଂଲାଦେଶୀ ଯୁବତୀଙ୍କ ଅଭିଯୋଗ ଆଧାରରେ ହୋଟେଲର ଦୁଇ କର୍ମଚାରୀଙ୍କୁ ଗିରଫ କରିଥିଲା। କିନ୍ତୁ ଯୁବତୀ ଜଣକ ଜାଲ ପ୍ରମାଣପତ୍ରରେ ଏଠାକୁ ଆସିଥିବା ପୋଲିସ ତଦନ୍ତରୁ ଜାଣିବା ପରେ ତାଙ୍କୁ ଗିରଫ କରିଥିଲା। ପୋଲିସ ଯୁବତୀଙ୍କୁ ପଚରାଉଚରା କରିବାପରେ ବାଂଲାଦେଶୀ ସେକ୍ସ ର଼୍ୟାକେଟର ସୁରାକ ପାଇଥିଲା। ଏହି ଘଟଣା ତାଙ୍କ ପାଇଁ କାଳ ହେଲା ବୋଲି ଅଞ୍ଜଳି ଦିଦି ଏସ୍‌ଟିଏଫ୍‌ ଆଗରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri