ଧନ୍ଦାମୂଳକ ଶିକ୍ଷାର ଚାହିଦା ନାହିଁ

ବ୍ରହ୍ମପୁର ଅଫିସ୍‌,୩ା୮-ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦକ୍ଷତା ବିକାଶ ଏବଂ ସେମାନଙ୍କୁ ଆମତ୍ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ କଲେଜଗୁଡ଼ିକରେ ରହିଛି ଧନ୍ଦାମୂଳକ ଶିକ୍ଷା । ଦଶମ ଶ୍ରେଣୀ ପାସ୍‌ କରିବା ପରେ ଜଣେ ପିଲା ଯଦି ନିଜେ ରୋଜଗାରକ୍ଷମ ହେବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ସ୍ବତନ୍ତ୍ର ତାଲିମ୍‌ ଦେବା ପାଇଁ ଏହି ସବୁ କଲେଜଗୁଡ଼ିକରେ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା। ତେବେ ସରକାରଙ୍କ ଏହି ଉଦ୍ଦେଶ୍ୟ ଲକ୍ଷ୍ୟଚୁତ ହେଉଥିବା ଦୃଷ୍ଟିକୁ ଆସିଛି। ବିଶେଷକରି ଗଞ୍ଜାମ ଜିଲାରେ ଧନ୍ଦାମୂଳକ ଶିକ୍ଷା ପ୍ରତି ଛାତ୍ରୀଛାତ୍ରମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ପ୍ରତି ବର୍ଷ ବହୁ ସଂଖ୍ୟାରେ ସିଟ୍‌ ଖାଲି ପଡ଼ୁଛି। ଏପରିକି ସଦ୍ୟ ସମାପ୍ତ ହୋଇଥିବା ଯୁକ୍ତ ୨ ନାମଲେଖା ବେଳେ ମୋଟ ସିଟ୍‌ରୁ ଏକ ତୃତୀୟାଂଶ ମଧ୍ୟ ପୂରଣ ହୋଇପାରି ନାହିଁ । ଯାହାକୁ ନେଇ ଧନ୍ଦାମୂଳକ କଲେଜଗୁଡ଼ିକର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି ।
ଗଞ୍ଜାମ ଜିଲାରେ ରହିଛି ୧୩ ଧନ୍ଦାମୂଳକ ଶିକ୍ଷା କଲେଜ। ପ୍ରତ୍ୟକ କଲେଜରେ ମୋଟ ୪୮ ଲେଖାଏ ସିଟ୍‌ ରହିଛି । ଏଭଳି ଭାବେ ଜିଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ ୬୨୪ ସିଟ୍‌ ଥିବା ବେଳେ ମାତ୍ର ୧୫୫ ସିଟ୍‌ ପୂରଣ ହୋଇଛି । ୪୬୯ ସିଟ୍‌ ଫାଙ୍କା ପଡ଼ିଛି । ଆସିକା କଲେଜ(ସରକାରୀ ଧନ୍ଦାମୂଳକ ଶିକ୍ଷା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ମାତ୍ର ୧୩ଜଣ ନାମଲେଖାଇଥିବା ବେଳେ ଭଞ୍ଜନଗର କଲେଜରେ ୮ , ଭୀଷ୍ମଗିରି କଲେଜରେ ୨୩ , ବୁଗୁଡ଼ା କଲେଜରେ ୧୯, ଦିଗପହଣ୍ଡି କଲେଜରେ ୩୧, ଡୁରା କଲେଜରେ ୩, ଗଞ୍ଜାମ କଲେଜରେ ୯, ଆସିକା ବ୍ଲକ କେନ୍ଦୁପଦର କଲେଜରେ ୧୪, ଖଲ୍ଲିକୋଟ ବ୍ଲକ ଖଲ୍ଲିକୋଟ କଲେଜରେ ୨୨ ଏବଂ ସୋରଡ଼ା କଲେଜରେ ମାତ୍ର ୧୩ଜଣ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇଛନ୍ତି । ତେବେ ଏମିତି ମଧ୍ୟ ୩ କଲେଜ ରହିଛି, ଯେଉଁଠାରେ ଜଣେ ହେଲେ ନାମଲେଖାଇ ନାହାନ୍ତି । ସେଗୁଡ଼ିକ ହେଲା ଜଗନ୍ନାଥପ୍ରସାଦ କଲେଜ, ଚିକିଟି ବ୍ଲକ ନୂଆପଡ଼ା କଲେଜ, ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା କଲେଜ । କିନ୍ତୁ ଚଳିତ ବର୍ଷ ତୁଳନାରେ ଗତ ବର୍ଷ ନାମଲେଖା ଭଲ ରହିଥିଲା । ୬୨୪ ସିଟ୍‌ ମଧ୍ୟରୁ ୨୮୯ ପୂରଣ ହୋଇଥିବା ବେଳେ ୩୩୫ ସିଟ୍‌ ଖାଲି ପଡ଼ିଥିଲା । ତେବେ ମାତ୍ର ଗୋଟିଏ ବର୍ଷ ବ୍ୟବଧାନରେ ଏତେ ସଂଖ୍ୟାକ ସିଟ୍‌ କାହିଁକି ଅଧିକ ଖାଲି ପଡ଼ିଲା, ତାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଛ।
ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ରହିଛି ଆକାଉଣ୍ଟନ୍ସି, ଆକାଉଣ୍ଟାନ୍ସି ଆଣ୍ଡ ଅଡିଟିଂ, ବିଜିନେସ୍‌ ଷ୍ଟଡିସ୍‌ ଆଣ୍ଡ ମ୍ୟାନେଜମେଣ୍ଟ, ଅର୍ଥଶାସ୍ତ୍ର, ରସାୟନ ବିଜ୍ଞାନ, କମ୍ପ୍ୟୁଟର୍‌ ଟେକ୍ନିକ୍‌, ଗୋପାଳନ, ବୈଦ୍ୟୁତିକ ଗୃହ ଉପକରଣର ମରାମତି, ପର୍ଯ୍ୟଟନ ଏବଂ ଭ୍ରମଣ, ଟିକସ ସହାୟକ, ମତ୍ସ୍ୟ ଉପତ୍ାଦନ, କାର୍ଯ୍ୟାଳୟ ପରିଚାଳନା, ଶବ୍ଦ ଓ ଚିତ୍ର ବିଜ୍ଞାନ, ମେଡ଼ିକାଲ୍‌ ପରୀକ୍ଷାଗାର ବିଜ୍ଞାନ, କୃଷି ଆଦି ଶିକ୍ଷା ରହିଛି। ଏସବୁ ଶିକ୍ଷାଗ୍ରହଣ ଦ୍ୱାରା ଜଣେ ଛାତ୍ର କିମ୍ବା ଛାତ୍ରୀ ପାଠ ସରିବା ପରେ ସହଜରେ ଆମତ୍ନିର୍ଭରଶୀଳ ହୋଇପାରିବେ। ଏସବୁ କଲେଜଗୁଡ଼ିକରେ ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ଲ୍ୟାବ୍‌ ସହ ଅଭିଜ୍ଞ ଅଧ୍ୟାପିକା ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ତଥାପି ପ୍ରତି ବର୍ଷ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମିବାରେ ଲାଗିଛି। ନିଜ ନାମଗୋପନ ରଖି ଏକ ଧନ୍ଦାମୂଳକ ଶିକ୍ଷା କଲେଜର ଅଧ୍ୟାପକ କୁହନ୍ତି, ୩୦ମାର୍କ ପ୍ରାକ୍ଟିକାଲ୍‌ ଏବଂ ୭୦ମାର୍କ ଥିଓରୀ ରହୁଛି। ପିଲାମାନେ ନାମ ଲେଖାଉଥିଲେ ମଧ୍ୟ ସେମାନଙ୍କୁ ଠିକ୍‌ ଭାବେ ପାଠପଢ଼ା ଯାଉ ନ ଥିବାରୁ ଆଗ୍ରହ ପ୍ରକାଶ କରୁନାହାନ୍ତି । କେବଳ ସହଜରେ ପାସ୍‌ କରିବା ପାଇଁ ନାମ ଲେଖାଉଛନ୍ତି । ଧନ୍ଦାମୂଳକ ଶିକ୍ଷା ଅପେକ୍ଷା ଆଇଟିଆଇ କିମ୍ବା ଡିପ୍ଲୋମା ଇଞ୍ଜିନିୟରିଂ ପାଇଁ ଆଗ୍ରହ ଦେଖାଉଛନ୍ତି । କାରଣ ସେଥିରେ ଭବିଷ୍ୟତ ଅଛି । ଅନ୍ୟପଟେ ସରକାର କେବଳ କଲେଜ ଖୋଲି ଦେଉଛନ୍ତି । କିନ୍ତୁ ଜଣେ ପିଲା ପାସ୍‌ କରିବା ପରେ ତାକୁ କେମିତି ନିଯୁକ୍ତି ଦିଆଯାଇ ପାରିବ, ସେ ଦିଗରେ କୌଣସି ପଦକ୍ଷେପ ନିଆଯାଉନି । ଫଳରେ ଧୀରେ ଧୀରେ ପିଲାମାନେ ଧନ୍ଦାମୂଳକ ଶିକ୍ଷାଠାରୁ ଦୂରେଇ ଯାଉଛନ୍ତି ।
ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ କୁଳମଣୀ ଓଝା କୁହନ୍ତି, ଧନ୍ଦାମୂଳକ ଶିକ୍ଷା କଲେଜଗୁଡ଼ିକରେ ନାମଲେଖା ନୈରାଶ୍ୟଜନକ ରହିଛି । ଚଳିତ ବର୍ଷ ତିନଟି କଲେଜରେ ନାମଲେଖା ଶୂନ୍‌ ହୋଇଯାଇଛି । ପୂର୍ବ ବର୍ଷ ମଧ୍ୟ ଖୁବ୍‌ କମ୍‌ ସଂଖ୍ୟକ ଛାତ୍ରୀଛାତ୍ର ନାମ ଲେଖାଇଥିଲେ । ଶିକ୍ଷା ଗ୍ରହଣ ପରେ ନିଯୁକ୍ତି ସୁଯୋଗର ଅଭାବ ରହୁଥିବା ଯୋଗୁ ଛାତ୍ରୀଛାତ୍ରମାନେ ଆଗ୍ରହ ପ୍ରକାଶ କରୁ ନ ଥିବା ଅନୁମାନ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri