ଦ୍ୱନ୍ଦ୍ୱରେ ଇଂଲଣ୍ଡ

ସାଉଥମ୍ପଟନ,୨୬।୫(ଏଏଫ୍‌ପି)- ପେସର ମାର୍କ ଉଡ୍‌ ଆହତ ସମସ୍ୟା ନେଇ ଇଂଲଣ୍ଡ ଦଳ ଦ୍ୱନ୍ଦ୍ୱରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ତାଙ୍କ ପାଦରେ ଆଘାତ ଲାଗିଥିଲା। ଏହାପରେ ସେ ଆଉ ମ୍ୟାଚ୍‌ରେ ବୋଲିଂ କିମ୍ବା ଫିଲ୍ଡିଂ କରି ନ ଥିଲେ। ସେ ମ୍ୟାଚ୍‌ରେ ମାତ୍ର ୩.୧ ଓଭର ବୋଲିଂ କରିପାରିଥିଲେ। ଉଡ୍‌ ଆହତ ସମସ୍ୟା ଯୋଗୁ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବାର ଇତିହାସ ରହିଛି। ତାଙ୍କ ଗୋଡ଼ର ସ୍କାନ କରାଯାଇଛି। ତାଙ୍କ ସମସ୍ୟା ସମ୍ପର୍କରେ ସ୍କାନ ରିିପୋର୍ଟ ଆସିବା ପରେ ଜଣାପଡ଼ିବ। ଏହା ତାଙ୍କ ପାଇଁ ଚିନ୍ତାଜନକ ବିଷୟ ହୋଇପାରେ। ଦୁର୍ଭାଗ୍ୟବଶତଃ ପେସାଦାର କ୍ରୀଡ଼ାରେ ଏଭଳି ଘଟଣା ଦେଖିବାକୁ ମିଳେ। ବିଶ୍ୱକପ୍‌ ଭଳି ବଡ଼ ଟୁର୍ନାମେଣ୍ଟ ଲାଗି ସମସ୍ତ ଖେଳାଳି ଫିଟ୍‌ ରୁହନ୍ତୁ ବୋଲି ସବୁ ଦଳ ଚାହଁାନ୍ତି। ଆଗାମୀ ୬ ସପ୍ତାହରେ ଖେଳାଳିଙ୍କୁ ଝାଳବୁହା ପରିଶ୍ରମ କରିବାକୁ ପଡ଼ିବ ବୋଲି ଷ୍ଟାଣ୍ଡବାଇ ଅଧିନାୟକ ଜୋସ ବଟଲର କହିଛନ୍ତି। ଯଦି ଉଡ୍‌ଙ୍କ ସମସ୍ୟା ଗୁରୁତର ଥାଏ, ତେବେ ବାମହାତୀ ପେସର ଡେଭିଡ୍‌ ଓ୍ବିଲିଙ୍କୁ ଦଳକୁ ଡାକରା ଦିଆଯିବ। ଇଂଲଣ୍ଡର ନିୟମିତ ଅଧିନାୟକ ଇଆନ ମୋର୍ଗାନଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ବଟଲର ଦଳର ନେତୃତ୍ୱ ଭାର ସମ୍ଭାଳୁଛନ୍ତି। କିନ୍ତୁ ସେ ଧାର୍ଯ୍ୟ ସମୟ ସୁଦ୍ଧା ଫିଟ୍‌ ହୋଇଯିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଦେଶରେ ଛୁଟି ଘୋଷଣା କଲେ ରାଷ୍ଟ୍ରପତି, କାହିଁକି ଜାଣନ୍ତୁ…

ଆସୁନସିଅନ,୩୦ା୬: ଫିଫା ବିଶ୍ୱକପ୍‌ର ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଜର୍ମାନୀକୁ ପରାସ୍ତ କରି ପାରାଗୁଏ ବିପର୍ଯ୍ୟୟ ଘଟାଇବା ପରେ ଦେଶରେ ଛୁଟି ଘୋଷଣା କରାଯାଇଛି। ଆଧୁନିକ ବିଶ୍ୱକପ୍‌ ଇତିହାସରେ…

ବିଶ୍ୱକପରୁ ବାଦ ପଡ଼ିଲା ଜର୍ମାନୀ

ବୋଷ୍ଟନ,୩୦।୬: ଫିଫା ବିଶ୍ୱକପ୍‌ ୨୦୨୬ରେ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ୪ ଥରର ଚାମ୍ପିୟନ ଜର୍ମାନୀ ବିଶ୍ୱକପର ରାଉଣ୍ଡ ଅଫ୍‌ ’32’ରୁ ପାରାଗୁଏ ବିପକ୍ଷରେ ପରାଜୟ ବରଣ…

Women’s T20 World Cup 2026 Prize Money: ବିଜୟୀ ଟିମ ଉପରେ ହେବ କୋଟି କୋଟି ଟଙ୍କା ବର୍ଷା, ଉପ ବିଜେତାବି ହେବେ ମାଲାମାଲ

ନୂଆଦିଲ୍ଲୀ,୩୦।୬: ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ବହୁ ପୂର୍ବରୁ ICC ମହିଳା T20 ବିଶ୍ୱକପ 2026 ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା। ଏହି ସଂସ୍କରଣ ପାଇଁ ମୋଟ…

ବୈଭବ ସୂର୍ଯ୍ୟବଂଶୀ ଇନ୍‌, ସଞ୍ଜୁ ସାମସନ ଆଉଟ? ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୩୦।୬: ବେଲଫାଷ୍ଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ଏକ ଆଶ୍ଚର୍ଯ୍ୟଜନକ ପରାଜୟ ପରେ, ଭାରତୀୟ ଦଳ ଏବେ ଇଂଲଣ୍ଡର ମୁକାବିଲା ପାଇଁ ପ୍ରସ୍ତୁତ। ଦୁଇ ଦଳ ମଧ୍ୟରେ…

ବିଶ୍ୱକପ୍‌ ନକ୍‌ଆଉଟ୍‌ରେ କାନାଡାର ପ୍ରଥମ ବିଜୟ

ଇଙ୍ଗଲେଉଡ,୨୯ା୬: ଷ୍ଟିଫେନ ୟୁଷ୍ଟାକିଓଙ୍କ ଗୋଲ ବଳରେ ଇଙ୍ଗଲେଉଡରେ ଖେଳାଯାଇଥିବା ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ କାନାଡା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍‌ ଇତିହାସରେ…

କେପ୍‌ ଭର୍ଡିକୁ ଶକ୍ତ ଧକ୍କା: ଅଧିନାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ସିଆଟେଲ,୨୯ା୬: ଫିଫା ବିଶ୍ୱକପ୍‌ରେ ସଭିଙ୍କୁ ଚକିତ କରି ନକ୍‌ଆଉଟ୍‌ରେ ପ୍ରବେଶ କରିଛି କେପ୍‌ ଭର୍ଡି । କେପ୍‌ ଭର୍ଡି ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନାକୁ…

ହଠାତ୍‌ ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର: ଲେଖୁ ଲେଖୁ ଲେଖିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ନିକଟରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହାରିଛି। ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri