Posted inଖେଳ

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କଲେ ରମେଶ

ବେଙ୍ଗାଲୁରୁ ୧୭ା୬ (ପି.ଟି.): ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ହକି କୋଚ୍‌ ରମେଶ ପରମେଶ୍ୱରନ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କରିଛନ୍ତି। କୋଚିଂରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୋଚ୍‌ଙ୍କୁ ଦେଶର ଏହି ସର୍ବୋଚ୍ଚ ସମ୍ମାନ ଦିଆଯାଇଥାଏ। ହକି ଇଣ୍ଡିଆ ପୂର୍ବରୁ ବି.ଜେ. କାରିଆପ୍ପା ଓ ରମେଣ ପଠାନିଆଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିସ କରିସାରିଛି। ୭୦ ବର୍ଷୀୟ ରମେଶଙ୍କ ଆବେଦନ ପତ୍ରରେ ୧୯୮୦ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜୟୀ ଦଳର ଅଧିନାୟକ ବାସୁଦେବନ ବାସ୍କରନ, ପୂର୍ବତନ ଜାତୀୟ କୋଚ୍‌ ଏମ୍‌.କେ କୌଶିକ୍‌, ଦିଲୀପ ତିର୍କୀ ଓ ଆଶିଷ ବଲାଲଙ୍କ ସମେତ ଅନ୍ୟକେତେଜଣଙ୍କ ସମର୍ଥନ ରହିଛି। ରମେଶ ଜଣେ ଜୁନିୟର ଖେଳାଳିରୁ ଜାତୀୟ କୋଚ୍‌ ହୋଇପାରିଥିଲେ। ତାଙ୍କ ହକି କ୍ୟାରିୟରରେ ଉତ୍‌ଥାନ ଓ ପତନ ଏବଂ ସଫଳତା ଓ ବିଫଳତାର ଯଥେଷ୍ଟ ଅନୁଭୂତି ରହିଛି। ୨୦୧୫ରୁ ସେ କର୍ନାଟକ ହକି ଏକାଡେମୀରେ ଯୁବ ପ୍ରଭାମାନଙ୍କ ମେଣ୍ଟର ଉପଦେଷ୍ଟା ଭାବେ କାର୍ଯ୍ୟକରି ଆସୁଛନ୍ତି। ରମେଣ ୧୯୬୯ରେ ମହୀଶୂର ତରଫରୁ ଜାତୀୟ ଜୁନିୟର ଚାମ୍ପିୟନଶିପ୍‌ ଖେଳିଥିଲେ। ୧୯୭୮ରେ ସେ ଜାତୀୟ ଦଳର ସଦସ୍ୟ ହୋଇ ପାରିଥିଲେ। ବ୍ୟାଙ୍କକ୍‌ ଏସିଆନ ଗେମ୍ସରେ ଏକ ରୌପ୍ୟ ଜିତିବାରେ ସମର୍ଥ ହୋଇଥିଲେ। ବାଙ୍ଗାଲୋରସ୍ଥିତ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଯୋଗଦାନ ପରେ ରମେଶ ୧୯୮୫ରେ ଜାତୀୟ ସିନିୟର ଚାମ୍ପିୟନଶିପ୍‌ ପାଇଁ କର୍ନାଟକ ଦଳକୁ ଟ୍ରେନିଂ ଦେଇଥିଲେ। ଦଶନ୍ଧି ପରେ ଭାରତୀୟ ଦଳର ସହକାରୀ କୋଚ୍‌ ଭାବେ ନିଯୁକ୍ତି ପାଇଥିଲେ। ୨୦୦୮ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ। ପରେ ସେ ଇଣ୍ଡିଆନ ଅଏଲ୍‌ ଦଳ ଦାୟିତ୍ୱରେ ରହିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଏହି ଦଳ ଜାତୀୟସ୍ତରରେ ଅନେକ ଟୁର୍ନାମେଣ୍ଟ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri